ETV Bharat / bharat

ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ଗୋଟିଏ ପରିବାରର ୧୧ ଜୀବନ - ଛଡିଶଗଡ ସଡକ ଦୁର୍ଘଟଣା ଖବର

ଛଡିଶଗଡର ବାଲୋଦ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ-ଟ୍ରକ ମୁହାଁମୁହିଁ ଧକ୍କାରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

horrific road accident in Balod
horrific road accident in Balod
author img

By

Published : May 4, 2023, 6:49 AM IST

Updated : May 4, 2023, 9:58 AM IST

ରାୟପୁର: ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ହସଖୁସିରେ ଯାଉଥିଲେ ପରିବାର । ଭାବିଥିଲେ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରିବେ । ହେଲେ ଦଇବ ଆଉ କିଛି ଚାହୁଁଥିଲା । ବାଟରେ ଛପି ବସିଥିଲା ଜମ । ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର 11 ଜୀବନ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଛଡିଶଗଡର ଧମତରି ଜିଲ୍ଲାରେ ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ 10ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛି । ମୃତକ ସମସ୍ତେ ଧମତରି ଜିଲ୍ଲାର ସୋରମ ଭଟଗାଓଁର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନାଅନୁସାରେ, ଗୋଟିଏ ପରିବାରର ସଦସ୍ୟ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ବୋଲେରୋରେ ସୋରମଠୁ ମର୍କଟୋଲା ଯାଉଥିଲେ । ସେହି ସମୟରେ ଜାଗତରାର କାନକେର ହାଇଓ୍ବରେ ଏକ ଟ୍ରକ ଦ୍ରୁତବେଗରେ ଆସି ବୋଲେରୋକୁ ଧକ୍କା ଦେଇଥିଲା । ରାତି ପ୍ରାୟ ୯ଟାରୁ ୯.୩୦ ଭିତରେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଅକାଳରେ ଚାଲିଯାଇଛି ଜୀବନ । ତେବେ ଉକ୍ତ ବୋଲେରୋ ଗାଡିରେ ସ୍ପଷ୍ଟ ଜଣାପଡୁଛି ଯେ, କେତେ ଭୟଙ୍କର ରହିଥିଲା ଦୁର୍ଘଟଣା । ଟ୍ରକ ସହ ଧକ୍କା ହେବା ପରେ ବୋଲେରୋ ପୁରା ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଆଗଭାଗ ପୁରା କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।

ଏହି ଘଟଣାକୁ ନେଇ ବୋଲୋଦ ଏସପି ଜିତେନ୍ଦ୍ର କୁମାର ୟାଦବ କହିଥିଲେ," ଜାଗତ୍ରାରେ ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଗୋଟିଏ ଶିଶୁର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଟ୍ରକକୁ ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।"

  • अभी अभी सूचना मिली है कि बालोद के पुरूर और चारमा के बीच बालोदगहन के पास शादी कार्यक्रम में जा रही बोलेरो और ट्रक के बीच भिड़ंत में 10 लोगों की मृत्यु हो गई है एवं एक बच्ची की स्थिति गंभीर है।

    ईश्वर दुर्घटना में दिवंगत आत्माओं को शांति एवं उनके परिवारजनों को हिम्मत दे। घायल बच्ची…

    — Bhupesh Baghel (@bhupeshbaghel) May 3, 2023 " class="align-text-top noRightClick twitterSection" data=" ">

ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାକୁ ନେଇ ଛଡିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଦୁଃଖପ୍ରକାଶ କରିଛନ୍ତି । ସେ 11 ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଥିଲେ । ସେ ଟ୍ବିଟ କରି କହିଥିଲେ, " ବୋଲୋଦଗହନ ନିକଟରେ ଏକ ଟ୍ରକ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିବା ଏବେ ଏବେ ଖବର ପାଇଲି । ଏଭଳି ସମୟରେ ଇଶ୍ବର ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟ ଧରିବା ପାଇଁ ସାହାସ ଦିଅନ୍ତୁ । ଏହାସହ ଶିଶୁର ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ପ୍ରାର୍ଥନା କରୁଛି । " ସୂଚନା ଥାଉକି, ପରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟି ଆଖି ବୁଜିଛି । ଭୟଙ୍କର ଦୁର୍ଘଟଣାରେ ପୁରା ପରିବାର ଖାଲି ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 4, 2023, 9:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.