ETV Bharat / bharat

Chikkaballapur Accident: ସିମେଣ୍ଟ ଟ୍ରକକୁ ଧକ୍କା ଦେଲା ଟାଟା ସୁମୋ, 12 ମୃତ - କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା

କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକ ସହ ଟାଟା ସୁମୋ କାର ଧକ୍କା ହେବାରୁ 12 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

accident in Karnataka
accident in Karnataka
author img

By ETV Bharat Odisha Team

Published : Oct 26, 2023, 9:48 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସିମେଣ୍ଟ ଟ୍ରକକୁ ପଛରୁ ଟାଟା ସୁମୋ କାର ଧକ୍କା ଦେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଚିକ୍କାବାଲାପୁରର ଟ୍ରାଫିକ ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂଚନା ଅନୁଯାୟୀ, ଟାଟା ସୁମୋରେ 15 ଜଣ ଲୋକ ଯାତ୍ରା କରୁଥିଲେ । ରାସ୍ତାରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଟାଟାସୁମୋ । ଫଳରେ 12 ଜଣଙ୍କ ମୃତ୍ୟୁ ହୋଇଛି ଅନ୍ୟ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର । ଆନ୍ଧ୍ରପ୍ରଦେଶରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଟାଟା ସୁମୋ କାର 44 ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ଧକ୍କା ଦେଇଥିଲା ।

ସୂଚନା ଥାଉକି, ଗତ ଅକ୍ଟୋବର 24 ତାରିଖରେ ତାମିଲନାଡୁରେ ସଡକ ଦୁର୍ଘଟଣା ଘଟିଥିଲା । ସରକାରୀ ବସ୍‌ ଓ ଟାଟା ସୁମୋ କାର ମଧ୍ୟରେ ଦୁର୍ଘଟଣା ଘଟିବାରୁ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ଆହତ ହୋଇଥିଲେ। ଥିରୁବନ୍ନାମଲାଇ ଜିଲ୍ଲା ଅନ୍ତର୍ଗତ ସଙ୍ଗମ-କ୍ରିଷ୍ଣାଗିରି ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତଙ୍କ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ସମୟରେ ଟାଟା ସୁମୋରେ 14 ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ 7 ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ 4 ଜଣ ଗୁରୁତର ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ-Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

ଅକ୍ଟୋବର 15 ତାରିଖ ଦିନ ବିହାରର ମୁଜାଫାରପୁର ଜିଲ୍ଲା ଜାତୀୟ ରାଜପଥ ନମ୍ୱର 28ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ସାମ୍ନାରୁ ଆସୁଥିବା ଅଟୋ ସହ ଧକ୍କା ହୋଇଥିଲା ଯାତ୍ରାବାହୀ ବସ୍ । ଏହି ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିଲେ । ଯାତ୍ରାବାହୀ ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ ଏକ ବାଇକ ବସ୍‌ ଆଗକୁ ଆସି ଯାଇଥିଲା । ଚାଳକଙ୍କୁ ବଞ୍ଚାଇବାକୁ ବସ୍‌ଟି ଆଉ ଏକ ଦିଗକୁ ଯିବାକୁ ଚେଷ୍ଟା କରିଥିଲା ।ଯାହା ଫଳରେ ଦୁର୍ଘଟଣା ଘଟିଥିଲା।

ଅକ୍ଟୋବର 15 ତାରିଖରେ ମହାରାଷ୍ଟ୍ରରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଥିଲା । ସଇଲାନି ବାବାଙ୍କୁ ଦର୍ଶନ କରିଯିବା ସମୟରେ ଭକ୍ତଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍, ଟ୍ରକକୁ ପଛପଟୁ ଧକ୍କା ଦେବାରୁ 12 ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉରଙ୍ଗବାଦର ଛତ୍ରପତି ସମ୍ଭାଜୀନଗର ସମୃଦ୍ଧି ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଏକ 4 ବର୍ଷର ଶିଶୁ ରହିଛି । 20 ଜଣ ଆହତ ହୋଇଥିବା ବି ସୂଚନା ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.