ETV Bharat / bharat

25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା - ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

Fishermen Arrested by Sri Lankan Navy: ତାମିଲନାଡୁ ଉପକୂଳରୁ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ଜଳସୀମା ଅତିକ୍ରମଣ ଅଭିଯୋଗ । କ୍ଷୋଭ ପ୍ରକାଶ ସହ ତୁରନ୍ତ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲା ମତ୍ସ୍ୟଜୀବୀ ସଂଘ । ଅଧିକ ପଢନ୍ତୁ

ତାମିଲନାଡୁ ଉପକୂଳରୁ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

author img

By ETV Bharat Odisha Team

Published : Dec 10, 2023, 5:08 PM IST

ଚେନ୍ନାଇ: ତାମିଲନାଡୁ ଉପକୂଳବର୍ତ୍ତୀ ବଙ୍ଗୋପସାଗରେ ମାଛ ଧରିବା ବେଳେ 25 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି । ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମଣ ଅଭିଯୋଗରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଦୁଇଟି ବୋଟ ଜବତ କରିବା ସହ 25 ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରି ନେଇଯାଇଛି । ଆଜି ସକାଳେ ଏହି ମତ୍ସ୍ୟଜୀବୀମାନେ ରାମେଶ୍ବରମ ନିକଟବର୍ତ୍ତୀ ନାଗପଟ୍ଟିମନ ହର୍ବରରୁ ମାଛ ଧରିବା ପାଇଁ ବାହାରିଥିଲେ ।

  • #WATCH | 25 Indian fishermen who were fishing in India-Sri Lanka international waters were today detained by the Sri Lankan Navy. The fishermen are residents of Tamil Nadu's Nagapattinam and Karaikal. Their boats have also been taken into custody. pic.twitter.com/Q5ht7HPrl1

    — ANI (@ANI) December 10, 2023 " class="align-text-top noRightClick twitterSection" data=" ">

ଅନ୍ୟ ମତ୍ସ୍ୟଜୀବୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସେମାନେ ଭାରତୀୟ ଜଳସୀମା ମଧ୍ୟରେ ରହି ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ଜାହାଜ ସେମାନଙ୍କୁ ରୋକିବାକୁ ପ୍ରୟାସ କରିଥିଲା । ଏହି ସମୟରେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ଜାହାଜ ମତ୍ସ୍ୟଜୀବୀଙ୍କ ବୋଟ ମଧ୍ୟରେ ଧକ୍କା ମଧ୍ୟ ହୋଇଥିଲା । ଏଥିରେ 5 ମତ୍ସ୍ୟଜୀବୀ ଆହତ ମଧ୍ୟ ହୋଇଛନ୍ତି । ଏହାପରେ ଶ୍ରୀଲଙ୍କା ନୌସେନା ଦୁଇଟି ଭାରତୀୟ ମାଛଧରା ବୋଟ ଜବତ କରିବା ସହ ଉଭୟ ବୋଟରେ ଥିବା 25 ମତ୍ସ୍ୟଜୀବୀଙ୍କୁ ଜେପାଜତକୁ ନେଇଥିଲା ।

ସେମାନେ ନିର୍ଦ୍ଧାରିତ ଜଳସୀମା ଓ ରାଜ୍ୟ ଫିସିଂ ବିଭାଗ ଦେଇଥିବା ସାମୁଦ୍ରିକ ଦୂରତା ଅନୁମତି ମଧ୍ୟରେ ରହି ମାଛ ଧରୁଥିବା ବେଳେ ଶ୍ରୀଲଙ୍କା ନୌସେନା ବାରମ୍ବାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମତ୍ସ୍ୟଜୀବୀ ସଂଘ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ରାମେଶ୍ବରମ ମତ୍ସ୍ୟଜୀବୀ ସଂଘ ରାଜ୍ୟ ସରକାରଙ୍କୁ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ବିଷ୍ଣୁଦେବ ସାଏ ହେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଥର ସମାନ ଅଭିଯୋଗ ସହ ଶ୍ରୀଲଙ୍କା ନୌସେନା ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବାର ନଜିର ରହିଛି । ରାମେଶ୍ବରମ ଉପକୂଳଠାରୁ ମଧ୍ୟ ଶ୍ରୀଲଙ୍କାର ଦୂରତା ପ୍ରାୟ 30 ନଟିକାଲ ମାଇଲ । ଏହା ମଧ୍ୟରେ ଉଭୟ ଦେଶର ନିର୍ଦ୍ଧାରିତ ଜଳସୀମା ରହିଛି । ଉଭୟ ଦେଶର ମତ୍ସ୍ୟଜୀବୀ ନିଜର ସୀମା ସଂଲଗ୍ନ ସମୁଦ୍ରିକ କ୍ଷେତ୍ରରେ ମାଛ ଧରୁଥିବା ବେଳେ ବାରମ୍ବାର ଶ୍ରୀଲଙ୍କା ନୌସେନା ଜଳସୀମା ଅତିକ୍ରମଣ ଆଳରେ ତାମିଲନାଡ଼ୁର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଥିବା ଅଭିଯୋଗ ହୋଇଛି । ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ବିଦେଶ ମନ୍ତ୍ରଣାଳୟର ହସ୍ତକ୍ଷେପ ପାଇଁ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଏବେ ଶ୍ରୀଲଙ୍କା ଜେଲ୍‌ରେ ବହୁସଂଖ୍ୟାରେ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.