ETV Bharat / bharat

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି - ଦିଲ୍ଲୀରେ ଅଗ୍ନିକାଣ୍ଡ

ଦିଲ୍ଲୀରେ ତିନି ମହଲା ବିଶିଷ୍ଠ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ । ୨୦ ମୃତ । ଅଧିକ ପଢନ୍ତୁ

ଦିଲ୍ଲୀରେ ଅଗ୍ନିକାଣ୍ଡ
ଦିଲ୍ଲୀରେ ଅଗ୍ନିକାଣ୍ଡ
author img

By

Published : May 13, 2022, 10:26 PM IST

Updated : May 13, 2022, 11:01 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ତିନି ମହଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ । ସଦ୍ୟତମ ସୂଚନା ଅନୁଯାୟୀ, ଆଗ୍ନକାଣ୍ଡରେ ୨୦ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏଥିରେ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସେହିପରି ଅନେକ ଲୋକ ମଧ୍ୟ ଫସି ରହିଥିବା ଜଣାପଡିଛି । ଏଥିସହ ୧୦ ଜଣ ଗୁରତର ଆହତ ହୋଇଥିବାବେଳେ ଫସି ରହିଥିବା ଲୋକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଉଛି । ଏହା ସହିତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି( ଶୁକ୍ରବାର) ସଂଧ୍ୟାରେ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏହି ତିନି ମହାଲା ବିଶିଷ୍ଟ ବାଣିଜ୍ୟିକ ପ୍ରତିଷ୍ଠାନରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ତେବେ ନିଆଁ ଲିଭା କାର୍ଯ୍ୟରେ ୧୫ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି ।

  • Distressed by the tragic fire accident at a building near Mundka Metro Station in Delhi. My condolences to the bereaved families. I wish for speedy recovery of the injured.

    — President of India (@rashtrapatibhvn) May 13, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଖଃ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

@ANI

Last Updated : May 13, 2022, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.