ETV Bharat / bharat

ଉତ୍ତର ପ୍ରଦେଶରେ ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା: 8 ମୃତ, ଅନେକ ଆହତ - ଉତ୍ତର ପ୍ରଦେଶ ଖେରୀରେ ଦୁର୍ଘଟଣା

ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ ମୁହାଁମୁହିଁ ଧକ୍କା ହେଲେ ବସ ଓ ଟ୍ରକ (Several killed in a accident in Lakhimpur Kheri)। ଘଟଣାସ୍ଥଳରେ 8 ଯାତ୍ରୀଙ୍କ ମୃତ୍ୟୁ । 25ରୁ ଉର୍ଦ୍ଧ୍ବ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ବାସିନ୍ଦା ଓ ପୋଲିସ । ଅଧିକ ପଢନ୍ତୁ

Etv Bharatଉତ୍ତର ପ୍ରଦେଶ ଖେରୀରେ ବସ-ଟ୍ରକ ମୁହାଁମୁହିଁ ଧକ୍କା: 8 ମୃତ, 25 ରୁ ଉର୍ଦ୍ଧ୍ବ ଆହତ

author img

By

Published : Sep 28, 2022, 11:04 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 8 ଜଣଙ୍କ ମୃତ୍ୟୁ ହେବା ସହ 25 ଜଣ ଆହତ ହୋଇଛନ୍ତି (Several killed in a accident in Lakhimpur Kheri)। ବସଟି ଧଉରାହେରାରୁ ରାଜଧାନୀ ଲକ୍ଷ୍ନୌ ଅଭିମୁଖେ ଆସୁଥିବାବେଳେ ଖେରୀର ଇସନଗର ଇରା ବ୍ରିଜ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା (Bus truck collision in up)। ବସରେ ଥିବା ଯାତ୍ରୀଙ୍କ ମଧ୍ୟରେ 8 ଜଣଙ୍କର ଘଟଣାସ୍ଥଲରେ ମୃତ୍ୟୁ ହୋଇଥିଲା ।

ସ୍ଥାନୀୟ ବାସିନ୍ଦା ଓ ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲା । 25ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଥିବାରୁ ସେମାନଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଦୁଇଟି ଗାଡି ଦୃତ ଗତିରେ ଥିବା କାରଣରୁ ଏପରି ଦୁର୍ଘଟଣା ଘଟିିଥିବା ଅନୁମାନ କରାଯାଇଛି । ମୃତାହତଙ୍କ ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । କିଛି ଗୁରୁତର ଯାତ୍ରୀଙ୍କୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରିବାକୁ ପଡିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଘଟଣା ନେଇ ଶୋକପ୍ରକାଶ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସେହିପରି ବରିଷ୍ଠ ଅଧିକାରୀଙ୍କୁ ଆହତଙ୍କୁ ସମସ୍ତ ଚିକିତ୍ସା ସେବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.