ETV Bharat / bharat

Blast in Dattapukur: ବାଣ କାରଖାନାରେ ବିସ୍ଫୋରଣ ଘଟି 6 ମୃତ

author img

By ETV Bharat Odisha Team

Published : Aug 27, 2023, 12:02 PM IST

Updated : Aug 27, 2023, 12:08 PM IST

ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 6 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

Explosion in Cracker Factory in north 24 Pargana

କୋଲକାତା: ପଶ୍ଚିମବଙ୍ଗରେ ଅଘଟଣ । ଏକ ବାଣ କାରଖାନାରେ ବିସ୍ଫୋରଣ ହେବାରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-Egra Bomb Blast: କଟକର ଘରୋଇ ହସ୍ପିଟାଲରେ ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ

ସେହିପରି ଗତ ମେ ମାସରେ ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଇଗ୍ରାର ଖାଡିକୁଲ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଏହି କାରଖାନାର ମାଲିକ ଥିଲା ଭାନୁବାଗ । ସେ ମଧ୍ୟ ବିସ୍ଫୋରଣରେ ଆହତ ହୋଇ ଶରୀରର 80 ପ୍ରତିଶତ ପୋଡିଯାଇଥିଲା । ପରେ ତିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-Cracker Godown Explosion: ବାଣ ଗୋଦାମରେ ବିସ୍ଫୋରଣ ଘଟି 8 ମୃତ, 20 ଆହତ

ମାର୍ଚ୍ଚ ମାସରେ ମଧ୍ୟ ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ବାଣ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଅଘଟଣରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଥିଲେ । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଣ କାରଖାନାରେ ପ୍ରାୟ 25 ଜଣ ଲୋକ କାମ କରୁଥିଲେ । ବାଣ ପ୍ରସ୍ତୁତ କରି ଖରାରେ ଶୁଖାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ କ୍ରମଶଃ ନିଆଁ ଚାରିଆଡ଼େ ଦ୍ରୁତ ଗତିରେ ବ୍ୟାପିଥିଲା । ତେଣୁ କାରଖାନାରେ ଭିତରେ ରଖାଯାଇଥିବା ବାଣ ଗୁଡ଼ିକରେ ମଧ୍ୟ ନିଆଁ ଲାଗିଥିଲା । ଫଳରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ-Sivakashi FireCracker Explosion: ବାଣ ବିସ୍ଫୋରଣରେ ୩ ମୃତ, ଅନେକ ଆହତ

ଜୁଲାଇ 29 ତାରିଖରେ ତାମିଲନାଡୁର ଏର ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ । ତାମିଲନାଡୁର କୃଷ୍ଣଗିରି ଜିଲ୍ଲାର ପାଲାୟାପେଟ୍ଟାଇର ଶାନ୍ତ ଗ୍ରାମରେ ଏହି ଘଟଣା ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Last Updated : Aug 27, 2023, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.