ETV Bharat / bharat

ଖାଇକୁ ଖସିଲା କାର, ଚାଲିଗଲା 9 ଜୀବନ

author img

By

Published : Jun 22, 2023, 2:21 PM IST

ଦେବଭୂମି ଉତ୍ତରାଖଣ୍ଡ ପିଥୋରଗଡରେ ଭୟଙ୍କର ସଡ ଦୁର୍ଘଟଣାରେ 9ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Uttarakhand road accident
ଖାଇକୁ ଖସିଲା କାର

ଡେରାଡୁନ: ଉତ୍ତରାଖଣ୍ଡରେ ଭୟଙ୍କର ସଡକ ଦୁର୍ଘଟଣା । ଲିଭିଗଲା 9 ଜୀବନ ଦୀପ । ଉତ୍ତରାଖଣ୍ଡ ପିଥୋରଗଡ ଜିଲ୍ଲା ମୁନିସାୟିରୀ ବ୍ଲକରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଖାଇକୁ ଏକ କାର ଖସିଯିବା ଫଳରେ 9 ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 2ଜଣ ଆହତ ହୋଇଛନ୍ତି । ପୋଲିସ ଏସଡିଆରଏଫ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ଦେଇଛନ୍ତି କୁମାଓନ ଆଇଜି ନିଲେଶ ଭାରନେ ।

  • Uttarakhand | 9 people died and 2 seriously injured after a car fell into a ditch at Munisyari block of Pithoragarh district. Police and SDRF team at the accident spot: Nilesh Bharne, IG Kumaon

    (Pics source - Police) pic.twitter.com/l5XIUL0Xtm

    — ANI UP/Uttarakhand (@ANINewsUP) June 22, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...ସୁପାରୀ ଦେଇ ଝିଅକୁ ହତ୍ୟା କଲା ମାଆ, ସମଲିଙ୍ଗୀ ସମ୍ପର୍କ ପାଇଁ ହତ୍ୟାକାଣ୍ଡ

ଖାଇକୁ କାରଟି କିପରି ଖସିଲା ତାହା ଜଣା ପଡିନାହିଁ । ମୃତକମାନେ କିଏ ତାଙ୍କର ପରିଚୟ ମିଳିନାହିଁ । ଦୁର୍ଘଟଣା ସ୍ଥଳରେ 9ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତ 2ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଇଛି । କାରଟି ଭାରସାମ୍ୟ ହରାଇ ଖାଇକୁ ଖସିଛି ନା ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡିବ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତ ଦୁଇଜଣଙ୍କ ବୟାନ ରେକର୍ଡ କରିବା ପରେ ଦୁର୍ଘଟଣାର କାରଣ ଜଣାପଡିବ । କାର ଥିବା ବ୍ୟକ୍ତି ଗୋଟିଏ ପରିବାରର ଲୋକ ତାହା ମଧ୍ୟ ଜଣାପଡି ନାହିଁ । ସେମାନେ ଶ୍ରଦ୍ଧାଳୁ ହୋଇଥିବା କୁହାଯାଉଛି । ସେମାନେ ବାଘେଶ୍ବରରୁ ଫେରୁଥିବାବେଳେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା କାରଣରୁ ଏହି ଦୁର୍ଘଟଣା ଘଟିିଥିବା କୁହଯାଉଛି । 500ମିଟର ଖାଇକୁ କାରଟି ଖସି ଯାଇଥିଲା । କାରରେ ଥିବା ସମସ୍ତ ଛିଟିକି ପଡିଥିଲେ । ବର୍ଷା ପାଇଁ ପିଥୋରଗଡ ରାସ୍ତା ଶୋଚନୀୟ ଥିଲା ।

ଏହା ବି ପଢନ୍ତୁ...ରେସ୍ତୋରାଁରେ ଗ୍ୟାସ୍ ଲିକ୍ ହୋଇ ବିସ୍ଫୋରଣ; ୩୧ ମୃୃତ

ପ୍ରକାଶଥାଉ କି, ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ବେପରୁଆ ଗାଡ଼ି ଚାଳନା ହେଉ କି ଭାରସାମ୍ୟ ହରାଇବା ସଡ଼କ ଦୁର୍ଘଟଣାରେ ଅନେକ ଜୀବନ ଦୀପ ଲିଭିଯାଉଛି । ଗତ 19 ତାରିଖରେ ତାମିଲନାଡୁରେ ଟାୟାର ଫାଟିବା କାରଣରୁ ଦୁଇଟି ବସ୍‌ ମୁହାଁମୁଁହି ଧକ୍କା ହୋଇଥିଲା । ଏଥିରେ 5 ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ 50ରୁ ଅଧିକ ଆହତ ହୋଇଥିଲେ । ଏହା ପୂର୍ବରୁ ଗତ ଜୁନ 8 ତାରିଖରେ ମଧ୍ୟ ପ୍ରଦେଶରେ ଏକ କାରକୁ ବୋଲୋରେ ଚାପି ଦେବାକୁ 7 ଜଣଙ୍କର ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.