ETV Bharat / bharat

ଲଗାଣ ବର୍ଷାରେ ବେହାଲ ତେଲେଙ୍ଗାନା: ଗଲାଣି 5 ଜୀବନ, ଅନେକ ଅଞ୍ଚଳ ଜଳମଗ୍ନ - ହାଇଦ୍ରାବାଦ ପାଣିପାଗ ଖବର

ଲଗାଣ ବର୍ଷାରେ ବେହାଲ ତେଲେଙ୍ଗାନା । ଗତ 2 ଦିନ ହେଲା ରାଜ୍ୟରେ ପ୍ରବଳ ବର୍ଷ। ଦେଖାଯାଇଛି । ଅନେକ ସ୍ଥାନରେ କୃତ୍ରିକ ବନ୍ୟା ସ୍ଥିତି ଉପୁଜି ଥିବା ବେଳେ ଟ୍ରାଫିକ ସମସ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ବର୍ଷା ଯୋଗୁଁ ରାଜ୍ୟରେ 5 ଜଣଙ୍କ ଜୀବନ ଯାଇଛି ।

Heavy rain in Hyderabad
Heavy rain in Hyderabad
author img

By ETV Bharat Odisha Team

Published : Sep 6, 2023, 12:25 PM IST

I

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ବେହାଲ ତେଲେଙ୍ଗାନା । ଗତ 48 ଘଣ୍ଟା ମଧ୍ୟରେ ରାଜଧାନୀ ହାଇଦ୍ରାବାଦ ସମେତ ରାଜ୍ୟରେ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବର୍ଷା ପ୍ରଭାବରେ ହାଇଦ୍ରାବାଦର ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ତଳିଆ ଅଞ୍ଚଳ ଗୁଡିକରେ କୃତ୍ରିମ ବନ୍ୟା ସ୍ଥିତି ଦେଖାଯାଇଛି । ଡ୍ରେନେଜ ସମସ୍ୟା ବର୍ଷା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି । ଏଥିସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ 5 ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସର୍ବମୋଟ 5 ଜଣଙ୍କ ମୃତ୍ୟୁ ହୋଇଛି । ହାଇଦ୍ରାବାଦର ପ୍ରଗତିନଗର ଅଞ୍ଚଳରେ ଖେଳୁଥିବା ସମୟରେ କେନାଲରେ ପଡି ଜଣେ 4 ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି । ବଳଙ୍ଗନଗର ଥାନା ଅଞ୍ଚଳରେ ଓଦା ଚଟାଣକୁ ଶୁଖାଉଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଶେଖ ନିଶାଦ ପରବିନ ନାମକ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସେହିଭଳି ଜୟଶଙ୍କର-ଭୁପଲାପାଲ୍ଲି ଜିଲ୍ଲାରେ ବର୍ଷାରୁ ବର୍ତ୍ତିବା ପାଇଁ ଗଛ ନିକଟରେ ଛିଡା ହୋଇଥିବା ବେଳେ ବିଜୁଳି ପଡି 3 ଜଣଙ୍କ ଜୀବନ ଯାଇଛି । ଅନ୍ୟପଟେ ମଙ୍ଗଳବାର ଦିନ ମନଚିରୟାଲା ଜିଲ୍ଲାରେ ବିଦ୍ୟୁତ ଆଘାତରେ 5ଟି ମଇଁଷିଙ୍କର ମୃତ୍ୟୁ ହୋଇଛି ।

ବର୍ଷାରେ ବେହାଲ ହାଇଦ୍ରାବାଦ: ଲଗାଣ ବର୍ଷାରେ ବେହାଲ ରାଜଧାନୀ ହାଇଦ୍ରାବାଦ । ଅନେକ ଅଞ୍ଚଳରେ ବର୍ଷା ପାଣି ଘର ଭିତରେ ପଶିଯାଇଥିଲା । କୁତବୁଲ୍ଲାପୁର, ମିଆପୁର ଓ ମେଡଚଲ ଅଞ୍ଚଳ ଗୁଡିକରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଥିଲା । ମେଡଚଲ ଅଞ୍ଚଳରେ ଅନେକ ହଷ୍ଟେଲରେ ପାଣି ପସି ଯିବାରୁ ଛାତ୍ରଛାତ୍ରୀମାନେ ପାଣି ଘେରରେ ଫସିଯାଇଥିଲେ । ଜେସିବି ଓ ଟ୍ରାକ୍ଟର ଦ୍ୱାରା ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଲଘୁଚାପ ପ୍ରଭାବ, ଆଗାମୀ ୩ଦିନ ପ୍ରବଳ ବର୍ଷା

ଲଗାଣ ବର୍ଷା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ମୁଖ୍ୟରାସ୍ତା ଗୁଡିକରେ ପାଣି ଜମି ରହିବା ଫଳରେ ଗାଡି ମଟର ଚଳାଚଳରେ ବାଧା ଉପୁଜିଥିଲା । ଅନେକ ସ୍ଥାନରେ ବସ, ଆମ୍ବୁଲାନ୍ସ ଗୁଡିକ ଫସି ରହିଥିଲା । ସରକାରୀ ତଥ୍ୟ ଅନୁଯାୟୀ, ମଙ୍ଗଳବାର ଦିନ ଭୋର 4ଟାରୁ ସକାଳ 8 ଟା ମଧ୍ୟରେ 10 ମି.ମି. ବର୍ଷା ରେକର୍ଡ କରାଯାଇଥିଲା । ମିଆଁପୁରରେ ସୋମବାର ସକାଳ ସମୟରୁ ମଙ୍ଗଳବାର ସକାଳ ମଧ୍ୟରେ 18 ମିମି ବର୍ଷା ରେକର୍ଡ କରାଯାଇଛି । ମେଡଚଲ ମାଲକାଜିଗିରି ଜିଲ୍ଲାର ପାଖାପାଖି 12ଟି ଅଞ୍ଚଳରେ 10 ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । କାମରେଡ୍ଡି ଜିଲ୍ଲାରେ ସର୍ବାଧିକ 15.7 ମିମି ବର୍ଷା ରେକର୍ଡ କରାଯାଇଛି । କାମରେଡ୍ଡିରେ ସୋମବାରରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଲଗାଣ ବର୍ଷା ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.