ETV Bharat / bharat

ବସଷ୍ଟପରେ ଯାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ଟ୍ରକ, ୫ ମୃତ

ମଧ୍ୟପ୍ରଦେଶର ରତଲାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ଅପେକ୍ଷା କରିଥିବା ବେଳେ ଯାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ଟ୍ରକ । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By

Published : Dec 5, 2022, 7:22 AM IST

ସଡକ ଦୁର୍ଘଟଣା
ସଡକ ଦୁର୍ଘଟଣା

ଭୋପାଳ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସକୁ ଅପେକ୍ଷା କରିଥିବା ବେଳେ ଯାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ଟ୍ରକ । ଫଳରେ ଦୁର୍ଘଟଣାରେ ଜଣେ ଶିଶୁ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ଗତକାଲି(ରବିବାର) ସନ୍ଧ୍ୟାରେ ମଧ୍ୟପ୍ରଦେଶର ରତଲାମରେ ଯାତ୍ରୀମାନେ ବସକୁ ଅପେକ୍ଷା କରିଥିବା ସମୟରେ ଦ୍ରୁତବେଗରେ ଆସୁଥିବା ଟ୍ରକଟି ଯାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଏହାସହ ଖବରପାଇ ଜିଲ୍ଲାପାଳ ନରେନ୍ଦ୍ର କୁମାର ସୂର୍ଯ୍ୟବଂଶୀ ଏବଂ sp ଅଭିଶେଷ ତିଓ୍ବାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Gujarat Final Phase Polls: 833 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଅଢେଇ କୋଟି ଭୋଟର

ଏହି ଦୁର୍ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି," ଏହି ଦୁର୍ଘଟଣାକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ଟ୍ରକଟି ଦ୍ରୁତଗତିରେ ଆସୁଥିବା ବେଳେ ହଠାତ୍ ଟ୍ରକର ଟାୟାର ଫାଟି ଯାଇଥିଲା । ଫଳରେ ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତାରେ ବସକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା । ଏହି ଦୁର୍ଘଟଣାରେ ଆହତ ଏବଂ ମୃତକମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.