ETV Bharat / bharat

Maharashtra: ଭୂସ୍ଖଳନରେ 16 ମୃତ, ଫସି ରହିଛନ୍ତି ଶତାଧିକ - ମହାରାଷ୍ଟ୍ର ରାଇଗଡ ଭୂସ୍ଖଳନରେ ଏକାଧିକ ମୃତ

ମହାରାଷ୍ଟ୍ର ରାଇଗଡ଼ ଜିଲ୍ଲାର ଖାଲପୁର ତହସିଲ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 16କୁ ବୃଦ୍ଧି, ଶତାଧିକ ଫସି ରହିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ମୃତକଙ୍କ ପରିବାରକୁ 5 ଲକ୍ଷର ଅନୁକମ୍ପା ରାଶି ଘୋଷଣା । ଅଧିକ ପଢନ୍ତୁ

Maharashtra: ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 12କୁ ବୃଦ୍ଧି, ଶତାଧିକ ଆହତ

author img

By

Published : Jul 20, 2023, 7:37 PM IST

Updated : Jul 21, 2023, 9:14 AM IST

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡ ଜିଲ୍ଲାର ଖାଲପୁର ତହସିଲ ଅନ୍ତର୍ଗତ ଏକ ଗ୍ରାମରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା 16କୁ ବୃଦ୍ଧି ପାଇଛି । ଶତାଧିକ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାଣ ବର୍ଷା ପରେ ଗତକାଲି ରାତି ପ୍ରାୟ 11ଟାରେ ଏହି ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଶେଷ ହୋଇନାହିଁ । ଅନେକ ଘର ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ 5 ଲକ୍ଷର ଅନୁକମ୍ପା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଶି ଘୋଷଣା ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁମ୍ବାଇରୁ ପ୍ରାୟ 80 କିମି ଦୂରରେ ଘଟିଥିବା ଏହି ସ୍ଥାନ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଗଣମାଧ୍ୟମକୁ ଗତକାଲି ପ୍ରତିକ୍ରିୟା ଦେଇ କହିଥିଲେ,‘‘ଏବେ ସୁଦ୍ଧା ଉଦ୍ଧରକାରୀ ଟିମ 12 ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାୟ 103 ଜଣ ଏହି ଗ୍ରାମରେ ବସବାସ କରୁଥିଲେ । ଏହି ଗ୍ରାମ ଭୂସ୍ଖଳନ ପ୍ରବଣ ସ୍ଥାନ ତାଲିକାରେ ନଥିଲା । ପ୍ରବଳ ବର୍ଷା କାରଣରୁ ଏହି ଭୂସ୍ଖଳନ ହୋଇଛି । ’’

ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସିନ୍ଦେ କହିଛନ୍ତି, ‘ଦୁଇଟି ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରଖାଯାଇଛି । ପାଗ ଖରାପ ଥିବା କାରଣରୁ ହେଲିକପ୍ଟର ବ୍ୟବହାର କରାଯାଇ ପାରୁନି । ଭୂସ୍ଖଳନରେ ପ୍ରଭାବିତ ଗ୍ରାମରେ ପୁନରୁଦ୍ଧାର ପାଇଁ ପ୍ରାୟ 50ରୁ 60 କଣ୍ଟେନର ମଧ୍ୟ ନିୟୋଜିତ ହୋଇଛି । ପ୍ରଭାବିତ ପରିବାର ସଦସ୍ୟଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପ୍ରୟାସ ଜାରି ରଖିଛି ।’ ସେମାନଙ୍କ ପାଇଁ ସମସ୍ତ ଆବଶ୍ୟକ ବନ୍ଦୋବସ୍ତ ମଧ୍ୟ ପ୍ରଶାସନ ପକ୍ଷରୁ କରାଯାଇଥିବା ସିନ୍ଦେ କହିଛନ୍ତି ।

ଏହା ମଧ୍ୟ ପଢନ୍ତ-ସିକ୍କିମରେ ଭୂସ୍ଖଳନ: ଯୋଗାଯୋଗ ବାଧାପ୍ରାପ୍ତ, 3500 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

2014 ମହିସାରେ ପୁଣେ ଜିଲ୍ଲାର ଆମ୍ବେଗାଁ ତହସିଲରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ପ୍ରାୟ 50 ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ 153 ଜଣଙ୍କ ପ୍ରାଣହାନୀ ଘଟିଥିଲା । ସମ୍ପୂର୍ଣ୍ଣ ଗ୍ରାମ ଏହି ଭୂସ୍ଖଳନରେ ପ୍ରଭାବିତ ହୋଇଥିଲା । ଶତାଧିକ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ଉତ୍ତର ଭାରତରେ ମଧ୍ୟ ପ୍ରବଳ ବର୍ଷା ପରେ ଏକାଧିକ ରାଜ୍ୟରେ ମଧ୍ୟ ଭୂସ୍ଖଳନ ଘଟିଥିଲା । ହିମାଚଳ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଧାନୀ ଦିଲ୍ଲୀ ମଧ୍ୟ ଯମୁନା ନଦୀରେ ବନ୍ୟା ଆସିବା କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଏବେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2023, 9:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.