ETV Bharat / bharat

Chardham Yatra: ଚାରିଧାମ ଯାତ୍ରୀଙ୍କ ହେବ ବୀମା, ଦୁର୍ଘଟଣାରେ ମିଳିବ ୧ ଲକ୍ଷ - ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା

ଉତ୍ତରାଖଣ୍ଡରେ ଚାଲିଛି ଚାରିଧାମ ଯାତ୍ରା । ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବୀମା ଘୋଷଣା କଲା ବଦ୍ରିନାଥ ଓ କେଦାରନାଥ ମନ୍ଦିର କମିଟି । ଅଧିକ ପଢନ୍ତୁ

Chardham Yatra: ଚାରିଧାମ ଯାତ୍ରୀଙ୍କ ହେବ ବୀମା, ଦୁର୍ଘଟଣାରେ ମିଳିବ ୧ ଲକ୍ଷ

author img

By

Published : Jun 16, 2022, 8:25 AM IST

Updated : Jun 16, 2022, 9:12 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ମେ 3 ତାରିଖରୁ ଆରମ୍ଭ ହୋଇଥିବା ଚାରିଧାମ ଯାତ୍ରାରେ(Chardham Yatra) ଚଳିତ ବର୍ଷ ରେକର୍ଡ ସଂଖ୍ୟକ ତୀର୍ଥଯାତ୍ରୀ ଆସିଛନ୍ତି । ଗତବର୍ଷ ତୁଳନାରେ ଏଥର ତୀର୍ଥଯାତ୍ରୀଙ୍କ ମୃତ୍ୟୁସଂଖ୍ୟା ମଧ୍ୟ ଖୁବ୍ ବୃଦ୍ଧି ପାଇଛି । ଏ ବର୍ଷ ଚାରିଧାମ ଯାତ୍ରାରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ତୀର୍ଥଯାତ୍ରୀ ଆସିଥିବାବେଳେ ଏବେସୁଦ୍ଧା ୧୬୬ ଜଣ ପ୍ରାଣ ହରାଇ ସାରିଛନ୍ତି । ଚାରିଧାମ ଯାତ୍ରା ସମୟରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି(Shri Badrinath-Kedarnath Temple Committee) ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି ।

ଚାରିଧାମ ମନ୍ଦିର ପରିସରରେ କୌଣସି ଦୁର୍ଘଟଣା ଘଟିଲେ ପ୍ରତ୍ୟେକ ଭକ୍ତଙ୍କୁ ୧ ଲକ୍ଷ ଟଙ୍କା ବୀମା ପ୍ରଦାନ କରିବାକୁ ମନ୍ଦିର ନିଷ୍ପତ୍ତି ନେଇଛି କମିଟି । ଉତ୍ତରାଖଣ୍ଡ ସ୍ଥିତ ଚାରିଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଯିବା ରାସ୍ତାରେ ପ୍ରତିବର୍ଷ ହୃଦଘାତ ଯୋଗୁଁ ଅଧିକାଂଶ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥାଏ । ମାତ୍ର ଚଳିତ ଥର ଏହି ମୃତ୍ୟୁସଂଖ୍ୟା ଖୁବ୍ ଅଧିକ ରହିଛି । ତଥ୍ୟ ଅନୁଯାୟୀ, ୨୦୧୯ ବର୍ଷ ଚାରିଧାମ ଯାତ୍ରା ସମୟରେ ୯୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୧୮ରେ ୧୦୨, ୨୦୧୭ରେ ୧୧୨ ଜଣ ପ୍ରାଣ ତୀର୍ଥଯାତ୍ରୀ ହରାଇଥିଲେ ।

ପ୍ରକାଶଥାଉ କି, ମେ ୩ ତାରିଖ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ କପାଟ ଖୋଲିବା ସହ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ କେଦାରନାଥଙ୍କ କପାଟ ମେ ୬ରେ ଓ ବଦ୍ରିନାଥଙ୍କ ମେ ୮ ତାରିଖରେ ଖୋଲିଥିଲା । କୋଟି କୋଟି ହିନ୍ଦୁଙ୍କ ଆସ୍ଥା ଓ ବିଶ୍ବାସର ସ୍ଥଳ ହେଉଛି ବଦ୍ରିନାଥ ଏବଂ କେଦାରନାଥ ଧାମ । ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ବେଳେ ଏହାର ପରିଚାଳନା ପାଇଁ ୧୯୩୯ ମସିହାରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଗଠନ ହୋଇଥିଲା ।

Last Updated : Jun 16, 2022, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.