ETV Bharat / bharat

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 120ତମ ପୂଣ୍ୟତିଥି, ଦେଶର ଏକତା ଓ ଅଖଣ୍ଡତା ପାଇଁ ଦେଇଥିଲେ ବଳିଦାନ

author img

By

Published : Jul 6, 2021, 11:00 AM IST

ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ପିତା ସେତେବେଳେ ବେଙ୍ଗଲର ଜଣେ ବିଶିଷ୍ଟ ଶିକ୍ଷାବିତ ଥିଲେ । ଶ୍ୟାମା ପ୍ରସାଦ 33 ବର୍ଷ ବୟସରେ ସେ କୋଲକାତା ବିଶ୍ବବିଦ୍ୟାଳୟର କୁଳପତି ହୋଇ 4 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ...

ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ
Syama Prasad Mukherjee Jayanti

ହାଇଦ୍ରାବାଦ: ଆଜି ହେଉଛି ଜନସଂଘର ପ୍ରତିଷ୍ଠା ସ୍ବର୍ଗତ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 120 ତମ ଜନ୍ମ ଜୟନ୍ତୀ । 6 ଜୁଲାଇ 1901 ପଶ୍ଚିମବଙ୍ଗର ବିଶିଷ୍ଟ ଶିକ୍ଷାବିତ ଆଶୁତୋଷ ମୁଖାର୍ଜୀ ଓ ଯୋଗମାୟା ଦେବୀଙ୍କ କୋଳରେ ଜନ୍ମ ନେଇଥିଲେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ । ଯିଏ ସ୍ବାଧୀନ ଭାରତର ପ୍ରଥମ ବ୍ୟକ୍ତି ଅଖଣ୍ଡ ଭାରତ ଦାବି କରିଥିଲେ । ସେତେବେଳେ ସାରା ଦେଶରେ କଂଗ୍ରେସ ଆଉ କଂଗ୍ରେସ ହିଁ ଶାସନ କରୁଥିବାବେଳେ ଶ୍ୟାମା ପ୍ରାସାଦ ମୁଖାର୍ଜୀ ନିଜ ବିଚାର ଧାରାକୁ ଅଧିକ କ୍ରିୟାଶୀଳ ଓ ସଶକ୍ତ କରିବା ପାଇଁ ସ୍ଥାପନା କରିଥିଲେ ଜନସଂଘ । ଯାହା ଆଜି ଭାରତୀୟ ଜନତା ପାର୍ଟିରେ ରୂପାନ୍ତରିତ ହୋଇଛି । ଯେଉଁଥି ପାଇଁ ବିଜେପି ନିଜର ଏଜେଣ୍ଡାର ସର୍ବଦା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଯୋଡି ରଖିଥାଏ । ଶ୍ୟାମା ପ୍ରସାଦ ପ୍ରଥମ ବ୍ୟକ୍ତି ଯିଏ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ପାଇଁ ଦାବି କରିଥିଲେ । ତାଙ୍କର କହିବା ଥିଲା ଗୋଟିଏ ଦେଶରେ 2 ଟି ବିଧାନ ଓ 2 ଟି ପ୍ରଧାନ ଚଳିବ ନାହିଁ ।

ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜନୈତିକ ଯାତ୍ରା...

ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଏକ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ପିତା ସେତେବେଳେ ବେଙ୍ଗଲର ଜଣେ ବିଶିଷ୍ଟ ଶିକ୍ଷାବିତ ଥିଲେ । ଶ୍ୟାମା ପ୍ରସାଦ କୋଲକାତାରେ ଗ୍ରାଜୁଏସନ ଶେଷ କରିବା ପରେ 1926 ରେ ସିନେଟର ସଦସ୍ୟ ହୋଇଯାଇଥିଲେ । ତେବେ 33 ବର୍ଷ ବୟସରେ ସେ କୋଲକାତା ବିଶ୍ବବିଦ୍ୟାଳୟର କୁଳପତି ହୋଇ 4 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ କଂଗ୍ରେସ ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଶ୍ୟାମା ପ୍ରସାଦ ମୁଖାର୍ଜୀ ପଣ୍ଡିତ ଜବାହାରଲାଲ ନେହେରୁ ସରକାରରେ ଶିଳ୍ପ ଯୋଗାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ । କିନ୍ତୁ ନେହେରୁଙ୍କ ସହ ମତଭେଦ କାରଣରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।

ରାଜନୀତି ବିରୋଧ ପାଇଁ ହୋଇଥିଲା କି ବଳିଦାନ?

ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ 23 ଜୁନ 1953 ରେ ହୋଇଥିବା ବେଳେ ମୃତ୍ୟୁ କେମିତି ହେଲା ତାହା ଆଜି ବି ରହସ୍ୟ ଘେରରେ । କୁହାଯାଏ ଶ୍ୟାମା ପ୍ରସାଦ ମୁଖାର୍ଜୀ ବିନା ଅନୁମତିରେ ଶ୍ରୀନଗର ଯିବା ପାଇଁ ଚାହୁଁଥିଲେ । କିନ୍ତୁ ମେ’ 11 ରେ ଶ୍ରୀନଗର ଯିବା ବେଳେ କାଶ୍ମୀର ପୋଲିସ ଶ୍ୟାମା ପ୍ରସାଦଙ୍କୁ ଗିରଫ କରିନେଇଥିଲା । ସେହିଦିନ ଠାରୁ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା । କିନ୍ତୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ 2004 ରେ ଦିଂବଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୁଖାର୍ଜୀଙ୍କ ମୃତ୍ୟୁ ନେହେରୁଙ୍କ ଷଡଯନ୍ତ୍ର ଥିଲା ବୋଲି କହିଥିଲେ । ଯାହାକୁ ନେଇ ଅନେକ ବିବାବ ବିତର୍କ ହୋଇଥିଲା । ଅଟଳଙ୍କ ଏହି ଦାବିରେ ଦମ ଥିବା ମଧ୍ୟ ସେତେବେଳେ ସ୍ପଷ୍ଟ ହୋଇଥିଲା । କାରଣ ଖାଲି ଶ୍ୟାମା ପ୍ରସାଦ ନୁହଁନ୍ତି, ସୁବାଷ ଚନ୍ଦ୍ର ବୋଷ, ଲାଲ ବାହାଦୂର ଶାସ୍ତ୍ରୀ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ମୃତ୍ୟୁ ମଧ୍ୟ ରହସ୍ୟ ଜନକ ଭାବେ ହୋଇଥିଲା । ଆଉ ଏମାନେ ସମସ୍ତେ ତତ୍କାଳୀନ ସରକାରକୁ ଚ୍ୟାଲେଞ୍ଚ କରିବା ସହ ଏକ ‘ବିଶେଷ ପରିବାରର ରାଜନୀତି’କୁ ବିରୋଧ କରୁଥିଲେ ।

ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଜନସଂଘ ପ୍ରତିଷ୍ଠା...

ପଣ୍ଡିତ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବାବେଳେ ଶ୍ୟାମା ପ୍ରସାଦଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ । ହେଲେ ସରକାରର ବିଭିନ୍ନ ନିଷ୍ପତିକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ଲାଗି ରହିଲା । ପୁଣି ନେହେରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଲିୟାକତ ଅଲ୍ଲୀଙ୍କୁ ସାକ୍ଷାତ କରି କିଛି ବୁଝାମଣା କରିଥିଲେ । ଯାହାକୁ ନେଇ ଶ୍ୟାମା ପ୍ରସାଦ ଆହୁରି ନାରାଜ ହୋଇ 6 ଏପ୍ରିଲ 1950 ରେ ମନ୍ତ୍ରୀରୁ ଇସ୍ତଫା ଦେଇଥିଲେ । ଏହା ପରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ସେତେବେଳର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସରସଂଘ ଚାଳକ ଗୁରୁଜୀ ମାଧବ ସଦାଶିବ ଗୋଲୱଲକରଙ୍କୁ ସାକ୍ଷାତକରି ତାଙ୍କର ପରାମର୍ଶ ନେଲେ । ଗୁରୁଜୀ ଗୋଲୱଲକରଙ୍କ ପରାମର୍ଶକ୍ରମେ 21 ଅକ୍ଟୋବର 1951 ରେ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ । ଜନସଂଘ ପ୍ରତିଷ୍ଠା ହେବାର ଗୋଟିଏ ବର୍ଷ ଅର୍ଥାତ ବର୍ଷ 1951-52 ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜନସଂଘ ପ୍ରତିଦ୍ବନ୍ଦିତା କରି 3 ଜଣ ସାଂସଦଙ୍କୁ ସଂସଦ ପଠାଇବାରେ ସଫଳ ହୋଇଥିଲା । ଯେଉଁଥିରେ ଜଣେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଥିଲେ ।

ଆଜି ଶ୍ୟାମା ପ୍ରସାଦ ନାହାଁନ୍ତି । ସେ ଦେଖିଥିବା ଅଖଣ୍ଡ ଭାରତର ସ୍ବପ୍ନ ହୋଇନାହିଁ ସତ । କିନ୍ତୁ ସ୍ବାଧୀନ ଭାରତର ପ୍ରଥମ ବ୍ୟକ୍ତି ଯିଏ ଜମ୍ମୁ କାଶ୍ମୀରରୁ ଧାରା 370 କୁ ଉଚ୍ଛେଦ କରିବାକୁ ଦାବି କରିଥିଲେ ତାହା ଆଜି ପୂରଣ ହୋଇଛି । ସେ ସ୍ଥାପନ କରି ଯାଇଥିବା ଜନସଂଘରୁ ଜନ୍ମ ନେଇଥିବା ବିଜେପି ଆଜି ଶାସନର ଶୀର୍ଷରେ । ଏହାସହ ଶ୍ୟାମା ପ୍ରସାଦଙ୍କୁ ଦଳ ରଖିଛି ସର୍ବାଗ୍ରେ । ତେବେ ଶ୍ୟାମା ପ୍ରସାଦଙ୍କ ଅଖଣ୍ଡ ଭାରତ ସ୍ବପ୍ନ ପୂରଣ ହେଉଛି କି ନାହିଁ ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.