ETV Bharat / bharat

ଗାନ୍ଧୀ-ନେହେରୁଙ୍କ ପାଇଁ ବଞ୍ଚିଛି ଭାରତ: ଶିବସେନା - କୋରୋନା

କୋଭିଡ ପରିଚାଳନା ନେଇ କେନ୍ଦ୍ର ଉପରେ ବର୍ଷିଛି ଶିବସେନା । କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ବିଫଳ ହୋଇଛି । ଅଧିକ ପଢନ୍ତୁ...

କେନ୍ଦ୍ର ଉପରେ ବର୍ଷିଛି ଶିବସେନା
କେନ୍ଦ୍ର ଉପରେ ବର୍ଷିଛି ଶିବସେନା
author img

By

Published : May 9, 2021, 9:19 AM IST

ନୂଆଦିଲ୍ଲୀ: କୋଭିଡ ପରିଚାଳନା ନେଇ କେନ୍ଦ୍ର ଉପରେ ବର୍ଷିଛି ଶିବସେନା । କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ବିଫଳ ହୋଇଛି । ଏହା ସ୍ପଷ୍ଟ ଯେ ନେହେରୁ -ଗାନ୍ଧୀଙ୍କ ଦ୍ବାରା ଗଠିତ ହୋଇଥିବା ପ୍ରଣାଳୀରେ ଭାରତ ତିଷ୍ଠିଛି ବୋଲି କହିଛି ଶିବସେନା ।

ପାକିସ୍ତାନ,ରୁୱାଣ୍ଡା ଏବଂ କଙ୍ଗୋ ଭଳି ଦେଶ ଅନ୍ୟ ଦେଶଠାରୁ ସାହାଯ୍ୟ ଲୋଡୁଥିଲେ । ମାତ୍ର ବର୍ତ୍ତମାନ ଶାସକଙ୍କର ଭୂଲ ରଣନୀତି ପାଇଁ ଭାରତ ବିଶ୍ବରେ ଅନ୍ୟ ଦେଶଗୁଡିକରୁ ସାହାଯ୍ୟ ଲୋଡୁଛି ବୋଲି କହିଛି ଶିବସେନା । ଅନେକ ଗରିବ ଦେଶ ଭାରତକୁ ସାହାଯ୍ୟ ପ୍ରଦାନ କରୁଛନ୍ତି । ଏହି ଘଟଣାରୁ ସ୍ପଷ୍ଟ ଯେ, ନେହେରୁ ଓ ଗାନ୍ଧୀଙ୍କ ଦ୍ବାରା ଗଠିନ ହୋଇଥିବା ପ୍ରଣାଳୀରେ ଭାରତ ବଞ୍ଚିଛି ବୋଲି କହିଛି ଶିବସେନା ।

ଭାରତରେ କୋରେନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିଥିବାରୁ ଭାରତରୁ ବିଶ୍ବ ପ୍ରତି ବିପଦ ରହିଛି ବୋଲି ୟୁନିସେଫ ଆଶଙ୍କା ପ୍ରକାଶ କରିଛି । କୋରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଅନେକ ଦେଶ ସାହାଯ୍ୟର ହାତ ବଢାଇଛି । ବାଂଲାଦେଶ 10,000 ରେମଡେସିଭିର ଡୋଜ ପଠାଇଥିବାବେଳେ ଭୂଟାନ ମେଡିକାଲ ଅମ୍ଳଜାନ ପଠାଇଛି। ନେପାଳ, ମିଆଁମାର ଏବଂ ଶ୍ରୀଲଙ୍କା ମଧ୍ୟ 'ଆର୍ମନିର୍ଭର' ଭାରତକୁ ସହାୟତା ପ୍ରଦାନ କରିଛନ୍ତି ବୋଲି ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଦଳ କହିଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷି ଶିବସେନା କହିଛି ପଣ୍ଡିତ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଅନେକ ବିକାଶ କାର୍ଯ୍ୟ, ସ୍ଥାପିତ ପ୍ରକଳ୍ପ ଓ ପୂର୍ବ ସରକାର ଦେଇଥିବା ଆର୍ମବିଶ୍ବାସ ଯୋଗୁଁ ବର୍ତ୍ତମାନ ଦେଶ ବଞ୍ଚିଛି । ଦେଶରେ ମହାମାରୀରୁ ବାହାରିବାକୁ ହେଲେ ପ୍ରଧାନମନ୍ତ୍ରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡିବ ଏବଂ ଅଣରାଜନୈତିକ ଜାତୀୟତାବାଦ ଦେଶରୁ ମହାମାରୀ କବଳକୁ ମୁକ୍ତି ଦେବାରେ ସାହାଯ୍ୟ କରିବ ବୋଲି କହିଛି ଶିବସେନା ।

ପ୍ରକାଶ ଥାଉ କି, ଶନିବାରେ କୋରୋନାର ଦ୍ବିତୀୟ ଲହରରେ ମହାରାଷ୍ଟ୍ରରେ କୋଭିଡ ସ୍ଥିତି ସମୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଏକ ବୈଠକ କରିଥିଲେ । ମହାରାଷ୍ଟ୍ରରେ ଭଲ କୋଭିଡ ପରିଚାଳନା ସିଏମଙ୍କୁ ପ୍ରଶଂସା କରଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.