ETV Bharat / bharat

ନୂଆଦିଲ୍ଲୀ ଘୋଷଣାପତ୍ରକୁ କଂଗ୍ରେସ ନେତାଙ୍କ ପ୍ରଶଂସା, ଏହା ଭାରତର କୂଟନୈତିକ ବିଜୟ କହିଲେ ଥରୁର - ଜି ୨୦ ସମ୍ମିଳନୀ

ନୂଆଦିଲ୍ଲୀ ଘୋଷଣାପତ୍ରକୁ ପ୍ରଶଂସା କଲେ କଂଗ୍ରେସ ନେତା ଶଶି ଥରୁର । କହିଲେ ଏହା ଭାରତ ପାଇଁ ବଡ କୂଟନୈତିକ ବିଜୟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ ଘୋଷଣାନାମାକୁ କଂଗ୍ରେସ ନେତାଙ୍କ ପ୍ରଶଂସା

author img

By ETV Bharat Odisha Team

Published : Sep 11, 2023, 10:28 AM IST

ନୂଆଦିଲ୍ଲୀ: ରାଜଧାନୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଶନିବାର ଦିନ ନୂଆଦିଲ୍ଲୀ ଘୋଷଣାପତ୍ରକୁ ଗୃହୀତ କରାଇ ଭାରତ ଇତିହାସ ରଚିଛି । ୟୁକ୍ରେନ-ଋଷ ଯୁଦ୍ଧ ସତ୍ତ୍ବେ ଦିଲ୍ଲୀ ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତ ହେବାକୁ ଭାରତର ବଡ କୂଟନୈତିକ ବିଜୟ ଭାବେ ଦେଖାଯାଉଛି । ଏ କଥାକୁ ବିରୋଧି ଦଳ ନେତା ମଧ୍ୟ ସ୍ବୀକାର କରିଛନ୍ତି । କଂଗ୍ରେସ ନେତା ଶଶି ଥରୁର ରବିବାର ଜି-୨୦ ସଦସ୍ୟଙ୍କ ଦିଲ୍ଲୀ ଘୋଷଣାନାମାକୁ ପ୍ରଶଂସା କରି କହିଛନ୍ତି, ''ଏହା ଯେ ଭାରତର ଏକ ବଡ କୂଟନୈତିକ ବିଜୟ, ଏଥିରେ କୌଣସି ସନ୍ଦେହ ନାହିଁ । ଜି-୨୦ ସମ୍ମିଳନୀ ଡକାଯିବା ପର୍ଯ୍ୟନ୍ତ ସେଥିରେ କୌଣସି ପ୍ରକାର ବୁଝାମଣା ସମ୍ଭବପର ନୁହେଁ ବୋଲି ଦୃଢ ଆଶା ରହିଥିଲା । କିନ୍ତୁ ଶତ ପ୍ରତିଶତ ସହମତିରେ ଏହା ମଞ୍ଜୁର ହେବା ଭାରତ ପାଇଁ ବଡ ଉପଲବ୍ଧି ।''

ରବିବାର ନ୍ୟୁଜ ଏଜେନ୍ସି ANI ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଥରୁର ଦିଲ୍ଲୀ ଘୋଷଣାନାମା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, କୌଣସି ପ୍ରସଙ୍ଗରେ ସବୁ ରାଷ୍ଟ୍ର ସହମତ ହେବା ସାଧାରଣତଃ ସମ୍ଭବପର ହୁଏନି । ଜଣେ ବି ରାଷ୍ଟ୍ର ଘୋଷଣାପତ୍ରକୁ ବିରୋଧ କରିଥିଲେ ଏହା ଗୃହୀତ ହୋଇପାରି ନଥାନ୍ତା । ତେଣୁ ଭାରତ କେବଳ ଜି-୨୦ରେ ଅଧ୍ୟକ୍ଷତା କରିବ ଏବଂ ଏଥିରେ କୌଣସି ପ୍ରକାର ବୁଝମଣା ହେବନି ବୋଲି ଆଶା କରାଯାଉଥିଲା । ଏପରି ସ୍ଥଳେ ଦିଲ୍ଲୀ ଘୋଷଣାପତ୍ର ମଞ୍ଜୁର ହେବା ଭାରତ ପାଇଁ ଏକ କୂଟନୈତିକ ବିଜୟ ନିଶ୍ଚୟ ।

ଏହାମଧ୍ୟ ପଢନ୍ତୁ: G20 ଘୋଷଣାପତ୍ରକୁ ୟୁକ୍ରେନର ସମାଲୋଚନା; କହିଲା ଗର୍ବ କରିବା ଭଳି କିଛି ନାହିଁ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆଦିଲ୍ଲୀ ଘୋଷଣାପତ୍ରରେ ସମ୍ମିଳିତ ବିକାଶ, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଶାନ୍ତି, ୟୁକ୍ରେନ ଓ ଋଷ ଯୁଦ୍ଧ ପ୍ରସଙ୍ଗ ରହିଥିଲା । କିନ୍ତୁ କେଉଁଠାରେ ବି ଋଷର ନାମ ଉଲ୍ଲେଖ କରାଯାଇ ନଥିଲା କି ୟୁକ୍ରେନରେ ଆକ୍ରମଣ ପାଇଁ ଋଷକୁ ସିଧାସଳଖ ଦାୟୀ କରାଯାଇ ନଥିଲା । ଏହାପରେ ମଧ୍ୟ ଭାରତ ଘୋଷଣାପତ୍ରରେ ସବୁ ରାଷ୍ଟ୍ରର ସହମତି ହାସଲ କରିବାରେ ସକ୍ଷମ ହୋଇଥିଲା । ତେଣୁ ଏହାକୁ ଭାରତର କୂଟନୈତିକ ବିଜୟ ରୂପେ ବିଚାର କରାଯାଉଛି । ଏଥିପାଇଁ ଦେଶକୁ ଚାରିଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଛି ।

ଅନ୍ୟପଟେ ଏହି ଘୋଷଣାପତ୍ରରେ ଋଷ ନାଁ ନଲେଖା ହେବାକୁ ୟୁକ୍ରେନ ସମାଲୋଚନା କରିଛି । ଏହି ଘୋଷଣାପତ୍ରରେ ଗର୍ବ କରିବା ଭଳି କିଛି ନାହିଁ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.