ETV Bharat / bharat

ଜିନୋମିକ୍ ବୈଜ୍ଞାନିକ ପରାମର୍ଶଦାତା ଚେୟାରମ୍ୟାନ ପଦବୀରୁ ବରିଷ୍ଠ ଭାଇରୋଲୋଜିଷ୍ଟଙ୍କ ଇସ୍ତଫା

author img

By

Published : May 17, 2021, 10:58 AM IST

ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜାମେଲ ରବିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଭାରତୀୟ SARS-CoV-2 ଜେନୋମିକ୍ସ କନଜୋରଟିୟମ (INSACOG) ର ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟରତ ଥିଲା ଶାହିଦ ଜାମେଲ୍ । ଅଧିକ ପଢନ୍ତୁ...

ବରିଷ୍ଠ ଭାଇରୋଲୋଜିଷ୍ଟ
ବରିଷ୍ଠ ଭାଇରୋଲୋଜିଷ୍ଟ

ନୂଆଦିଲ୍ଲୀ: ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜାମେଲ ରବିବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଭାରତୀୟ SARS-CoV-2 ଜେନୋମିକ୍ସ କନଜୋରଟିୟମ (INSACOG) ର ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟରତ ଥିଲା ଶାହିଦ ଜାମେଲ୍ । ଗତ ବର୍ଷ ଡିସେମ୍ବରରେ ଭାରତରେ କୋଭିଡ-19 ଷ୍ଟ୍ରେନର ଲାବ୍ରୋଟାରୀ ଏବଂ ଏପିଡେମୋଲୋଜିକାଲ୍ ସର୍ଭାଇଲାନ୍ସ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ଫୋରମ୍ ସ୍ଥାପିତ ହୋଇଥିଲା । ଜାମେଲ ବର୍ତ୍ତମାନ ଅଶୋକା ବିଶ୍ବବିଦ୍ୟାଳୟରେ ଅଧିନରେ ଥିବା ତ୍ରୀବେଦୀ ସ୍କୁଲ ଅଫ୍ ବାଓସାଇନ୍ସର ନିର୍ଦ୍ଦେଶକ ଅଛନ୍ତି ।

ଇଣ୍ଡିଆନ୍ SARS-CoV-2 ଜେନୋମିକ୍ସ କନଜୋରଟିୟମ୍ (INSACOG) ହେଉଛି 10ଟି ଲାବ୍ରୋଟାରୀର ଗୋଟିଏ ନେଟୱାର୍କ । ଏହା ଡିସେମ୍ବର 2020 ରେ ଭାରତରେ SARS-CoV-2 ର ଜିନୋମିକ୍ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ଜେନୋମ୍ ସିକ୍ବେନ୍ସିଂ (WGS) ମାଧ୍ୟମରେ ନିରନ୍ତର ନଜର ରଖିବା ପାଇଁ ପ୍ରତିଷ୍ଠିତ । ବିଶ୍ବରେ ଦେଖାଦେଇଥିବା 6 ଟି ଷ୍ଟ୍ରେନ୍ ମଧ୍ୟରୁ ଭାରତରେ 3ଟି ଏପର୍ଯ୍ୟନ୍ତ ନଜରକୁ ଆସିଛି । ଭାରତରେ ମୁଖ୍ୟତଃ ବ୍ରିଟେନ୍, ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ବ୍ରିଟେନ୍ ଷ୍ଟ୍ରେନ୍ B.1.1.7, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ B.1.351, ବ୍ରାଜିଲର P.1 ଭାରତରେ ଦେଖାଦେଇଛି ।

ଗତବର୍ଷ ମହାରାଷ୍ଟ୍ରରେ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ B.1.617 ନଜର ଆସିଥିଲେ । ମୁଖ୍ୟସ୍ରୋତରେ ଥିବା ଭାଇରୋଲୋଜିଷ୍ଟ ଡ଼ ଶାହିଦ ଜାମେଲ୍ ଏନେଇ କହିଥିଲେ, ବର୍ତ୍ତମାନ ସୁଦ୍ଧା 15 ହଜାର ଭାଇରସ୍ ସିକ୍ବେନ୍ସିଂ ସରିଛି । ଏ ମଧ୍ୟରୁ ଭାରତରେ B.1.1.7 ଦେଖାଯାଇଥିବା ବେଳେ ପଶ୍ଚିମବଙ୍ଗରେ ମୁଖ୍ୟତଃ B.1.351 ଡିଟେକ୍ଟ କରାଯାଇଛି । B.1.617 ବର୍ତ୍ତମାନ ଭାରତର ସମସ୍ତ ରାଜ୍ୟକୁ ବ୍ୟାପିସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.