ETV Bharat / bharat

ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 12 ଶ୍ରମିକ ମୃତ, ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨ ଲକ୍ଷ ସହାୟତା ରାଶି ଘୋଷଣା

author img

By

Published : May 18, 2022, 1:35 PM IST

Updated : May 18, 2022, 10:54 PM IST

ଗୁଜୁରାଟରେ ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି 12 ଜଣ ଶ୍ରମିକ ମୃତ । ଏବେ ବି ଅନେକ ଶ୍ରମିକ ଭଙ୍ଗା କାନ୍ଥ ତଳେ ଚାପି ହୋଇରହିଥିବା ସୂଚନା । ଅଧିକ ପଢନ୍ତୁ

Wall Collapsed: ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡି 9 ଶ୍ରମିକ ମୃତ

ଗାନ୍ଧୀନଗର: ଗୁଜୁରାଟରେ ବଡ ଅଘଟଣ । କାନ୍ଥ ଭୁଶୁଡି 12 ଜଣ ଶ୍ରମିକ ମୃତ । ଆଜି(ବୁଧବାର) ଗୁଜୁରାଟ ମୋରବି ଜିଲ୍ଲାର ହଲବଦ( Halvad morbi)ରେ ଏହି ଅଘଟଣ ଘଟିଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ହଲବଦ ଜିଆଇଡିସି(Halvad GIDC)ରେ ଥିବା ଏକ ଲୁଣ ଫ୍ୟାକ୍ଟ୍ରିର କାନ୍ଥ ହଠାତ୍ ଭୁଶୁଡି ପଡିଛି । ଫଳରେ ଏଠାରେ କାମ କରୁଥିବା 30 ଜଣ ଶ୍ରମିକ କାନ୍ଥ ତଳେ ଚାପି ହୋଇରହିଛନ୍ତି । ଏବେସୁଦ୍ଧା 12 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ହଲବଦ ଜିଆଇଡିସି ଅଞ୍ଚଳରେ ଥିବା ସାଗର ସଲ୍ଟ ନାମକ ଫ୍ୟାକ୍ଟ୍ରିର କାନ୍ଥ ଭୁଶୁଡି ପଡିଛି । ଭଙ୍ଗା କାନ୍ଥ ତଳୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଜେସିବି ମେସିନ ନିୟୋଜିତ କରାଯାଇଛି । କୁହାଯାଉଛି ଯେ, ଭୁଶୁଡିଥିବା କାନ୍ଥ ନିକଟରେ ଅନେକ ଲୁଣ ବସ୍ତା ରଖାଯାଇଥିଲା । ବସ୍ତାଗୁଡିକର ଭାର ଅଧିକ ଥିବାରୁ କାନ୍ଥଟି ଭୁଶୁଡି ପଡିଛି । କାନ୍ଥ ଭୁଶୁଡିବା ପରେ ସେଠାରେ ପ୍ୟାକେଜିଂ କରୁଥିବା ଶ୍ରମିକମାନଙ୍କ ଉପରେ ପଡିଥିଲା । ତେବେ ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ଅନେକ ଶ୍ରମିକ ଖାଇବା ପାଇଁ ଯାଇଥିଲେ । ନଚେତ୍ ଆହୁରି ଅନେକ ଶ୍ରମିକଙ୍କ ମୃତ୍ୟୁ ହୋଇଥାନ୍ତା ।

  • Rs. 2 lakh each from PMNRF would be given to the next of kin of those who have lost their lives due to the tragedy in Morbi. The injured would be given Rs. 50,000: PM @narendramodi https://t.co/AlbwctnOUy

    — PMO India (@PMOIndia) May 18, 2022 " class="align-text-top noRightClick twitterSection" data=" ">

ସେହିପରି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି ( PMNRF) ରୁ 2 ଲକ୍ଷ ଟଙ୍କା ଏବଂ ଆହତଙ୍କୁ 50,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପ୍ରତ୍ୟେକ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 4 ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଖୁବ୍ ଶୀଘ୍ର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 18, 2022, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.