ETV Bharat / bharat

Sheena Bora Murder Case: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

author img

By

Published : May 18, 2022, 11:49 AM IST

Updated : May 18, 2022, 2:21 PM IST

ସିନା ବୋରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମଲା । ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ବାରମ୍ବାର ଜାମିନ ଆବଦେନ ଖାରଜ ପରେ ଆଜି (ବୁଧବାର) ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ମିଳିଛି ।

2012 ମସିହାରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲେ ମାଆ ଇନ୍ଦ୍ରାଣୀ ମୁଖାର୍ଜୀ । ଜଣେ ମାଆ ହୋଇ ଝିଅ ସିନା ବୋରାଙ୍କୁ ହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବାରମ୍ବାର ସେ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟରେ ଖାରଜ ହୋଇଥିଲା । 2015ରୁ ଇନ୍ଦ୍ରାଣୀ ଜେଲରେ ଥିଲେ । ମୁମ୍ବାଇ ପୋଲିସ ମାମଲା ଦାୟର କରିବା ପରେ ସିବିଆଇ ଘଟଣାର ତଦନ୍ତ କରୁଛି । ଇନ୍ଦ୍ରାଣୀ ମୁଖାର୍ଜୀ ମାନସିକ ରୋଗରେ ପୀଡିତ। ଇନ୍ଦ୍ରାଣୀଙ୍କୁ ଜାମିନ ମଞ୍ଜୁର କରି କୋର୍ଟ କହିଛନ୍ତି ଜେଲ୍‌ରେ ସେ ସାଢ଼େ ୬ ବର୍ଷ ବିତାଇଲେଣି, ଯାହା ଯଥେଷ୍ଟ ହେଲାଣି। ଦୀର୍ଘ ସମୟ ଜେଲ୍‌ରେ ଅତିବାହିତ କରିସାରିଥିବାରୁ ସେ ଜାମିନ ପାଇବାକୁ ହକ୍‌ଦାର୍‌। କିନ୍ତୁ, ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବ। ବିଚାରକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ମାମଲାର ଯଥାର୍ଥତା ଉପରେ ଆମେ କୌଣସି ମତବ୍ୟକ୍ତ କରୁନଥିବା କହିଛନ୍ତି ସୁପ୍ରିମକୋର୍ଟ ।

ନିକଟରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସହମତି ପ୍ରକାଶ କରିଥିଲେ । ଏନେଇ ଗତ ଫେବୃଆରୀ 19ରେ ସୁପ୍ରିମକୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କ ଆବେଦନକୁ ଗୁରୁତର ସହ ନେଇ ଶୁଣାଣି କରିବାକୁ ସହମତି ପ୍ରକାଶ କରିବା ସହ CBIକୁ ଏନେଇ ଜବାବ ମାଗିଥିଲେ । ପୂର୍ବରୁ ସିନା ବୋରା ବଞ୍ଚିଥିବା କଥା କହିଥିଲେ ଇନ୍ଦ୍ରାଣୀ । ଏନେଇ ସିବିଆଇକୁ ଚିଠି ଲେଖିଥିଲେ ।

କଣ ଥିଲା ଘଟଣା ?

ଗତ 2012 ମସିହାରେ ସିନା ବୋରାଙ୍କୁ ଅପହରଣ ଓ ହତ୍ୟା କରାଯାଇଥିଲା । ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଡ୍ରାଇଭର ଶ୍ୟାମଭାର ରାୟ ଗିରଫ ହେବାପରେ ଘଟଣା ପଦାକୁ ଆସିଥିଲା । ପଚରାଉଚରାରେ ସେ ସିନା ବୋରାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା । ସିନାଙ୍କ ମୃତଦେହକୁ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ଫିଙ୍ଗି ଥିବା କଥା ମାନିଥିଲା । ଘଟଣାରେ ସିନାଙ୍କ ମାଆ ଇନ୍ଦ୍ରାଣୀ ଓ ତାଙ୍କ ପୂର୍ବତନ ସ୍ବାମୀ ସଞ୍ଜୀବ ଖାନ୍ନା ମଧ୍ୟ ସାମିଲ ଥିବା କହିଥିଲା ଡ୍ରାଇଭର ଶ୍ୟାମଭାର ରାୟ ।

ସିବିଆଇ ସୂଚନାଅନୁଯାୟୀ, ଇନ୍ଦ୍ରାଣୀ ମୁଖାର୍ଜୀ ସିନା ବୋରାଙ୍କୁ ହତ୍ୟା କରିଥିଲେ, କାରଣ ସେ ସିନା ବୋରାଙ୍କ ସମ୍ପର୍କକୁ ନେଇ କ୍ରୋଧିତ ଥିଲେ, ସେ ସମସ୍ତଙ୍କୁ ସିନା ତାଙ୍କ ଭଉଣୀ ବୋଲି ପରିଚିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.