ETV Bharat / bharat

Kedarnath Helicopter Crash: ପ୍ରତିକୂଳ ପାଗ ସାଜୁଛି ମୃତ୍ୟୁର ଫାସ, 10ବର୍ଷରେ 6 ଦୁର୍ଘଟଣା ନେଲାଣି 30 ଜୀବନ

ଉତ୍ତରାଖଣ୍ଡ କେଦାରନାଥରେ ଖରାପ ପାଗ ନେଉଛି ଯାତ୍ରୀଙ୍କ ଜୀବନ । 2013 ରୁ ଆଜି ଯାଏ 6ଟି ହେଲିକପ୍ଟର ହେଲାଣି ଦୁର୍ଘଟଣାଗ୍ରସ୍ତ (helicopter crash in kedarnath)। ଯାଇଛି 30 ଜୀବନ । ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷାକୁ ବିପନ୍ନ କରୁଛନ୍ତି ହେଲିକପ୍ଟର ସେବା ପ୍ରଦାନକାରୀ ସଂସ୍ଥା । ଜାଣନ୍ତୁ କେଦାରନାଥ ଧାମରେ ହେଲିକପ୍ଟର ଦୁର୍ଘଟଣାର ଇତିହାସ ସମ୍ପର୍କରେ

Kedarnath Helicopter Crash: ପ୍ରତିକୂଳ ପାଗ ସାଝୁଛି ମୃତ୍ୟୁର ଫାସ, 2013ରୁ 6 ଦୁର୍ଘଟଣା ନେଲାଣି 30 ଜୀବନ

author img

By

Published : Oct 18, 2022, 10:19 PM IST

ଡେରାଡୁନ୍: ଆଜି ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ହେଲିକପ୍ଟର ଦୁର୍ଘଟଣାରେ 7 ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି (helicopter crash in kedarnath)। ଏହି ଦୁର୍ଘଟଣା ପରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ହେଲିକପ୍ଟର ସେବାକୁ ନେଇ ପ୍ରଶ୍ନ ଉଠିଛି । କାହିଁକି ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ନିମୟକୁ ଅଣଦେଖା କରି ପର୍ଯ୍ୟଟକଙ୍କୁ ହେଲିକପ୍ଟର ସେବା ପ୍ରଦାନକାରୀ ସଂସ୍ଥାମାନେ ଉଡାଣ ସେବା ଯୋଗାଉଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ କେଦାରନାଥ ପରି ଅତ୍ୟନ୍ତ ଦୁର୍ଗମ ହିମାଳୟ ପାର୍ବତ୍ୟାଞ୍ଚଳରେ ନିକଟ ଅତୀତରେ ବାରମ୍ବାର ହେଲିକପ୍ଟର ଦୁର୍ଘଟଣା ଘଟିଥିବା ନଜିର ରହିଛି । ଆସନ୍ତୁ ଜାଣିବା କେଦାରନାଥରେ ଗତ କିଛି ବର୍ଷ ମଧ୍ୟରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ ।

2013 ବିପର୍ଯ୍ୟୟ ପରେ ଆରମ୍ଭ ହୋଇଥିଲା ହେଲିକପ୍ଟର ସେବା:-

2013 ରେ ବିପର୍ଯ୍ୟୟ ପରେ କେଦାରନାଥ ଧାମରେ ​​ହେଲିକପ୍ଟର ସେବା ଯୋଗାଇବା ପାଇଁ ଏକାଧିକ କମ୍ପାନୀ ଆଗ୍ରହ ପ୍ରକାଶ କରିଥିଲେ । ପାହାଡିଆ ଦୁର୍ଗମ ସ୍ଥାନରେ ସଡକ ମାର୍ଗ ପରିବର୍ତ୍ତେ ସମୟ ସାପେକ୍ଷ ଓ ସହଜ ହେଲିକପ୍ଟର ଯାତ୍ରାକୁ ତୀର୍ଥଯାତ୍ରୀ ଅଧିକ ଗ୍ରହଣ କରିଥିଲେ । ଏହା ପରେ ସେଠାରେ ହେଲିପ୍ୟାଡ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । ଏକାଧିକ କମ୍ପାନୀ ଏହି ସେବା ଯୋଗାଇବା ପାଇଁ ମଧ୍ୟ ଆଗେଇ ଆସିଥିଲେ । କିନ୍ତୁ ସେଠାକାର ଭୌଗଳିକ ଅବସ୍ଥିତି ଓ ହଠାତ ପରିବର୍ତ୍ତନ ହେଉଥିବା ପ୍ରତିକୂଳ ପାଗରେ ସର୍ବଦା ଉଡାଣ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ରହିଆସିଛି ।

ଏବେ ସୁଦ୍ଧା ଦୁର୍ଘଟଣାଗ୍ରସ୍ତ ହେଲାଣି 6 ଟି ହେଲିକପ୍ଟର:-

2013 ରୁ ଆଜି ଯାଏ କେଦାରନାଥରେ ମୋଟ 6 ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସାରିଲାଣି । ଏଥିରେ ପାଇଲଟ ଓ ପର୍ଯ୍ୟଟକଙ୍କୁ ମିଶାଇ 30 ଜଣଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟର ମଧ୍ୟରେ ବାୟୁସେନାର ଗୋଟିଏ MI-17 ଏବଂ 5ଟି ଘରୋଇ ହେଲିକପ୍ଟର ଅନ୍ତର୍ଭୁକ୍ତ ରହିଛି । କେଦାରନାଥରେ ହୋଇଥିବା ଜଳ ପ୍ରଳୟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବାୟୁସେନା MI-17 ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ 20 ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ଘଟିଥିଲା ​।

2013 ଜୁନ୍ 21 ରେ ଏକ ଘରୋଇ ହେଲିକପ୍ଟର ଗରୁଡଚାଟୀ ନିକଟରେ ଏକ ପାହାଡରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାର ମାତ୍ର ଚାରି ଦିନ ପରେ, ଅର୍ଥାତ 25 ଜୁନରେ ଅନ୍ୟ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ 24 ଜୁଲାଇରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ପାଇଲଟ ଓ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ସେହିପରି 2018 ମସିହା 3 ଏପ୍ରିଲରେ ଏକ ସେନା ହେଲିକପ୍ଟର ପ୍ରତିକୂଳ ପାଗ ଓ ଲୋ- ଭିଜିବିଲିଟି କାରଣରୁ ବିଜୁଳି ତାରରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ସବୁ ଦୁର୍ଘଟଣା ପଛରେ କାରଣ ପ୍ରତିକୂଳ ପାଗ:-

ତେବେ ସମସ୍ତ କ୍ରାସ ପରେ ହୋଇଥିବା ତଦନ୍ତରୁ ଏହା ସ୍ପଷ୍ଟ ଯେ, ପାର୍ବତ୍ୟାଞ୍ଚଳରେ ପ୍ରତିକୂଳ ପାଗ, ଲୋ-ଭିଜିବିଲିଟି କାରଣରୁ ଏହି ସମସ୍ତ ଦୁର୍ଘଟଣା ଘଟିଛି । ତେବେ 2013 ରୁ ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦୁର୍ଘଟଣାରେ 30 ଜଣଙ୍କ ପ୍ରାଣହାନୀ ଘଟିଲାଣି । ତଥାପି ପାଗର ପ୍ରତିକୂଳତାକୁ ଅଣଦେଖା କରି, ଉଡାଣ ସମ୍ପର୍କିିତ ସମସ୍ତ ମାନକକୁ ମଧ୍ୟ ଅଣଦେଖା କରି ପର୍ଯ୍ୟଟକଙ୍କ ଜୀବନକୁ ବାଜି ଲଗାଇ ହେଲିକପ୍ଟର ସେବା ପ୍ରଦାନକାରୀ ସଂସ୍ଥାମାନେ କାହିଁକି ଉଡାଣ ଭରୁଛନ୍ତି, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.