ETV Bharat / bharat

'ସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ'

ବିବାହ ପରେ ସ୍ତ୍ରୀ ସହ ସ୍ବାମୀର ବଳ ପୂର୍ବକ ସମ୍ପର୍କ ଦୁଷ୍କର୍ମ ନୁହେଁ । ମୁମ୍ବାଇ ସେସନ୍ କୋର୍ଟ ପରେ ଏପରି ରାୟ ଶୁଣାଇଲେ ଛତିଶଗଡ ହାଇକୋର୍ଟ । ଅଧିକ ପଢନ୍ତୁ...

'ସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ'
'ସ୍ତ୍ରୀ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ'
author img

By

Published : Aug 27, 2021, 9:50 AM IST

ରାୟପୁର: ବିବାହ ପରେ ସ୍ତ୍ରୀ ସହ ସ୍ବାମୀର ବଳ ପୂର୍ବକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଏନେଇ ମୁମ୍ବାଇ ସେସନ୍ କୋର୍ଟ ରାୟ ଶୁଣାଇବା ପରେ ବର୍ତ୍ତମାନ ଛତିଶଗଡ ହାଇକୋର୍ଟ ମଧ୍ୟ ସମାନ ଶୁଣାଣି କରିବା ସହ ସମାନ କାରଣ ଦର୍ଶାଇଛନ୍ତି । ଯଦି ପତି-ପତ୍ନୀଙ୍କ ବୟସ 18 କିମ୍ବା 18 ରୁ ଅଧିକ ତେବେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବେଆଇନ ନୁହେଁ ।

ତେଣୁ ପତ୍ନୀର ଅନିଚ୍ଛା ସତ୍ତ୍ବେ ଅବା ବଳପୂର୍ବକ ଭାବେ ସ୍ବାମୀ ସମ୍ପର୍କ ରଖୁଛି ତେବେ ତା' ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ଛତିଶଗଡ ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଏକ ମାମଲାର ଶୁଣାଣି କରି ଜଷ୍ଟିସ ଏନକେ ତନ୍ଦ୍ରବଂଶି ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଅପରପକ୍ଷେ ଏପରି କ୍ଷେତ୍ରରେ ଯଦିଓ ସ୍ବାମୀ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବନି, ତଥାପି ଅପ୍ରାକୃତିକ ଯୌନସମ୍ପର୍କ ମାମଲା ଚାଲିପାରିବ ବୋଲି ଅଦାଲତ କହିଛନ୍ତି ।

ସୂଚନା ଅନୁଯାୟୀ ଛତିଶଗଡର ବେମତରା ଜିଲ୍ଲାର ଜଣେ ମହିଳା ତାଙ୍କ ଶାଶୁଘର ଲୋକେ ଯୌତୁକ ନିର୍ଯାତନା, ବଳପୂର୍ବକ ଶାରୀରିକ ସମ୍ପର୍କ, ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ନିର୍ଯାତିତ କରିବା ଆଦି ନେଇ ଥାନାରେ ଅଭିଯୋଗ କରିଥିଲେ । ମାମଲାର ଶୁଣାଣି କରି ଛତିଶଗଡ ଉଚ୍ଚ ନ୍ୟାୟାଳୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.