ETV Bharat / bharat

ସୁରତରେ ପହଞ୍ଚିଲେ ୧୧ ଶିବସେନା ବିଧାୟକ, ସଙ୍କଟରେ ଉଦ୍ଧବ ସରକାର !

author img

By

Published : Jun 21, 2022, 10:39 AM IST

Updated : Jun 21, 2022, 1:49 PM IST

ସଙ୍କଟରେ ମହାରାଷ୍ଟ୍ର ସରକାର । ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବରେ ସୁରତରେ ପହଞ୍ଚିଲେ ଶିବସେନା ବିଧାୟକ । ଅଧିକ ପଢନ୍ତୁ

ସଙ୍କଟରେ ଉଦ୍ଧବ ସରକାର, ଗୁଜୁରାଟରେ ପହଞ୍ଚିଲେ ୧୧ ଶିବସେନା ବିଧାୟକ

ମୁମ୍ବାଇ: ସଙ୍କଟରେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପରେ ଉଦ୍ଧବ ଠାକରେଙ୍କ ପାଇଁ ବଢିଲା ଅଡୁଆ । ବରିଷ୍ଠ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ବରେ ବିଦ୍ରୋହକୁ ଓହ୍ଲାଇଲେ ଶିବସେନା ବିଧାୟକ । ଆଜି ୧୦ରୁ ୧୩ ଜଣ ଶିବସେନା ବିଧାୟକ ସିନ୍ଧେଙ୍କ ନେତୃତ୍ବରେ ଗୁଜୁରାଟ ସୁରତରେ ପହଞ୍ଚିଛନ୍ତି । ସମସ୍ତ ବିଧାୟକ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସି ଆର ପାଟିଲଙ୍କ ସହ ସମ୍ପର୍କରେ ଥିବା କୁହାଯାଉଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ୍ଟ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିଲା । ନିର୍ବାଚନରେ ୧୦ଟି ଆସନରୁ ବିଜେପିର ୫ ଜଣ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଏନସିପି ଓ ଶିବସେନାର ୨ ଜଣ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ଜଣେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି । ବିଧାନ ପରିଷଦ ନିର୍ବାଚନ ଏଭଳି ଫଳାଫଳକୁ ନେଇ ଅସନ୍ତୋଷ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ବଞ୍ଚାଇବାକୁ ଆଜି ବିଧାୟକଙ୍କ ଜରୁରୀ ବୈଠକ ଡକାଇ ଥିଲେ । ହେଲେ ଏକ ମିଡିଆ ରିପୋର୍ଟ ଅନୁସାରେ, ଗତକାଲି ରାତିରୁ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ୧୦ ରୁ ୧୩ ଜଣ ବିଧାୟକଙ୍କ ପତ୍ତା ମିଳୁନି । ସମସ୍ତ ବିଧାୟକ ସୁରତର କୌଣସି ହୋଟେଲ ଥିବା ଚର୍ଚ୍ଚା ହେଉଛି । ଏହାମଧ୍ୟ କୁହାଯାଉଛି ଯେ, ସମସ୍ତେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସି ଆର ପାଟିଲଙ୍କ ସହ ସମ୍ପର୍କରେ ରହିଛନ୍ତି । ନିର୍ବାଚନରେ ବିଜେପିର ବିଜୟ ଉଦ୍ଧବ ସରକାର ପାଇଁ ବଡ ଝଟକା ହୋଇଥିବା ବେଳେ ଆଜି ପୁଣି ଆଉ ଏକ ଶକ୍ତ ଝଟକା ଦେଇଛନ୍ତି ଶିବସେନା ବିଧାୟକ ।

Last Updated : Jun 21, 2022, 1:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.