ETV Bharat / bharat

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୪ ଶ୍ରଦ୍ଧାଳୁ ମୃତ

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମନ୍ଦିର ଯାଉଥିବା ବେଳେ ଟ୍ରକ ଧକ୍କାରେ ୪ ଜଣ ଶ୍ରଦ୍ଧାଳୁ ମୃତ । ଅଧିକ ପଢନ୍ତୁ

author img

By

Published : Aug 20, 2022, 6:49 AM IST

Updated : Aug 20, 2022, 8:31 AM IST

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୭ ଶ୍ରଦ୍ଧାଳୁ ମୃତ

ଜୟପୁର: ରାଜସ୍ଥାନ ପାଲି ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଏଠାରେ ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ପାଲିର ସୁମେରପୁର ଥାନା ଅଞ୍ଚଳରେ ଏହି ବଡ ଦୁର୍ଘଟଣା ଘଟିଛି । ମୃତକମାନେ ଟ୍ରାକ୍ଟର ଯୋଗେ ଜୈସଲମେର ସ୍ଥିତ ରାମଦେବ୍‌ରା ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ବାଟରେ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।

  • The accident in Pali, Rajasthan is saddening. In this hour of grief, my thoughts are with the bereaved families. I pray for a speedy recovery of those injured: PM @narendramodi

    — PMO India (@PMOIndia) August 19, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁଯାୟୀ, ଟ୍ରାକ୍ଟରରେ ୨୫ରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକ ଟ୍ରାକ୍ଟର ଯାତ୍ରୀ ହୋଇଥିବା ସୂଚନା ମିଳିଛି । ପାଲିରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

Last Updated : Aug 20, 2022, 8:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.