ETV Bharat / bharat

ଇଟାଭାଟିରେ ନିଆଁ ଲଗାଇ ମଦ ନିଶାରେ ଶୋଇ ପଡିଲେ ଶ୍ରମିକ, ଅଣନିଶ୍ବାସୀ ହୋଇ ଚାଲିଗଲା ୫ ଜୀବନ - ଇଟାଭାଟି ନିଆଁରେ ଅଣନିଶ୍ବାସୀ ହୋଇ ଶ୍ରମିକ ମୃତ

ଇଟାଭାଟିରେ ନିଆଁ ଲଗାଇ ମଦନିଶାରେ ଶୋଇ ପଡିଲେ ଶ୍ରମିକ । ଅଣନିଶ୍ବାସୀ ହୋଇ ଚାଲିଗଲା ୫ ଜଣଙ୍କ ଜୀବନ । ଛଡିଶଗଡର ଗଢଫୁଲଝର ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ

Laborers died due to suffocation
Laborers died due to suffocation
author img

By

Published : Mar 15, 2023, 1:04 PM IST

Updated : Mar 15, 2023, 2:11 PM IST

ରାୟପୁର: ଛଡିଶଗଡର ଗଢଫୁଲଝର ଗ୍ରାମରେ ଅଘଟଣ । ଇଟାଭାଟି ଉପରେ ଶୋଇଥିବା ବେଳେ ଅଣନିଶ୍ବାସୀ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଶ୍ରମିକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ବେଳେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଟା ପୋଡିବା ପାଇଁ ନିଆଁ ଲଗାଇ ଶୋଇପଡିଥିବା ବେଳେ ଅଣନିଶ୍ବାସୀ ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ: ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତି ପର୍ଯ୍ୟନ୍ତ ଇଟାଭାଟିରେ କାମ ଚାଲୁଥିଲା । ଫଳରେ ଶ୍ରମିକମାନେ ଥକିଯାଇ ବିଳମ୍ବିତ ରାତିରେ ଭାଟିରେ ନିଆଁ ଲଗାଇ ଶୋଇପଡିଥିଲେ । କାମ କରୁଥିବା ୬ ଜଣ ଶ୍ରମିକମାନେ ହେଲେ ୫୫ ବର୍ଷୀୟା ଗଙ୍ଗାରାମ ବିଶି, ୩୦ ବର୍ଷୀୟ ଦଶରଥ ବିଶି, ୪୦ ବର୍ଷୀୟ ସୋନା ଚାନ୍ଦ ଭୋଇ, ୨୪ ବର୍ଷୀୟ ବରୁଣ ବରିହା, ୩୫ ବର୍ଷୀୟ ଜନର ଶାମ ବରିହା ଏବଂ ୩୦ ବର୍ଷୀୟ ମନୋହର ବିଶି ।

ଏମିତି ହୋଇଗଲା ମୃତ୍ୟୁ: ଗ୍ରାମବାସୀଙ୍କ କହିବା ଅନୁସାରେ,"କାମର ଥକ୍କାପଣ ଯୋଗୁଁ ସମସ୍ତ ଶ୍ରମିକ ମଦପାନ କରି ଇଟାଭାଟି ଉପରେ ଶୋଇପଡିଥିଲେ । ଏତେ ନିଶାରେ ରହିଥିଲେ ଯେ, ଚୁଲିରୁ ନିଆଁ ବାହାରିଥିଲେ ସୁଦ୍ଧା ସେମାନେ ଜାଣିପାରିନଥିଲେ । ଫଳରେ ଅଣନିଶ୍ବାସୀ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ଗୋଟିଏ ପରିବାର । ୩ଜଣ ବାପା-ପୁଅ ଥିଲେ । ଏହି ଘଟଣା ବିଳମ୍ବିତ ରାତି ୧୨ଟାରୁ ଭୋର ୪ଟା ମଧ୍ୟରେ ଘଟିଛି । ସକାଳ ୫ଟାରେ ଜଣେ ଗ୍ରାମବାସୀ ଇଟାଭାଟିରୁ ଜୋରରେ ଧୂଆଁ ବାହାରୁଥିବା ଦେଖିଥିଲେ । ଇଟାଭାଟି ଉପରେ ଶୋଇଥିବା ଲୋକଙ୍କୁ ଡାକିଥିଲେ ସୁଦ୍ଧା ସେମାନେ ଶୁଣିନଥିଲେ । ଫଳରେ ସନ୍ଦେହ ହେବାରୁ ସଙ୍ଗେ ସଙ୍ଗେ ବସନା ପୋଲିସକୁ ଖବର ଦେଇଥିଲେ ।"

ଖବରପାଇ ବସନା ପୋଲିସ ଥାନା ଦାୟିତ୍ବରେ ରହିଥିବା କୁମାରୀ ଚନ୍ଦ୍ରକର ନିଜର ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସମସ୍ତ ୬ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକମାନଙ୍କୁ ବ୍ୟବଚ୍ଛେଦ କରିବା ପାଇଁ ବସନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛି ପୋଲିସ । ଏକାଥରେ ୫ଜଣଙ୍କ ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

  • महासमुंद जिले के ग्राम गढ़फुलझर में ईंट भट्ठा में कार्यरत 5 श्रमिकों की मृत्यु का समाचार दुखद है।

    ईश्वर उनकी आत्मा को शांति और परिजनों को हिम्मत दे।

    इस दुःख की घड़ी में उनके परिवारों को ₹2 लाख आर्थिक सहायता की घोषणा करता हूँ।

    — Bhupesh Baghel (@bhupeshbaghel) March 15, 2023 " class="align-text-top noRightClick twitterSection" data=" ">

ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ଏହି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛଡିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସେ ଟ୍ବିଟ କରି କହିଛନ୍ତି, " ମାହାସମୁଂଦ ଜିଲ୍ଲାର ଗଢଫୁଲଝର ଗ୍ରାମରେ ଇଟାଭାଟିରେ କାମ କରୁଥିବା ୫ଜଣ ଶ୍ରମିକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଘଟଣା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦେବା ସହ ଶୋକସନ୍ତପ୍ତ ପରିବାରକୁ ଧୌର୍ଯ୍ୟ ଦିଅନ୍ତୁ । ମୃତ୍ୟୁବରଣ କରୁଥିବା ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ । ଗୁରୁତର ଶ୍ରମିକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 15, 2023, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.