ETV Bharat / bharat

ମୁଶାରଫଙ୍କୁ ଶାନ୍ତି ଶକ୍ତି କହି ଅଡୁଆରେ ଶଶୀ ଥରୁର, କଂଗ୍ରେସକୁ ଘେରିଲା ବିଜେପି

ମୁଶରଫଙ୍କୁ ଶାନ୍ତି ଶକ୍ତି କହି ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ବିଜେପି କହିଲା କଂଗ୍ରେସ ପାକିସ୍ତାନ ସମର୍ଥକ । ଅଧିକ ପଢନ୍ତୁ

author img

By

Published : Feb 5, 2023, 10:56 PM IST

ମୁଶରଫଙ୍କୁ ଶାନ୍ତିଦୂତ କହି ଅଡୁଆରେ ଶଶୀ ଥରୁର
ମୁଶରଫଙ୍କୁ ଶାନ୍ତିଦୂତ କହି ଅଡୁଆରେ ଶଶୀ ଥରୁର

ହାଇଦ୍ରାବାଦ: ଆଜି ପରଲୋକ ହୋଇଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସାମରିକ ଶାସକ ପରଭେଜ ମୁଶାରଫଙ୍କୁ ଶାନ୍ତି ଶକ୍ତି କହିବା ସହ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର । ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଏଥିପାଇଁ ତାଙ୍କୁ ସମାଲୋଚନା କରିବା ସହ କଂଗ୍ରେସକୁ ମଧ୍ୟ ଭାରତୀୟ ଜନତା ପାର୍ଟି ଟାର୍ଗେଟ କରିଛି ।

ମୁଶାରଫଙ୍କ ଦେହାନ୍ତ ପରେ ଟ୍ବିଟ୍‌ କରି ସମବେଦନା ଜଣାଇଥିଲେ ଶଶୀ ଥରୁର । ସେ ଟ୍ବିଟରେ ଲେଖିଛନ୍ତି, ‘‘ପରଭେଜ ମୁଶରଫ ଏକଦା ଭାରତର ଦୃଢ ଶତ୍ରୁ ଥିଲେ, କିନ୍ତୁ ପରେ ସେ ଜଣେ ପ୍ରକୃତ ଶାନ୍ତି ଶକ୍ତିରେ ପରିଣତ ହୋଇଥିଲେ । ମୁଁ ତାଙ୍କ ସହ ଅନେକ ଥର ମିଶିଛି । ତାଙ୍କ ଚିନ୍ତାଧାରା ଅତି ସ୍ମାର୍ଟ ଓ ସ୍ପଷ୍ଟ ।’’ 1999 ରେ ହୋଇଥିବା କାର୍ଗିଲ ଯୁଦ୍ଧର ମାଷ୍ଚରମାଇଣ୍ଡକୁ ଶାନ୍ତି ଶକ୍ତି କହି ପ୍ରଶଂସା କରିବାକୁ ନେଇ ତାଙ୍କୁ ବିଭିନ୍ନ ଆଡୁ ସମାଲୋଚିତ ହେବାକୁ ପଡିଛି । ଶାସକ ଭାରତୀୟ ଜନତା ପାର୍ଟି ଉଭୟ ଥରୁର ଓ କଂଗ୍ରେସକୁ ଟାର୍ଗେଟ କରିଛି । କଂଗ୍ରେସ ପାକିସ୍ତାନକୁ ସମର୍ଥନ କରୁଥିବା ଅଭିଯୋଗ କରିଛି ବିଜେପି ।

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫ ଆଜି (ରବିବାର) 79 ବର୍ଷ ବୟସରେ ଦୁବାଇରେ ଏକ ହସ୍ପିଟାଲରେ ଆଖି ବୁଜିଛନ୍ତି । ୧୯୬୧ ମସିହାରେ ପାକିସ୍ତାନର ସେନା ଏକାଡେମୀରେ ଓ ପରେ ସେ ୧୯୬୪ ମସିହାରେ ପାକିସ୍ତାନ ସେନାର ଯୋଗ ଦେଇଥିଲେ । ପରେ ସେ ସେନାଧ୍ୟକ୍ଷ ଓ ପାକିସ୍ତାନର ସାମରିକ ଶାସକ ମଧ୍ୟ ହୋଇଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ ଗାଦିଚ୍ୟୁତ କରି ସେ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲେ । 1999ରେ ହୋଇଥିବା ଭାରତ-ପାକ କାର୍ଗିଲ ଯୁଦ୍ଧର ମଧ୍ୟ ମୁଖ୍ୟ ସୂତ୍ରଧର ଥିଲେ ମୁଶାରଫ । ପାକିସ୍ତାନ ସେନା ସୀମା ଅତିକ୍ରମ କରି କାର୍ଗିଲରେ ଆକ୍ରମଣ କରିଥିଲେ ସୁଦ୍ଧା ଭାରତୀୟ ସେନା ଦ୍ବାରା ପରାଜିତ ହୋଇଥିଲା । ପରେ କ୍ଷମତାରୁ ହଟିବା ପରେ ମୁଶାରଫ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ହେବା ସହ ଚିକିତ୍ସା ଆଳରେ ଦୁବାଇ ପଳାୟନ କରିଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର 79ବର୍ଷ ବୟସରେ ଦେହାନ୍ତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.