ETV Bharat / bharat

ମର୍ମନ୍ତୁଦ ଦୁର୍ଘଟଣା: ପିକନିକ୍ ବସ୍-ଟ୍ରକ ମୁହାଁମୁହିଁ ଧକ୍କା, 12 ମୃତ - ଟ୍ରକ ଓ ବସ୍ ଧକ୍କା

Road Accident in Assam: ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 12ରୁ ଅଧିକ ମୃତ । ଅଧିକ ପଢନ୍ତୁ

Road Accident in Golaghat
ଆସାମରେ ସଡ଼କ ଦୁର୍ଘଟଣା
author img

By ETV Bharat Odisha Team

Published : Jan 3, 2024, 9:14 AM IST

Updated : Jan 3, 2024, 2:15 PM IST

ଗୌହାଟୀ: ଆସାମରେ ବଡ ଧରଣର ସଡ଼କ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ପିକନିକ୍ ବସ୍ । ଭୟଙ୍କର ଦୁର୍ଘଟଣାରେ 12ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଛନ୍ତି । ଆଜି(ବୁଧବାର) ଭୋର୍ 5ଟା ବେଳେ ଗୋଲାଘାଟ ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନେଇ ଗୋଲାଘାଟ ଏସପି ସୂଚନା ଦେଇଛନ୍ତି ।

  • #WATCH | Assam: At least 12 people died and 25 others injured after a bus collided with a truck in Golaghat district. The accident took place at around 5 am in Balijan area near Dergaon in Golaghat: Rajen Singh, Golaghat SP pic.twitter.com/1F9JavLkJh

    — ANI (@ANI) January 3, 2024 " class="align-text-top noRightClick twitterSection" data=" ">

ଅଧରାତିରେ କିଛି ଲୋକେ ବସ୍‌ରେ ପିକନିକ୍ ବାହାରିଥିଲେ । ଭାବିଥିଲେ ସକାଳ ସୁଦ୍ଧା ଗନ୍ତବ୍ୟସ୍ଥଳରେ ପହଞ୍ଚି ହସଖୁସିର ସମୟ ଅତିବାହିତ କରିବେ । ହେଲେ ବାଟରେ ଛପି ବସିଥିଲା ଯମ । ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ମାତ୍ର ଆଉ କେଇ ଘଣ୍ଟା ରହିଥିବା ବେଳେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । କ୍ଷଣିକ ଭିତରେ ଚାଲିଗଲା 12ରୁ ଊର୍ଦ୍ଧ୍ବ ଜୀବନ ।

ସୂଚନା ଅନୁସାରେ, ଏକ ପିକନିକ ବସ 45ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଆଜି(ବୁଧବାର) ଭୋର 5ଟା ସମୟରେ ଗୋଲାଘାଟ ଜିଲ୍ଲା ଦେରଗାଓଁ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଥିବା ନେଇ ଜଣାପଡିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ରାସ୍ତା ମଝିରେ ଦୁର୍ଘଟଣା ହୋଇଥିବା ବେଳେ ଯାନବାହାନ ଚଳାଚଳରେ ଅସୁବିଧା ହୋଇଥିବା ଦେଖାଯାଇଛି । ପୋଲିସ ଜେସିବି ସାହାଯ୍ୟରେ ବସକୁ ରାସ୍ତାରୁ ଉଠାଇବା ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଇଛି ।

ପୋଲିସର କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସଟି ପିକନିକ ପାଇଁ ଯାଉଥିଲା । ଲୋକମାନେ ଆଠଖୋଲିଆରୁ ବଲିଜାନ ଅଭିମୁଖେ ଯାଉଥିଲେ । ସକାଳ 3ଟାରୁ ଯାତ୍ରା ଆରମ୍ଭ କରିଥିବା ବେଳେ ରାସ୍ତାରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ସକାଳ 5ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ବସଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ଦେଖାଯାଇଛି।

ଏହା ମଧ୍ୟ ପଢନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ପିକନିକ୍ କାର, ୬ ମୃତ

ଏନେଇ ଗୋଲାଘାଟ ଏସପି ରାଜେନ ସିଂ କହିଛନ୍ତି, "ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ ସହ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅନୁନ୍ୟ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଛନ୍ତି । ଗୋଲାଘାଟ ଜିଲ୍ଲା ଦେରଗାଓଁ ନିକଟରେ ଏହି ଦୁର୍ଘଟଣା ହୋଇଛି ।"

ଏହି ଭୟାନକ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 3, 2024, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.