ମୁମ୍ବାଇ: ଗତକାଲି(ମଙ୍ଗଳବାର) ମୁମ୍ବାଇରେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସବୁଜ ବନ୍ଦର (ଗ୍ରୀନ ପୋର୍ଟ) ଓ ସବୁଜ ଜାହାଜ ଚଳାଚଳ (ଗ୍ରୀନ ସିପିଙ୍ଗ ) ଉପରେ ଆଲୋଚନା ହୋଇଥିଲା । ବୈଠକରେ ଗ୍ରୀନ ସିପିଙ୍ଗ ଓ ଏମଭିଆଇ ଗ୍ରୀନ ସିପିଙ୍ଗ ୨୦୩୦ ଅନୁସାରେ ଦେଶର ସବୁ ପ୍ରମୁଖ ବନ୍ଦର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରୟାସ ଆରମ୍ଭ ନେଇ ଆଲୋଚନା ହୋଇଥିଲା ।
-
Led by Hon'ble PM Shri @narendramodi Ji's #MIV2030, India's ports are meeting global commitments towards environment conservation.
— Sarbananda Sonowal (@sarbanandsonwal) February 21, 2023 " class="align-text-top noRightClick twitterSection" data="
Glad to attend the Consultative Committee meeting on Green Ports & Green Shipping in Mumbai with colleague Shri @Shantanu_bjp ji. pic.twitter.com/hD92H27H0D
">Led by Hon'ble PM Shri @narendramodi Ji's #MIV2030, India's ports are meeting global commitments towards environment conservation.
— Sarbananda Sonowal (@sarbanandsonwal) February 21, 2023
Glad to attend the Consultative Committee meeting on Green Ports & Green Shipping in Mumbai with colleague Shri @Shantanu_bjp ji. pic.twitter.com/hD92H27H0DLed by Hon'ble PM Shri @narendramodi Ji's #MIV2030, India's ports are meeting global commitments towards environment conservation.
— Sarbananda Sonowal (@sarbanandsonwal) February 21, 2023
Glad to attend the Consultative Committee meeting on Green Ports & Green Shipping in Mumbai with colleague Shri @Shantanu_bjp ji. pic.twitter.com/hD92H27H0D
ଜାହାଜ ଚଳାଚଳ କ୍ଷେତ୍ର ଓ ବନ୍ଦରରେ ପରିବେଶ ପ୍ରଦୂଷଣକାରୀ ଗ୍ୟାସ (ଗ୍ରୀନ ହାଉସ ଗ୍ୟାସ) ନିର୍ଗମନ ହ୍ରାସ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି । ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରକୁ ପ୍ରଦୂଷଣକାରୀ ଗ୍ୟାସ ଓ ଇନ୍ଧନରୁ ମୁକ୍ତ କରି ଏହାକୁ ସବୁଜ କରିବା ସହିତ ସମ୍ପୃକ୍ତ କାରବାରକୁ ଲାଭଦାୟକ ତଥା ନିରନ୍ତର କରିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବାକୁ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପ୍ରୟାସରେ ରହିଛି “ସୋର ଟୁ ସିପ ପାୱାର” ବିଦ୍ୟୁତ ଚାଳିତ ଯନ୍ତ୍ରପାତି ବନ୍ଦରରେ ବ୍ୟବହାର କରିବା, ଏଲଏନଜି/ ସିଏନଜି ଭଳି ବିକଳ୍ପ ଇନ୍ଧନର ବ୍ୟବହାର, ଏଲଏନଜି ସିଏନଜି, ହାଇଡ୍ରୋଜେନ, ଆମୋନିଆ ଭଳି ବିକଳ୍ପ ସ୍ୱଚ୍ଛ ଇନ୍ଧନର ଭଣ୍ଡାରଣ ସୁବିଧା ବୃଦ୍ଧି, ସୌର, ପବନ, ଜୁଆର ଶକ୍ତିର ସଂଗ୍ରହ ତଥା ବ୍ୟବହାର ଇତ୍ୟାଦି । ଏସବୁ କାର୍ଯ୍ୟକ୍ରମ ଦେଶର ସମସ୍ତ ପ୍ରମୁଖ ବନ୍ଦରରେ ଆରମ୍ଭ ହୋଇଯାଇଛି ।
-
With renewed insights and roadmaps, we are aiming to increase share of renewable energy in ports by 60%. Keeping in line with our green commitments, Paradip Port, Deendayal Port & V.O Chidambaranar Port will be developed as Hydrogen Hubs.
— Sarbananda Sonowal (@sarbanandsonwal) February 21, 2023 " class="align-text-top noRightClick twitterSection" data="
">With renewed insights and roadmaps, we are aiming to increase share of renewable energy in ports by 60%. Keeping in line with our green commitments, Paradip Port, Deendayal Port & V.O Chidambaranar Port will be developed as Hydrogen Hubs.
— Sarbananda Sonowal (@sarbanandsonwal) February 21, 2023With renewed insights and roadmaps, we are aiming to increase share of renewable energy in ports by 60%. Keeping in line with our green commitments, Paradip Port, Deendayal Port & V.O Chidambaranar Port will be developed as Hydrogen Hubs.
— Sarbananda Sonowal (@sarbanandsonwal) February 21, 2023
ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଥିଲେ ଯେ “ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଏହାର ପ୍ରତ୍ୟେକ ପ୍ରମୁଖ/ବୃହତ ବନ୍ଦରରେ ଆବଶ୍ୟକ ପଡୁଥିବା ସମସ୍ତ ଶକ୍ତି ଓ ଊର୍ଜାର ୬୦% ଅକ୍ଷୟ ଶକ୍ତିରୁ ଉପଯୋଗ କରିବାକୁ ଚାହୁଁଛି । ଏବେ ମାତ୍ରା ୧୦% କମ ଅକ୍ଷୟ ଶକ୍ତି ପ୍ରମୁଖ ବନ୍ଦର ସମୂହରେ ଉପଯୋଗ କରାଯାଉଛି । ଆହୁରି ମଧ୍ୟ ବନ୍ଦର ଗୁଡିକ ପଣ୍ୟ ପରିବହନ କାର୍ଯ୍ୟରେ ଟନ ପିଛା କାର୍ବନ ନିର୍ଗମନକୁ ୨୦୩୦ ସୁ୍ଦ୍ଧା ୩୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ମାରିଟାଇମ ଭିଜନ ଡକୁମେଣ୍ଟ-୨୦୩୦ରେ ଏକ ୧୦ବର୍ଷିଆ ସହଣୀୟ ସବୁଜ ସାମୁଦ୍ରିକ କ୍ଷେତ୍ର ଓ ନୀଳ ଅର୍ଥନୀତିର ଖସଡା ପ୍ରସ୍ତୁତ କରାଯାଇଛି ।
ମନ୍ତ୍ରୀ ସୋନୋୱାଲ ଆହୁରି କହିଥିଲେ ଯେ, ଜାତୀୟ ହାଇଡ୍ରୋଜେନ ମିଶନର ଲକ୍ଷ୍ୟ ଅନୁସାରେ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦେଶର ତିନିଟି ପ୍ରମୁଖ ବନ୍ଦର ଯଥା, ପାରାଦ୍ୱୀପ, ଦୀନଦୟାଲ ଓ ଭିଓ ଚିଦମ୍ବରମ ବନ୍ଦରର ବିକାଶ କରି ସେଠାରେ ହାଇଡ୍ରୋଜେନ ହବ ପ୍ରତିଷ୍ଠା କରାଯିବ । ଏସବୁ ହବ ୨୦୩୦ ସୁଦ୍ଧା ହାଇଡ୍ରୋଜେନର ଭଣ୍ଡାରଣ, ଉତ୍ପାଦନ ଓ କାରବାର ପାଇଁ ସକ୍ଷମ ହେବେ ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦେଶର ବୃହତ ବନ୍ଦରଗୁଡିକରେ “ଗ୍ରୀନ ପୋର୍ଟ” ପ୍ରୟାସ ଆରମ୍ଭ କରିଛି । ଏହାର ପ୍ରଥମ ଲକ୍ଷ୍ୟ ହେଲା ବନ୍ଦରର କାର୍ଯ୍ୟ ଏବଂ ଜାହାଜ ଚଳାଚଳରେ ପ୍ରଦୂଷଣକୁ ନିୟନ୍ତ୍ରଣ କରି ସ୍ୱଚ୍ଛ ଇନ୍ଧନ ବ୍ୟବହାର ଉପରେ ଗୁରୁତ୍ୱ ଦେବା । ଏହା ଫଳରେ ସମ୍ପୃକ୍ତ ବନ୍ଦର ଗୁଡିକର ପରିବେଶ ଜନିତ ପ୍ରଦର୍ଶନ ଭଲ ରହିବ । ଏହି ପ୍ରୟାସରେ ପରିବେଶ ପ୍ରଦୂଷଣକୁ ପର୍ଯ୍ୟବେକ୍ଷଣ ଓ ତଦାରଖ କରିବା ପାଇଁ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ହାସଲ କରିବା, ଧୂଳିକୁ ନିୟନ୍ତ୍ରଣ କରିବାକୁ ଯାନ୍ତ୍ରିକ ବ୍ୟବସ୍ଥାର ଉପଯୋଗ, ଏସ୍ଟିପି ଗାର୍ବେଜ ଡିସପୋଜାଲ ସିଷ୍ଟମ ପ୍ରସ୍ତୁତ କରିବା, ଜାହାଜରୁ ବାହାରୁ ଥିବା ଆବର୍ଜନାର ନିରାପଦ ପରିଚାଳନା, ଅକ୍ଷୟ ଉତ୍ସରୁ ଶକ୍ତି ଉତ୍ପାଦନ ବ୍ୟବସ୍ଥା କରିବା, ତୈଳ ଆସ୍ତରଣକୁ ସଫା କରିବାର ବ୍ୟବସ୍ଥା କରିବା, ପୋତାଶ୍ରୟର ଜଳର ମାନ ବୃଦ୍ଧି, ଟର୍ମିନାଲଗୁଡିକର ଡିଜାଇନ ବଦଳାଇ ଏହାର ବିକାଶ କରିବା ସହିତ ସେସବୁର କାର୍ଯ୍ୟଦକ୍ଷତା ବଢାଇବା ଓ ବନ୍ଦରାଞ୍ଚଳରେ ଅଧିକରୁ ଅଧିକ ସବୁଜିମା ସୃଷ୍ଟି କରିବା ଆଦି ଅନ୍ତର୍ଭୁକ୍ତ ।
ସେହିଭଳି ଗ୍ରୀନ ସିପିଙ୍ଗ ବା ପ୍ରଦୂଷଣମୁକ୍ତ ଜାହାଜ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଭାରତର ସର୍ବବୃହତ ଜାହାଜ ନିର୍ମାଣ କାରଖାନା କୋଚିନ ସିପିୟାର୍ଡକୁ ପରିଷ୍କାର ପରିଚ୍ଛନ୍ନ ତଥା ପ୍ରଦୂଷଣମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ପାରମ୍ପରିକ ଊର୍ଜାର ବ୍ୟବହରାର ଯଥେଷ୍ଟ ହ୍ରାସ ପାଇଛି । ଏହା ଫଳରେ ଦେଶର ପ୍ରମୁଖ ବନ୍ଦର ସମୂହ ଏକ ସବୁଜ ବିପ୍ଳବ ଆଣିବାକୁ ଯାଉଛନ୍ତି ।
ଏହା ଫଳରେ ଭାରତୀୟ ବନ୍ଦରଗୁଡିକ ଅଧିକ ପରିଷ୍କାର ପରିଚ୍ଛନ୍ନ ଓ ସବୁଜ ହେବା ସହିତ ଏହାର ସାମଗ୍ରିକ ପରିବେଶରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ଏହା ନୀଳ ଅର୍ଥନୀତିର ବିକାଶ ପାଇଁ ନିଶ୍ଚିତଭାବେ କେତେକ ଅପରିହାର୍ଯ୍ୟ ଆବଶ୍ୟକତା । ନୀଳ ଅର୍ଥନୀତି ବା ବ୍ଲ୍ୟୁ ଇକନମୀ ପାଇଁ ଏକ ଉପଯୁକ୍ତ ପରିବେଶ ତିଆରି କରିବା ସର୍ବଦା ଗୁରୁତ୍ୱପୂର୍ଣ୍ଣ । ଏହା ପୁଞ୍ଜିନିବେଶ ଓ ଅର୍ଥ ପ୍ରବାହ ମଧ୍ୟରେ ଉତ୍ତମ ଭାରସାମ୍ୟ ରଖିଥାଏ । ବୈଠକରେ ବିଭାଗୀୟ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ଲୋକପ୍ରତିନିଧି, ସରକାରୀ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।