ETV Bharat / bharat

Encounter in Sukma: ଯବାନଙ୍କ ଗୁଳିରେ ୬ଜଣ ନକ୍ସଲ ଗୁରୁତର, ବିପୁଳ ବିସ୍ଫୋରକ ଜବତ - ଯବାନ ନକ୍ସଲ ମୁହାଁମୁହିଁ

ଛତିଶଗଡର ସୁକମାରେ ଯବାନ-ନକ୍ସଲ ମୁହାଁମୁହିଁ । ଯବାନଙ୍କ ଗୁଳିରେ ୫ରୁ ୫ଜଣ ନକ୍ସଲ ଗୁରୁତର ହୋଇଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ

Sukma encounter
Sukma encounter
author img

By

Published : Mar 9, 2023, 1:18 PM IST

ରାୟପୁର: ସୁକମା ଜିଲ୍ଲାରେ କ୍ରମାଗତ ଭାବେ ନିଜର ଉପସ୍ଥିତି ଜାହିର କରୁଛନ୍ତି ନକ୍ସଲ । ଏହାର କଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ଆଜି ସୁକମାରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୫ରୁ ୬ଜଣ ନକ୍ସଲ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ବିଜିଏଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ । ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।

ଏମିତି ରହିଥିଲା ପୁରା ଘଟଣା: ଆଜି(ଗୁରୁବାର) ସକାଳ ୬ଟା ସମୟରେ ସର୍ଚ୍ଚ ଅପରେସନ ପାଇଁ ସୁକୁମା ଜିଲ୍ଲାର କିଷ୍ଟାରାମ ଥାନା କ୍ଷେତ୍ରର ଡମ୍ବାମରକ ପୋଲିସ କ୍ୟାମ୍ପରୁ କୋବ୍ରା ୨୦୮ ଏବଂ ଏସଟିଏଫ ଟିମକୁ ସକଲେର ଅଞ୍ଚଳକୁ ପଠାଯାଇଥିଲା । ସେହି ସମୟରେ ଜଙ୍ଗଲରେ ଲୁଚିଥିବା କର୍ମଚାରୀମାନେ ସୁରକ୍ଷା ଯବାନମାନଙ୍କୁ ଜଙ୍ଗଲ ଆଡକୁ ଆସୁଥିବା ଦେଖି ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ୬ଜଣ ନକ୍ସଲ ଗୁରୁତର ହୋଇଛନ୍ତି । ତେବେ ସ୍ଥିତି ଅସମ୍ଭାଳ ହେବାରୁ ଗୁରୁତର ଅବସ୍ଥାରେ ନକ୍ସଲମାନେ ଜଙ୍ଗଲରୁ ଦୌଡି ପଳାଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ରାଜଭବନରେ ହୋଲି ଖେଳିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି: ନକ୍ସଲମାନେ ଜଙ୍ଗଲ ଛାଡି ଚାଲିଯିବା ପରେ ସୁରକ୍ଷାକର୍ମୀ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଯବାନମାନେ ବିଜିଏଲ ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି । ତେବେ ଉକ୍ତ ଅଞ୍ଚଳରୁ ସୁରକ୍ଷାକର୍ମୀମାନେ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ସୁକୁମା ଜିଲ୍ଲାର ଗଦୀରାସ ଅଞ୍ଚଳରେ କିଛିଦିନ ତଳେ ଯବାନ ଏବଂ ନକ୍ସଲଙ୍କ ବିରୋଧରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟର ପରେ ଯବାନମାନେ ସର୍ଚ୍ଚ ଅପରେସନ ସମୟରେ ନକ୍ସଲ ଦମ୍ପତିକୁ ପାଇଥିଲେ । ସେମାନେ ପଥର ପଛରେ ଲୁଚି ରହିଥିବା ବେଳେ ଯବାନମାନେ ତାଙ୍କୁ ଅଟକ ରଖିଥିଲେ । ଏହାପରେ ଦୁହିଁଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମର ଶିକାର ହୋଇ ଶିଶୁକୁ ଜନ୍ମ ଦେଲେ ନାବାଳିକା, ନବଜାତକର ଗଳା କାଟି ଦେଲେ ପୀଡିତାଙ୍କ ବାପା

ପ୍ରକାଶଥାଉକି, ଗତ ଫେବୃଆରୀ ୨୫ ତାରିଖରେ ଛତିଶଗଡର ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ନକ୍ସଲଙ୍କ ଗୁଳିରେ 3 ଜଣ ପୋଲିସ କର୍ମୀ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.