ETV Bharat / bharat

Shehbaz Sharif On Kashmir: ଆସୁ ଆସୁ ଭାରତକୁ ଟାର୍ଗେଟ, କହିଲେ ଅନ୍ତର୍ଜାତୀୟ ଫୋରମରେ ଉଠିବ କାଶ୍ମୀର ପ୍ରସଙ୍ଗ - ପାକିସ୍ତାନ ଖବର

କ୍ଷମତା ଗ୍ରହଣ ପରେ ସଂସଦରେ ସମ୍ବୋଧନ ରଖିଲେ ନୂତନ ପାକ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଅନ୍ତର୍ଜାତୀୟ ସମ୍ପର୍କ ସହ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ପରୋକ୍ଷ ଟାର୍ଗେଟ କଲେ । କହିଲେ ସୁମ୍ପର୍କ ସଜାଡିବା ପାଇଁ ପାକିସ୍ତାନ ପ୍ରସ୍ତୁତ କିନ୍ତୁ କାଶ୍ମୀର ପ୍ରସଙ୍ଗ ପ୍ରଥମେ ସମାଧାନ ହେବାର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ

Shehbaz Sharif on Kashmir Issue: କ୍ଷମତାକୁ ଆସୁ ଆସୁ ଗର୍ଜିଲେ, କହିଲେ କାଶ୍ମୀର ସମସ୍ୟାର ସମାଧାନ ବିନା ଭାରତ ସହ ସୁସମ୍ପର୍କ ସମ୍ଭବ ନୁହେଁ

author img

By

Published : Apr 11, 2022, 10:20 PM IST

ଇସଲାମାବାଦ: ପାକିସ୍ତାନର କ୍ଷମତାକୁ ପ୍ରବେଶ କରୁ କରୁ ଭାରତ ବିରୋଧୀ ଆଭିମୁଖ୍ୟର ଆଭାସ ଦେଇଛନ୍ତି ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ । ଆଜି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ପାକିସ୍ତାନ ସଂସଦକୁ ସମ୍ବୋଧିତ କରିବା ଅବସରରେ ସରିଫ ଏକାଧିକ ଅନ୍ତର୍ଜାତୀୟ ପ୍ରସଙ୍ଗ ସହ ପଡୋଶୀ ଭାରତ ସହ ଥିବା ବିବାଦ ଓ ପାରମ୍ପାରିକ କାଶ୍ମୀର ପ୍ରସଙ୍ଗକୁ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ।

  • We want good ties with India but it cannot happen without a peaceful resolution to the Kashmir question. We will raise the issue of Kashmir on every international platform: Newly elected Pakistan PM Shehbaz Sharif

    Source: PTV pic.twitter.com/cpmAeeUDla

    — ANI (@ANI) April 11, 2022 " class="align-text-top noRightClick twitterSection" data=" ">

ତାଙ୍କ ସରକାର ଭାରତ ସହ ସୁମ୍ପର୍କ ସୁଧାରିବା ପାଇଁ ପ୍ରସ୍ତୁତ କିନ୍ତୁ କାଶ୍ମୀର ପ୍ରସଙ୍ଗର ସାମାଧାନ ବିନା ତାହା ସମ୍ଭବ ନୁହେଁ ବୋଲି ସରିଫ କହିଛନ୍ତି । ସରିଫ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ପଡ଼ୋଶୀକୁ ବାଛି ପାରିବା ନାହିଁ ବୋଲି ପାକିସ୍ତାନ ଆରମ୍ଭରୁ ଦୁର୍ଭାଗ୍ୟଜନକ । ଏହା ଦୁର୍ଭାଗ୍ୟଜନକ ଯେ ଭାରତ ସହ ପାକିସ୍ତାନର ସମ୍ପର୍କରେ ସେତେଟା ସୁଧାର ଆସିପାରିନାହିଁ ।

ନଓ୍ବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇ ଦେଶର ସମ୍ପର୍କ ସୁଧାରିବା ଦିଗରେ ଏକାଧିକ ପଦକ୍ଷେପ ନେଇଥିଲେ । କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଗୃହରେ ସ୍ବର ଉଠାଇଥିଲେ । କିନ୍ତୁ ଇମ୍ରାନଙ୍କ କାର୍ଯ୍ୟକାଳରେ ଭାରତ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିଥିଲେ ସୁଦ୍ଧା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁତ୍ବର ସହ କୌଣସି କୂଟନୀତି ଆପଣାଇ ନଥିଲେ । ଇମ୍ରାନଙ୍କ ସରକାରକୁ ସମାଲୋଚନା କରିବାକୁ ଯାଇ କାଶ୍ମୀର ଲୋକଙ୍କ ପାଇଁ ପାକିସ୍ତାନ କଣ କରିଛି ବୋଲି ପ୍ରଶ୍ନ କରିଥିଲେ ସରିଫ ।

କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ କଲେ ଦାବି:-

ସରିଫ କହିଛନ୍ତି ଯେ ଆମେ ଭାରତ ସହ ସୁସମ୍ପର୍କ ଚାହୁଁ, କିନ୍ତୁ କାଶ୍ମୀର ସମସ୍ୟାର ସମାଧାନ ନକରି ଉଭୟ ପଡୋଶୀ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ନାହିଁ । ପାକିସ୍ତାନ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ଫୋରମରେ ମଧ୍ୟ ଉଠାଇବ ବୋଲି ସେ ଘୋଷଣା କରିଛନ୍ତି । ଉଭୟ ଦେଶର ଲୋକ ଦାରିଦ୍ର୍ୟ ଭିତରେ ରହିଥିବା ବେଳେ ସମାଧାନ ପାଇଁ ଉଭୟ ଚେଷ୍ଟା କରିବା ଆବଶ୍ୟକ ବୋଲି ସରିଫ କହିଛନ୍ତି ।

ତୁର୍କୀ, ୟୁଏଇ ଓ କତାରକୁ ଜଣାଇଲେ ଧନ୍ୟବାଦ:-

ସରିଫ କହିଛନ୍ତି ଯେ ପାକିସ୍ତାନ ସହ ତୁର୍କୀର ସୁସମ୍ପର୍କ ରହିଛି । ତୁର୍କୀ ହେଉଛି କାଶ୍ମୀରର ସ୍ୱାଧୀନତା ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଥିବା ଦେଶ । ସେହିପରି ସଂଯୁକ୍ତ ଆରବ ଏମିରେଟ (ୟୁଏଇ) ମଧ୍ୟ ପାକିସ୍ତାନର ସହଯୋଗୀ ରାଷ୍ଟ୍ର ଭାବେ ରହିଆସିଛି । ଏଥି ସହିତ ତାଙ୍କ ନେତୃତ୍ବାଧୀନ ସରକାର କତାର, କୁଏତ ଓ ଓମାନ ସହିତ ସୁସମ୍ପର୍କ ବୃଦ୍ଧି କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ କହିଛନ୍ତି । ସେହିପରି ୟୁରୋପୀୟ ସଂଘ ସହିତ ମଧ୍ୟ ପାକିସ୍ତାନର ରହି ଆସିଥିବା ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିବା ନେଇ ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.