ETV Bharat / bharat

ଇଟାଭାଟି ଚିମନୀରେ ବିସ୍ଫୋରଣ: ୯ ମୃତ, ୧୫ ଆହତ - ଇଟାଭାଟିରେ ବିସ୍ଫୋରଣ

ବିହାର ମୋତିହାରୀରେ ବଡ ଅଘଟଣ । ଇଟାଭାଟି ଚିମନୀରେ ବିସ୍ଫୋରଣ ହୋଇ ୯ ଜଣ ମୃତ । ଅଧିକ ପଢନ୍ତୁ

brick kiln blast in Bihar
brick kiln blast in Bihar
author img

By

Published : Dec 24, 2022, 6:58 AM IST

Updated : Dec 24, 2022, 10:20 AM IST

ପାଟନା: ବିହାରର ଏକ ଇଟାଭାଟିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ବିହାର ରାଜ୍ୟର ମୋତିହାରୀ ଅନ୍ତର୍ଗତ ଚମ୍ପାପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ଯାହା ସୂଚନା ମିଳିଛି, ଏକ ଇଟାଭାଟି ଚିମନୀରେ ନିଆଁ ଲଗାଯିବା ପରେ ଏହା ବିସ୍ଫୋରଣ ହୋଇଥିଲା (Blast at brick factory in Bihar) । ଫଳରେ ଚିମନୀର ଉପରିଭାଗ ତଳେ କାମ କରୁଥିବା ଲୋକଙ୍କ ଉପରେ ଖସି ପଡିଥିଲା ।

ଏହି ଅଘଟଣରେ ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଇଟାଭାଟି ପରିଚାଳକ ରହିଛନ୍ତି । ସେହିପରି ଏବେ ବି ଅନେକ ଲୋକ ଚିମ୍‌ନୀ ତଳେ ଫସି ରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ମୋତିହାରୀ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ମିଶି ଏହି ଇଟାଭାଟି କରିଥିଲେ । ଇଟାଭାଟି ଚିମନୀ କାର୍ଯ୍ୟ ସରିବା ପରେ ଗତକାଲି ଏଥିରେ ନିଆଁ ଲଗାଯିବାର ଥିଲା । ଏଥିପାଇଁ ଭାଟିରେ ଭୋଜିଭାତର ଆୟୋଜନ ହୋଇଥିଲା । ଭୋଜି ଖାଇବାକୁ ସେଠାରେ ଅନେକ ଲୋକ ରୁଣ୍ଡ ହୋଇଥିଲେ । ଠିକ୍ ଏତିକି ବେଳେ ଚିମନୀଟି ପ୍ରଚଣ୍ଡ ଶବ୍ଦ ସହ ବିସ୍ଫୋରଣ ହୋଇଥିଲା ଓ ଏହାର ଉପରିଭାଗ ତଳକୁ ଖସି ପଡିଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଚିମନୀ ତଳେ ଦବି ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଅଧାରେ ରହିଲା ସାବରୀମାଳା ଦର୍ଶନ, ଖାଇକୁ ଖସିଲା କାର 8 ଶ୍ରଦ୍ଧାଳୁ ମୃତ

ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଜେନେରେଟର ଓ ଲାଇଟ୍‌ର ବ୍ୟବସ୍ଥା କରାଯାଇଥିଲା । ତେବେ ଏଥିରେ ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୫ ଜଣ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନେକ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ସମ୍ଭାବନା ରହିଛି ।

Last Updated : Dec 24, 2022, 10:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.