ETV Bharat / bharat

ମାଗଣା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା: 4 ମହିଳା ମୃତ

author img

By

Published : Feb 4, 2023, 5:45 PM IST

ତାମିଲନାଡୁରେ ମାଗଣା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟାରେ ଚାଲିଗଲା 4 ମହିଳାଙ୍କ ପ୍ରାଣ । 10ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଅଧିକ ପଢନ୍ତୁ

ମାଗଣା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା: 4 ମହିଳା ମୃତ
ମାଗଣା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା: 4 ମହିଳା ମୃତ

ହାଇଦ୍ରାବାଦ: ତାମିଲନାଡୁରେ ଏକ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଅଘଟଣ । ଦଳାଚକଟାରେ 4ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ତିରୁପଟ୍ଟୁରରେ ସ୍ଥାନୀୟ ଥାଇପୁସମ ପର୍ବ ଅବସରରେ ଏହି ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ । ସ୍ଥାନୀୟ ଆୟପ୍ପାନ ନାମକ ଜଣେ ସାମାଜିକ କର୍ମୀ ଏହି ପର୍ବ ଅବସରରେ ମାଗଣା ଶାଢୀ ଓ ଧୋତି ବଣ୍ଟନ କରୁଥିଲେ । ଏହି ସମୟରେ ମାତ୍ରାଧିକ ଭିଡ ଯୋଗୁ ଦଳାଚକଟା ହୋଇଥିଲା । ଏଥିରେ ଘଟଣାସ୍ଥଳରେ 4ଜଣ ମହିଳାଙ୍କ ମୃତ୍ୟୁ ହେବା ସହ ପ୍ରାୟ 10ରୁ ଅଧିକ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି । ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ, କାର୍ଯ୍ୟକ୍ରମରେ ପ୍ରାୟ 5ଶହରୁ ଅଧିକ ମହିଳା ସାମିଲ ହୋଇଥିଲେ । ଶାଢୀ ଓ ଧୋତି ବଣ୍ଟନ ବେଳେ ମାତ୍ରାଧିକ ଭିଡ ହୋଇଥିଲା । ଘଟଣାସ୍ଥଳରେ ଦଳାଚକଟାରେ 4 ଜଣ ମହିଳାଙ୍କ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ କିଛି ବୟସ୍କା ମହିଳା ମଧ୍ୟ ରହିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ସେହିପରି ଅନ୍ୟ ପ୍ରାୟ 10ରୁ ଅଧିକ ଆହତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଥିଲେ ସୁଦ୍ଧା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନି । ଅଘଟଣ ପରେ କାର୍ଯ୍ୟକ୍ରମସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କାର୍ଯ୍ୟକ୍ରମର ଆୟୋଜନ ନେଇ ମଧ୍ୟ ପ୍ରଶ୍ନ ମଧ୍ୟ ଉଠିଛି । ସ୍ଥାନୀୟ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ତ 4 ମହିଳାଙ୍କ ମୃତଦେହ ଉଦ୍ଧାର ହୋଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଆୟୋଜନ ସ୍ଥଳକୁ ସିଲ୍‌ କରାଯାଇ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି । ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଏପରି ଅଘଟଣ ଦେଖିବାକୁ ମିଳିଥିଲା । ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଏକ କାର୍ଯ୍ୟକ୍ରମରେ ଦଳାଚକଟା ଘଟି ଏକାଧିକ ପ୍ରାଣ ହରାଇଥିଲେ । ଏପରି କାର୍ଯ୍ୟକ୍ରମ ଆୟୋଜନ ବେଳେ ଆବଶ୍ୟକ ବ୍ୟବସ୍ଥାକୁ ଧ୍ୟାନ ନଦେବା ଫଳରେ ଏପରି ଅଘଟଣ ବାରମ୍ବାର ଘଟୁଛି । ଆବଶ୍ୟକ ସ୍ଥାନ ନଥାଇ ମାତ୍ରାଧିକ ଭିଡ ବେକାବୁ ହେବା କାରଣରୁ ସାଧାରଣ ଲୋକଙ୍କ ଜୀବନ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.