ETV Bharat / bharat

ସୁରଟର କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, 7 ମୃତ - କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ସଚିନ୍ ଜିଆଇଡିସିର କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିବାରୁ 7 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

fire breaks out at chemical plant
fire breaks out at chemical plant
author img

By ETV Bharat Odisha Team

Published : Nov 30, 2023, 10:49 AM IST

Updated : Nov 30, 2023, 11:11 AM IST

ଗାନ୍ଧୀନଗର: ସୁରଟର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡି ହୋଇ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ବୁଧବାର ସୁରଟର ସଚିନ୍ ଜିଆଇଡିସିରେ ଥିବା କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ନିଆଁରେ ପୋଡ଼ି ହୋଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତଦେହକୁ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣାରେ 27 ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ରହିଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ଶ୍ରମିକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ ।

ଏହା ମଧ୍ୟ ପଢନ୍ତୁ- କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: 6 କର୍ମଚାରୀ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ବୁଧବାର ବିଳମ୍ବିତ ରାତିରେ ସୁରଟର ସଚିନ୍ ଜିଆଇଡିସି ଅଞ୍ଚଳରେ ଥିବା ଆଥର୍ ଇଣ୍ଡଷ୍ଟ୍ରି କେମିକାଲ୍ ଫ୍ୟାକ୍ଟ୍ରିରେ ପ୍ରଥମେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହାପରେ ଅଗ୍ନିକାଣ୍ଡ ଘଟି ଚାରିଆଡେ ନଆଁ ବ୍ୟାପି ଯାଇଥିଲା । ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିବା ଶ୍ରମିକ ନିଆଁରେ ପୋଡ଼ି ହୋଇଯାଇଥିଲେ । 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 27 ଜଣ ଶ୍ରମିକ ଆହତ ହୋଇଛନ୍ତି । ସେଥି ମଧ୍ୟରୁ 8 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଶ୍ରମିକଙ୍କ ଶରୀର ପ୍ରାୟ 70 ପ୍ରତିଶତ ଜଳି ଯାଇଥିବାରୁ ସେମାନେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Explosion in Gujarat- ରାସାୟନିକ କାରଖାନାରେ ବିସ୍ଫୋରଣ, 7 ଆହତ

ଏହା ମଧ୍ୟ ପଢନ୍ତୁ-ରାସାୟନିକ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ବର୍ତ୍ତମାନ ସେଫ୍ଟି ବିଭାଗ ଦ୍ୱାରା ଆଥର କମ୍ପାନୀକୁ ବନ୍ଦ ନୋଟିସ ଦିଆଯାଇଛି ଏବଂ କମ୍ପାନୀରେ ଚାଲିଥିବା କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିସ୍ଫୋରଣର ଘଟିଥିବା ସ୍ଥାନକୁ ସିଲ କରାଯାଇଛି । କେଉଁ କାରଣରୁ କମ୍ପାନୀରେ ବିସ୍ଫୋରଣ ଘଟିଲା ସେନେଇ ତଦନ୍ତ ଜାରି ରହିଛି । ଗତ ବର୍ଷ ଜୁନ ମାସରେ ଗୁଜୁରାଟର ଭଦଦୋରାରେ ଥିବା ଏକ ରାସାୟନିକ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା । ଏଥିରେ 7 ଜଣ ଶ୍ରମିକ ଆହତ ହୋଇଥିଲେ ।

Last Updated : Nov 30, 2023, 11:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.