ETV Bharat / bharat

ଅଧିକ ଦିନ ତିଷ୍ଠିବନି ସିନ୍ଦେ ସରକାର: ସଞ୍ଜୟ ରାଉତ

author img

By

Published : Jul 24, 2022, 10:17 PM IST

ମହାରାଷ୍ଟ୍ରରେ ଶିନ୍ଦେ ସରକାରଙ୍କ ମୂଳଦୁଆ ସୁଦୃଢ଼ ନାହିଁ । ନିଜନିଜ ମଧ୍ୟରେ ମତଭେଦ ଯୋଗୁଁ ଶୀଘ୍ର ଭାଙ୍ଗିବ ସରକାର । ଏହା କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଅଧିକ ପଢ଼ନ୍ତୁ

ମହାରାଷ୍ଟ୍ରରେ ସିନ୍ଦେ ସରକାର ଅଧିକ ଦିନ ତିଷ୍ଠିବ ନାହିଁ : ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଶିନ୍ଦେ ସରକାରଙ୍କ ମୂଳଦୁଆ ସୁଦୃଢ଼ ନାହିଁ । ନିଜନିଜ ମଧ୍ୟରେ ମତଭେଦ ଯୋଗୁଁ ଶୀଘ୍ର ଭାଙ୍ଗିବ ସରକାର । ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ମହାରାଷ୍ଟ୍ରରେ ସିନ୍ଦେ ସରକାର ଅଧିକ ଦିନ ତିଷ୍ଠିବ ନାହିଁ ବୋଲି ସେ କହିଛନ୍ତି ସଞ୍ଜୟ ।

ଶିବସେନା ସରକାର ଗଠନକୁ ପ୍ରାୟ ଏକମାସ ପୂର୍ତ୍ତି ହେବାକୁ ବସିଛି । ଏହାରି ମଧ୍ୟରେ ସରକାର ନିଜର କ୍ୟାବିନେଟ୍‌ ଗଠନ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଶିବସେନାରେ ବିଦ୍ରୋହ କରି ଉଦ୍ଧବଙ୍କୁ ଗାଦିରୁ ବିଚ୍ୟୁତ କରିଛନ୍ତି ସିନ୍ଦେଙ୍କ ସହ ଅନ୍ୟ ବିଦ୍ରୋହୀ ନେତା । ଏହାପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା ବେଳେ ତାଙ୍କ ଡେପୁଟି ସାଜିଛନ୍ତି ଦେବନ୍ଦ୍ର ଫଡ଼ନାଭିସ୍‌ ।

ତେବେ ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାଉତ । ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ବିବାଦୀୟ ବୟାନ ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ସଞ୍ଜୟ ରାଉତ । "ବିଦ୍ରୋହୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଆମେ ବେଶି ଖୁସି ନାହୁଁ ।" କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଚନ୍ଦ୍ରକାନ୍ତ ପାଟିଲ । ତେବେ ଏହା ଦଳର ମତ ନୁହେଁ ବୋଲି ପରେ ସଫେଇରେ କହିଥିଲେ ବିଜେପି ନେତା ଆଶିଷ ସେଲାର ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.