ETV Bharat / bharat

କାଶ୍ମୀରରେ ଖାଇକୁ ଖସିଲା କାର, 8 ମୃତ - several dead in jk accident

କାଶ୍ମୀରରେ ଖାଇକୁ ଖସିପଡିଲା କାର (several dead in jk accident)। 8 ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

କାଶ୍ମୀରରେ ଖାଇକୁ ଖସିଲା କାର, 8 ମୃତ
କାଶ୍ମୀରରେ ଖାଇକୁ ଖସିଲା କାର, 8 ମୃତ
author img

By

Published : Nov 16, 2022, 9:20 PM IST

ଶ୍ରୀନଗର: କାଶ୍ମୀରରେ ଏକ କାର ଖାଇକୁ ଖସି ପଡିବାରୁ 8ଜଣଙ୍କର ମୃତ୍ୟୁ ହୋଇଛି । ଜାମ୍ମୁ କାଶ୍ମୀର କିସ୍ତିଓ୍ବାର ଜିଲ୍ଲା ଅନ୍ତର୍ଗତ ମରଓ୍ବା ନିକଟରେ ଆଜି ସଂଧ୍ୟା ପ୍ରାୟ ସାଢେ 5 ଟାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି (several dead in jk accident)। ମୃତକଙ୍କ ପରିଚୟ ସମ୍ପର୍କରେ ସ୍ପଷ୍ଟ ହୋଇ ପାରିନାହିଁ । ସେହିପରି ଗାଡିରେ କେତେ ଯାତ୍ରୀ ଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇପାରିନଥିବା ବେଳେ ବର୍ତ୍ତମାନ ସୁଦ୍ଧା 8 ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

  • J&K | Eight people died when a car fell into a deep gorge around 5:30 in the evening in the Marwah area of Kishtwar: Deputy Commissioner Kishtwar

    — ANI (@ANI) November 16, 2022 " class="align-text-top noRightClick twitterSection" data=" ">

ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗାଡିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କିରଥିଲେ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡିରେ ମୋଟ କେତେ ଯାତ୍ରୀ ଥିଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।

ବର୍ତ୍ତମାନ ସୁଦ୍ଧା 8 ଟି ମୃତଦେହ ଉଦ୍ଧାର ହୋଇଛି । ତେଣୁ ମୃତ୍ୟୁ ସଂଖ୍ୟା 8ବୋଲି ସରକାରୀ ଭାବେ ପ୍ରକାଶ କରାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.