ETV Bharat / bharat

ଛତିଶଗଡରେ ଟ୍ରଲରକୁ ଧକ୍କା ଦେଲା ବସ, ଲିଭିଗଲା 7 ଜୀବନ ଦୀପ - Road accident on Pondi Uporda National Highway

କୋର୍ବାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road Accident in Korba)। ପୋଣ୍ଡି ଉପୋରଡା ୧୩୦ ନମ୍ବର ଜାତୀୟ ରାଜପଥ ନିକଟରେ(Road accident on Pondi Uporda National Highway) ନିକଟରେ ଏହି ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଲା ବସ । ଫଳରେ 7ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କୋର୍ବାରେ ମେଟ୍ରୋ ବସ-ଟ୍ରଲର ମୁହାଁମୁହିଁ ଧକ୍କା, ୭ ମୃତ

author img

By

Published : Sep 12, 2022, 8:42 AM IST

Updated : Sep 12, 2022, 9:29 AM IST

ରାୟପୁର: କୋର୍ବାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (Road accident in Korba) । ଛିଡା ହୋଇଥିବା ଟ୍ରଲରକୁ ଧକ୍କା ଦେଲା ବସ୍‌ । ଫଳରେ 7ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୋମବାର ଭୋର ୪ଟା ସମୟରେ ଘଟିଛି ଏହି ଦୁର୍ଘଟଣା (7 killed in road accident in Korba) । ରାୟପୁରରୁ ସୀତାପୁର ଯାଉଥିବା ଏକ ମେଟ୍ରୋ ବସ୍ (CG 04 MM3195) ମଡାଇ ନିକଟରେ ଛିଡା ହୋଇଥିବା ଏକ ଟ୍ରଲରକୁ ଧକ୍କା ଦେବାରୁ 7 ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ରହିଛି ।

ଖବରଅନୁସାରେ, ସୋମବାର ସକାଳ ୪ଟା ସମୟରେ ପୋଣ୍ଡି ଉପୋରଡା ୧୩୦ ନମ୍ବର ଜାତୀୟ ରାଜପଥ ନିକଟରେ(Road accident on Pondi Uporda National Highway) ରାୟପୁରରୁ ସୀତାପୁର ଯାଉଥିବା ଏକ ମେଟ୍ରୋ ବସ୍ (CG 04 MM3195) ମଡାଇ ନିକଟରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସଟି ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ, ୨ଜଣ ମହିଳା ଏବଂ ଜଣେ ଶିଶୁ ଥିବା ସୂଚନା ରହିଛି ।

ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମୃତକଙ୍କୁ ଉଦ୍ଧାର କରାଯାଇ ପୋଡି ଉପୋରଡାର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ: ହିମାଚଳରେ ଭାରସାମ୍ୟ ହରାଇ ପୋଲକୁ ପିଟିଲା କାର, 5 ମୃତ

ବସର ଗତି ଏତେ ଦ୍ରୁତ ଥିଲା ଯେ ବସଟିର ବାମ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କଟଗୋରା ଠାରୁ ଅମ୍ବିକାପୁର ପର୍ଯ୍ୟନ୍ତ ଜାତୀୟ ରାଜପଥରେ ପ୍ରତିଦିନ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ପାଇଁ ଏହି ରାଜପଥ ବେଶ ଚର୍ଚ୍ଚିତ ରହିଛି । ଏହି ଭୟଙ୍କର ସଡକ ଦୁର୍ଘଟଣା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବଙ୍ଗୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିଛି । ମୃତକ ଓ ଆହତଙ୍କ ସଠିକ୍‌ ସୂଚନା ମିଳିପାରିନଥିବା ବେଳେ ଅମ୍ବିକାପୁରର ସୀତାପୁରର ବାସିନ୍ଦା ହୋଇଥିବା ଅନୁମାନ କରାଯାଉଛି ।

ଗତ ସପ୍ତାହରେ ମଧ୍ୟ ସମାନ ଢଙ୍ଗରେ ବସ ସହ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନଥିବା ବେଳେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ରାତିରେ ରାସ୍ତାର ପାର୍ଶ୍ୱରେ ଭାରି ଯାନ ପାର୍କିଂ କରିବା ଦୁର୍ଘଟଣାର ଏକ ବଡ଼ କାରଣ ପାଲଟୁଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2022, 9:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.