ETV Bharat / bharat

ଅଧାରେ ରହିଲା କାଉଡି ଯାତ୍ରା: ବିଦ୍ୟୁତ୍‌ ଆଘାତରେ ୫ କାଉଡିଆଙ୍କ ମୃତ୍ୟୁ

author img

By

Published : Jul 16, 2023, 8:45 AM IST

ଉତ୍ତରପ୍ରଦେଶରେ କାଉଡି ଯାତ୍ରା ବେଳେ ଅଘଟଣ । ବିଦ୍ୟୁତ୍‌ ଆଘାତରେ ୫ ଜଣ କାଉଡିଆଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ବିଦ୍ୟୁତ ଆଘାତରେ ୫ କାଉଡିଆଙ୍କ ମୃତ୍ୟୁ
ବିଦ୍ୟୁତ ଆଘାତରେ ୫ କାଉଡିଆଙ୍କ ମୃତ୍ୟୁ

ଲକ୍ଷ୍ନୌ: ଅଧାରେ ରହିଲା କାଉଡି ଯାତ୍ରା । ମହାଦେବଙ୍କୁ ଜଳଲାଗି କରିବା ପାଇଁ ଯାଉଥିବା ବେଳେ ଅଧାବାଟରେ ଚାଲିଗଲା କାଉଡିଆଙ୍କ ଜୀବନ । ଉତ୍ତର ପ୍ରଦେଶ ମିରଟ ଜିଲ୍ଲାର ଭବନପୁର ଅଞ୍ଚଳରେ ବଡ ଅଘଟଣ ଘଟିଯାଇଛି । ପାଣିଭାର ନେଇ ଯାଉଥିବା ବେଳେ କାଉଡିଆଙ୍କ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ୫ ଜଣ କାଉଡିଆଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ଏଥିରେ ୧୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି(ଶନିବାର) ସନ୍ଧ୍ୟାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି ।

ସୂଚନା ମୁତାବକ, କିଛି କାଉଡିଆ ଗଙ୍ଗା ନଦୀରୁ ପବିତ୍ର ଜଳ ଆଣି ହରିଦ୍ବାର ଫେରୁଥିଲେ । ଦୁର୍ଭାଗ୍ୟବଶତଃ କାଉଡିଆଙ୍କ ଡିଜେ ଗାଡି ରାଲି ଚୌହାନ ଗାଁ ନିକଟରେ ଝୁଲୁଥିବା ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଏହି ସମୟରେ ଗାଡିରେ ବସିଥିବା କାଉଡିଆମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପ୍ରାୟ ୧୬ ଜଣ ଗୁରୁତର ଆହତ ହୋଇଥିଲା ।

ମୃତକଙ୍କ ମଧ୍ୟରେ ଦୁଇ ଭାଇ ଅଛନ୍ତି । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ୫ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଂକଟାପନ୍ନ ଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: Himachal Flood: ସୁରକ୍ଷିତ ଉଦ୍ଧାର ହୋଇଛନ୍ତି 70 ହଜାର ପର୍ଯ୍ୟଟକ କହିଲେ ମୁଖ୍ୟମନ୍ତ୍ରୀ

ଏହାମଧ୍ୟ ପଢନ୍ତୁ: ସୀମା ଟପିଲା ବର୍ବରତା, 3 ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ଏହି ଅଘଟଣ ପରେ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କାଉଡିଆମାନେ ରାସ୍ତାରୋକ କରିଥିଲେ । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉତ୍ୟକ୍ତ କାଉଡିଆଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ଏନେଇ ମିରଟ ଜିଲ୍ଲାପାଳ ଦୀପକ ମୀନା କହିଛନ୍ତି ଯେ, କାଉଡିଆଙ୍କ ଡିଜେ ଗାଡି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଆହତ ମାନଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଘଟଣାରେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.