ETV Bharat / bharat

ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍‌, ୬ ମୃତ

author img

By

Published : Sep 2, 2022, 10:27 AM IST

Updated : Sep 2, 2022, 2:24 PM IST

ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍‌ । ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁ ମୃତ । ଅଧିକ ପଢନ୍ତୁ

ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍‌, ୬ ମୃତ
ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍‌, ୬ ମୃତ

ଗାନ୍ଧୀନଗର: ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର୍(car rammed over devotees) । ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁ ମୃତ । ଆଜି ସକାଳେ ଗୁଜୁରାଟର ଅରାବଲୀ ଜିଲ୍ଲାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ସକାଳେ କିଛି ଶ୍ରଦ୍ଧାଳୁ ଅମ୍ବାଜୀ ମନ୍ଦିର ଦର୍ଶନ ପାଇଁ ଚାଲି ଚାଲି ଯାଉଥିବା ସମୟରେ ବାଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି । ଏଥିରେ ୬ ଜଣ ପ୍ରାଣ ହରାଇ ଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଅରାବଲୀ ଜିଲ୍ଲାର ମାଲପୁର ଓ କ୍ରିଷ୍ଣାନଗର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳୁ ସକାଳୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଅମ୍ବାଜୀ ମନ୍ଦିର ଦର୍ଶନ ପାଇଁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଇନଭୋ କାର୍(Innova car) ପଛ ପଟୁ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣ ଶ୍ରଦ୍ଧାଳୁ ଆଖି ବୁଜି ଦେଇଛନ୍ତି । ଏଥିରେ ସେହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀଙ୍କ ସମେତ କାର୍ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତମାନେ ପାଖ ମାଲପୁର ଅଞ୍ଚଳର ହୋଇଥିବା ଜଣାପଡିଛି । ଏନେଇ ସୂଚନା ପାଇବା ମାତ୍ରେ ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।

ଏହାମଧ୍ୟ ପଢନ୍ତୁ: ମେଡିସିନ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍, ୭ ଶ୍ରମିକ ଆହତ

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ(Chief Minister Bhupendra Patel) ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପଟେଲ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଚଳନ୍ତା ସ୍କୁଲବସ୍‌ରୁ ଖସିଲା ଶିଶୁ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

Last Updated : Sep 2, 2022, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.