ETV Bharat / bharat

Himachal Assembly election: ମତଦାନ ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ମତଦାତା

author img

By

Published : Oct 17, 2022, 10:48 PM IST

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ଦେଶର ପ୍ରଥମ ମତଦାତା ଶ୍ୟାମ ସରନ ନେଗି । ୧୦୫ ବର୍ଷରେ ସେ ଭୋଟ ଦେଇ ଲୋକଙ୍କୁ ମତଦାନ ପାଇଁ ଉତ୍ସାହିତ କରିବା ପାଇଁ ଚାହୁଁଥିବା କହିଛନ୍ତି । ଜାଣନ୍ତୁ କିପରି ସେ ହୋଇଥିଲେ ଦେଶର ପ୍ରଥମ ଭୋଟର । ଅଧିକ ପଢନ୍ତୁ

Himachal Assembly election: ମତଦାନ ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ମତଦାତା
Himachal Assembly election: ମତଦାନ ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ମତଦାତା

ସିମଲା: ହିମାଚଳ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ବାଜି ସାରିଛି ବିଗୁଲ(Himachal assembly elections 2022) । ଏଥିପାଇଁ ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗି ପୁଣିଥରେ ତାଙ୍କ ଭୋଟ ଦେଇ ନିଜ ପସନ୍ଦର ନେତା ବାଛିବା ପାଇଁ ପ୍ରସ୍ତୁତ ରହିଛନ୍ତି (Shyam Saran Negi Will Vote in Himachal Election) । ସେ ୧୦୫ ବର୍ଷରେ ପହଞ୍ଚିଥିଲେ ମଧ୍ୟ ଭୋଟ ଦେଇ ଯୁବପିଢିଙ୍କୁ ନିଜ ମତଦାନ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ପ୍ରଥମ ଭୋଟର ଶ୍ୟାମ ସରନ ନେଗି କହିଛନ୍ତି ସେ ଘରେ ହେଉ କି ବୁଥରେ ସେ ନିଶ୍ଚିତ ଭାବରେ ଭୋଟ୍ ଦେବେ ଏବଂ ରାଜ୍ୟର ସମସ୍ତ ନାଗରିକଙ୍କୁ ଭୋଟ ଦେବା ପାଇଁ ପ୍ରେରଣା ଯୋଗାଇବେ ।

ନେଗି କିପରି ଭଲରେ ଭୋଟ ଦେବେ ସେଥିଲାଗି ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଡିସି କିନ୍ନୌର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଆବିଦ ହୁସେନ୍ ସାଦିକ କହିଛନ୍ତି ଯେ ସେମାନେ ସମସ୍ତେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, "ଦେଶର ପ୍ରଥମ ଭୋଟର ୧୦୫ ବର୍ଷୀୟ ଶ୍ୟାମ ସରନ ନେଗିଙ୍କ ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ରୁହେ ତେବେ ସେ ନିଜର ମତଦାନ ବୁଥରେ କରିବେ । ଭୋଟ୍ ଦେବା ପରେ ସେଠାରେ ତାଙ୍କ ପାଇଁ ଏକ ରେଡ କାର୍ପେଟ ରଖାଯିବ। ଏଥିସହିତ ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ରୁହେ, ତେବେ ତାଙ୍କ ଭୋଟ ପ୍ରଶାସନର ମନିଟରିଂରେ ତାଙ୍କ ଘରେ କରାଯିବ । ପ୍ରାଥମିକତା ଭିତ୍ତିରେ ତାଙ୍କର ଭୋଟ୍ ନିଆଯିବ ।"

ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନରେ ମତଦାତା ପାଇଁ ପ୍ରସ୍ତୁତ ଦେଶର ପ୍ରଥମ ମତଦାତା

କିପରି ହେଲେ ଦେଶର ପ୍ରଥମ ମତଦାତା:-

୧୯୫୨ ଫେବୃଆରୀରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ କିନ୍ନୌରରେ ପ୍ରବଳ ବରଫପାତ ଯୋଗୁଁ କେବଳ ୨୫ ଅକ୍ଟୋବର ୧୯୫୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମୟରେ ଶ୍ୟାମ ସରନ ନେଗି କିନ୍ନୌରର ମୋରାଙ୍ଗ ସ୍କୁଲରେ ଶିକ୍ଷକ ଥିଲେ ଏବଂ ନିର୍ବାଚନରେ ​​ଡ୍ୟୁଟିରେ ଥିଲେ। ସେ ଭୋଟ୍ ଦେବାକୁ ବହୁତ ଉତ୍ସାହିତ ଥିଲେ। ଏଣୁ ସେ ସକାଳେ ଭୋଟ ଦେଇ ଡ୍ୟୁଟିରେ ଯିବାକୁ ଅନୁମତି ମାଗିଥିଲେ ।

ଏହା ବି ପଢନ୍ତୁ- Delhi Excise Policy Scam Case: 9 ଘଣ୍ଟା ଜେରା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ସିସୋଦିଆ

ନେଗି ସେଠାରେ ପହଞ୍ଚିବା ପରେ ଶୀଘ୍ର ମତଦାନ ପାଇଁ ଅନୁରୋଧ କରିଥିଲେ । ମତଦାନ ହେବା ମାତ୍ରେ ଏକ ଇତିହାସ ସୃଷ୍ଟି ହୋଇଥିଲା ଏବଂ ମାଷ୍ଟର ଶ୍ୟାମ ସରନ ନେଗି ସ୍ବାଧୀନ ଭାରତର ପ୍ରଥମ ଭୋଟର ହୋଇଥିଲେ । ହିମାଚଳ ପ୍ରଦେଶର କିନ୍ନୌର ଅଞ୍ଚଳକୁ ପ୍ରଥମେ ଆଦିବାସୀ ଅଞ୍ଚଳ ମଧ୍ୟରେ ଚୟନ କରାଯାଇଥିଲା । ସେହି ସମୟରେ ନେଗିଙ୍କୁ କିନ୍ନୌରରେ ମତଦାନ ଅଧିକାରୀଙ୍କ ଦାୟିତ୍ବ ପୂରଣ କରିବାକୁ ପଡୁଥିଲା । ସେତେବେଳେ ସୁବିଧା ଏବଂ ସମ୍ବଳର ଅଭାବ ଥିଲା । କୌଣସି ବାଲାଟ ବାକ୍ସ ନଥିଲା । ଏଭଳି ସ୍ଥିତିରେ ନେଗି ଟିଣକୁ ଏକ ବାଲାଟ ବାକ୍ସର ଆକାର ଦେଇଥିଲେ।

ଲୋକଙ୍କୁ ବୁଝାଇଥିଲେ ଭୋଟର ମହତ୍ତ୍ବ:-

ସେତେବେଳେ ସ୍ଥିତି ଏପରି ଥିଲା ଯେ ଭୋଟ୍ ଦେବାକୁ କୌଣସି ବ୍ୟକ୍ତି ଆସୁନଥିଲେ । ଏଣୁ ଶ୍ୟାମ ସରନ ନେଗି ପ୍ରଥମେ ଭୋଟ୍ ଦେଇଥିଲେ । ପ୍ରଥମ ମତଦାନ ୨୫ ଅକ୍ଟୋବର ୧୯୫୧ରେ ହୋଇଥିଲା । ଭୋଟ୍ ଦେବା ପରେ ଶ୍ୟାମ ସରନ ନେଗି ସମଗ୍ର ଆଦିବାସୀ ଅଞ୍ଚଳରେ ପରିଦର୍ଶନ କରିଥିଲେ ଏବଂ ଲୋକଙ୍କୁ ଭୋଟ୍ ଦେବାର ମହତ୍ତ୍ବ ବୁଝାଇଥିଲେ । ସେମାନଙ୍କୁ ଭୋଟ୍ ଦେବା ପାଇଁ କହିଥିଲେ। ତାଙ୍କର ଏହି ଉଦ୍ୟମକୁ ସାରା ଦେଶରେ ପ୍ରଶଂସା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.