ETV Bharat / bharat

Assam Accident: ଟ୍ରକ ଓ ଟାଟା ମ୍ୟାଜିକ ମୁହାଁମୁହିଁ ଧକ୍କା, ୭ ମୃତ ୧୨ ଆହତ - ସଡକ ଦୁର୍ଘଟଣା

ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଓ ଟାଟା ମ୍ୟାଜିକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Sep 6, 2023, 8:16 AM IST

Updated : Sep 6, 2023, 8:40 AM IST

ଗୌହାଟୀ: ଆସାମର ତିନସୁକିଆ ଜିଲ୍ଲାରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରକ ଓ ଟାଟା ମ୍ୟାଜିକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୭ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି ଏବଂ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତି ପ୍ରାୟ ସାଢେ ୧୦ଟା ସମୟରେ ତିନସୁକିଆ ଅନ୍ତର୍ଗତ ବୋର୍-ଡିରାକ ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତାହତମାନେ ସାପ୍ତାହିକ ହାଟ ସାରି ରାତିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରାୟ ୨୦ ଜଣ ଲୋକ ଡୁମଡୁମା ଅଞ୍ଚଳରେ ସାପ୍ତାହିକ ହାଟରୁ ଟାଟା ମ୍ୟାଜିକ ଯୋଗେ ଘରକୁ ଫେରୁଥିଲେ । ଏତିକି ବେଳେ ତିନସୁକିଆ ଜିଲ୍ଲା କାକପଥାର ଅନ୍ତର୍ଗତ ଡିରାକ ସୋଜନା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଟ୍ରକଟି ଅରୁଣାଚଳ ପ୍ରଦେଶ ଆଡୁ ଆସୁଥିଲା ଏବଂ ଟ୍ରକ ଡ୍ରାଇଭର ଅତ୍ୟଧିକ ମଦ୍ୟପାନ କରି ଗାଡି ଚଳାଉଥିଲେ । ଯେଉଁ କାରଣରୁ ଏହି ଅଘଟଣ ଘଟିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମ୍ୟାଜିକ ପୁରା ଚୁରମାର୍ ହୋଇଯାଇଥିଲା । ଗାଡିକୁ କାଟି ମୃତଦେହଗୁଡିକୁ ଉଦ୍ଧାର କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଇରାକରେ ଭୟଙ୍କର ଦୁର୍ଘଟଣା, ତୀର୍ଥଯାତ୍ରୀ ବସ ଓଲଟି ୧୮ ଜଣଙ୍କ ମୃତ୍ୟୁ

ଏହି ଦୁର୍ଘଟଣାରେ ୧୨ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ତିନସୁକିଆ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଦିବ୍ରୁଗଡ ଆସାମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ ବିନିତା ବରୁଆ, ରିନା ଗୋଗୋଇ, ମିହିଧର ନିଓଗ, ପବେନ ମାରନ, କୁଲାଇ ମେଶ, ପଲ୍ଲବୀ ଦୋହିତିଆ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏହାମଧ୍ୟ ପଢନ୍ତୁ: ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ପ୍ରକାଶ ଥାଉକି, ୩ ଦିନ ତଳେ ଆନ୍ଧ୍ରପ୍ରଦେଶ ବାପତଲା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଲୋରି ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨ ଜଣ ଗୁରୁତର ଆହତ ହୋଇଥିଲେ । ବାପତଲା ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 6, 2023, 8:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.