ETV Bharat / bharat

ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ଡ୍ରାଇଭରଙ୍କୁ ସମନ, NCB ଅଫିସରେ ଚାଲିଛି ଜେରା

author img

By

Published : Oct 9, 2021, 5:19 PM IST

ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ଡ୍ରାଇଭରଙ୍କୁ NCBର ସମନ । କାର୍ଯ୍ୟାଳୟରେ ଜାରି ରହିଛି ଜେରା । ଅଧିକ ପଢନ୍ତୁ...

ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ଡ୍ରାଇଭରଙ୍କୁ NCB ସମନ

ମୁମ୍ବାଇ: କ୍ରୁଜ ବୋଟରେ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଚେର ଲମ୍ବିବାରେ ଲାଗିଛି । ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟାନଙ୍କ ଜାମିନ ଆବେଦନ ଖାରଜ ହୋଇ ଯାଇଥିବାବେଳେ ଆଜି ଶାହରୁଖଙ୍କ ଡ୍ରାଇଭରଙ୍କୁ ସମନ ଜାରି କରିଛି NCB। ମିଳିଥିବା ଶେଷ ସୂଚନା ଅନୁସାରେ ଶାହରୁଖଙ୍କ ଡ୍ରାଇଭର NCB କାର୍ଯ୍ୟାଳୟରେ ହାଜର ହୋଇଥିବାବେଳେ ତାଙ୍କୁ ଜେରା ମଧ୍ୟ ଆରମ୍ଭ ହୋଇଛି ।

ଶୁକ୍ରବାର ଡ୍ରଗ୍ସ ପାର୍ଟି ମାମଲାରେ ଆର୍ୟାନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଛି । ଆର୍ୟାନଙ୍କ ସମେତ ଘଟଣାର ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଆର୍ଥରରୋଡ ଜେଲରେ ରହିଛନ୍ତି । ଜେଲ ମଧ୍ୟରେ ସେମାନଙ୍କୁ କୌଣସି ବିଶେଷ ସୁବିଧା ଯୋଗାଇ ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିସାରିଛନ୍ତି ।

ମୁମ୍ବାଇ ଉପକୂଳରେ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲା ତଦନ୍ତର ସଦ୍ୟତମ ସୂଚନା ଅନୁସାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ବାରା ବାନ୍ଦ୍ରା ଅଞ୍ଚଳର ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଓ ବିଦେଶୀ ନାଗରିକଙ୍କ ସମେତ ପ୍ରାୟ ୧୬ ଜଣ ଗିରଫ ହୋଇ ସାରିଥିବାବେଳେ ଏହି ସଂଖ୍ୟା ଆହୁରି ବଢିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.