ETV Bharat / bharat

Road Mishap: ଦୁଇଟି ବାଇକ୍ ଉପରେ ଟ୍ରକ ମାଡି ଯିବାରୁ ୫ ମୃତ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ୫ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ

author img

By

Published : Jul 31, 2022, 7:08 AM IST

Road Mishap: ଦୁଇଟି ବାଇକ୍ ଉପରେ ଟ୍ରକ ମାଡି ଯିବାରୁ ୫ ମୃତ
Road Mishap: ଦୁଇଟି ବାଇକ୍ ଉପରେ ଟ୍ରକ ମାଡି ଯିବାରୁ ୫ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ମୋଟର ସାଇକେଲ ଉପରେ ଟ୍ରକ ମାଡି ଯିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ୟୁପିର ବାରବାଙ୍କୀ ଜିଲ୍ଲା ଅନ୍ତର୍ଗତ ମସୌଲି ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିବା ପୋଲିସ ସୂଚନା ଦେଇଛି । ଏହି ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର କୁଆଡେ ଫେରାର୍ ହୋଇଯାଇଛି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ଟ୍ରକ ଡ୍ରାଇଭରକୁ ଧରିବାକୁ ଖୋଜାଖୋଜି କରୁଛି ।

ସୂଚନା ଅନୁଯାୟୀ, ମସୌଲି ଥାନା ଅନ୍ତର୍ଗତ ବିନ୍ଦୌରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରଥମେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ତଳେ ପଡିଯାଇଥିଲେ । ଠିକ୍ ଏହି ସମୟରେ ଏକ ଟ୍ରକ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସମସ୍ତ ମୃତକ ୨୩ରୁ ୩୨ ବର୍ଷ ବୟସର ହୋଇଥିବା ଜଣାପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.