ETV Bharat / bharat

Sheena Bora Murder Case: ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ ଉପରେ CBI ପ୍ରତିକ୍ରିୟା ଲୋଡିଲେ SC - ଇନ୍ଦ୍ରାଣୀ ମୁଖାର୍ଜୀ ଜାମିନ ଆବେଦନ

ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସହମତି ପ୍ରକାଶ । ଅଧିକ ପଢନ୍ତୁ

Sheena Bora Murder Case: ଇନ୍ଦ୍ରାଣୀଙ୍କ ଜାମିନ ଆବେଦନ ଉପରେ CBI ପ୍ରତିକ୍ରିୟା ଲୋଡିଲେ SC

author img

By

Published : Feb 19, 2022, 6:59 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ସହମତି ପ୍ରକାଶ । ଶୁକ୍ରବାର ସୁପ୍ରିମକୋର୍ଟ ମୁଖ୍ୟ ଅଭିଯୁକ୍ତଙ୍କ ଆବେଦନକୁ ଗୁରୁତର ସହ ନେଇ ଶୁଣାଣି କରିବାକୁ ସହମତି ପ୍ରକାଶ କରିବା ସହ CBIକୁ ଏନେଇ ଜବାବ ମାଗିଛନ୍ତି । ୨ ସପ୍ତାହ ପରେ ମାମଲାର ହେବ ଶୁଣାଣି ।

ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଏକ ବେଞ୍ଚ, ସିବିଆଇକୁ ନୋଟିସ୍ ଜାରି କରିଛନ୍ତି । ମୁଖାର୍ଜୀଙ୍କ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢିଛନ୍ତି ଯେ, ମାମଲା ମଧ୍ୟକୁ ତାଙ୍କ ମହକିଲ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜଡିତ କରାଯାଇଛି ଏବଂ ଅଧିକାଂଶ ସାକ୍ଷୀଙ୍କ ଯାଞ୍ଚ କରାଯାଇ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦେଢବର୍ଷ ମଧ୍ୟରେ କୌଣସି ସାକ୍ଷୀଙ୍କୁ ଯାଞ୍ଚ କରାଯାଇ ନଥିବାବେଳେ ମୁଖାର୍ଜୀଙ୍କ ସ୍ୱାମୀଙ୍କୁ ମଧ୍ୟ ଜାମିନ ମିଳିସାରିଛି । ବର୍ତ୍ତମାନ ଇନ୍ଦ୍ରାଣୀ ମୁଖାର୍ଜୀ ଅସୁସ୍ଥ ଥିବାବେଳେ ଟ୍ରାଏଲ କୋର୍ଟରେ ହାଜର ପାଇଁ କୌଣସି ପ୍ରିଜାଇଡିଂ ଅଫିସର ମଧ୍ୟ ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ:-Sheena Bora Murder Case: ବଞ୍ଚିଛନ୍ତି ସିନା ବୋରା, CBIକୁ ଚିଠି ଲେଖିଲେ ଇନ୍ଦ୍ରାଣୀ

ସୂଚନା ଥାଉକି, 2012ରେ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ନିଜ ଝିଅ ସିନା ବୋରାଙ୍କୁ ହତ୍ୟା କରିଥିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା ।ପରେ ୨୦୧୫ ମସିହାରୁ ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲ୍ଲା ଜେଲରେ ବନ୍ଦୀ ଅଛନ୍ତି । ମାତ୍ର ୨୦୨୧ ଡିସେମ୍ବର ୧୬ରେ CBI କୁ ଇନ୍ଦ୍ରାଣୀଙ୍କ ଚିଠି ଟ୍ବିଷ୍ଟ ଆଣିଥିଲା । ସିନା କାଶ୍ମୀରେ ଜୀବିତ ଥିବା ଦର୍ଶାଇ CBIକୁ ଚିଠି ଲେଖିଥିଲେ ଇନ୍ଦ୍ରାଣୀ ।

ମାତ୍ର କୋର୍ଟଙ୍କ ହସ୍ତକ୍ଷେପ ବିନା ଏହି କାରଣକୁ ଗୁରୁତର ସହ ନିଆଯିବ ନାହିଁ ବୋଲି CBI ସ୍ପଷ୍ଟ କରି ଦେଇଥିଲା । ଏହାପରେ ଜାମିନ ଆବେଦନ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଇନ୍ଦ୍ରାଣୀ । ବର୍ତ୍ତମାନ ଶୁଣାଣି ନେଇ ସହମତି ସହ CBI ପ୍ରତିକ୍ରିୟା ଲୋଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.