ETV Bharat / bharat

ଦେଶବ୍ୟାପୀ ଇଣ୍ଡିଗୋ ବିମାନ ବିଳମ୍ବ, ସ୍ପଷ୍ଟୀକରଣ ମାଗିଲା DCGA - ଦେଶବ୍ୟାପୀ ଇଣ୍ଡିଗୋ ବିମାନ ବିଳମ୍ବ

ଶନିବାର ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋ ବିମାନର ଉଡାଣ ବିଳମ୍ବ ହୋଇଥିଲା । ପର୍ଯ୍ୟାପ୍ତ ପରିମାଣର କ୍ରୁ ସଦସ୍ୟଙ୍କ ଅଭାବ ଯୋଗୁଁ ଇଣ୍ଡିଗୋର ମାତ୍ର 45 ପ୍ରତିଶତ ବିମାନର ଉଡ଼ାଣ ନିର୍ଦ୍ଧାରିତ ସମୟରେ ହୋଇଥିଲା। ଅଧିକ ପଢ଼ନ୍ତୁ

several indigo flights delayed nationwide
ଦେଶବ୍ୟାପୀ ଇଣ୍ଡିଗୋ ବିମାନ ବିଳମ୍ବ, ସ୍ପଷ୍ଟୀକରଣ ମାଗିଲା DCGA
author img

By

Published : Jul 4, 2022, 8:46 AM IST

ନୂଆଦିଲ୍ଲୀ: ଶନିବାର ଦେଶର ବିଭିନ୍ନ ସ୍ଥାନରେ ଇଣ୍ଡିଗୋ ବିମାନର ଉଡାଣ ବିଳମ୍ବ ହୋଇଥିଲା । ପର୍ଯ୍ୟାପ୍ତ ପରିମାଣର କ୍ରୁ ସଦସ୍ୟଙ୍କ ଅଭାବ ଯୋଗୁଁ ଇଣ୍ଡିଗୋର ମାତ୍ର 45 ପ୍ରତିଶତ ବିମାନର ଉଡ଼ାଣ ନିର୍ଦ୍ଧାରିତ ସମୟରେ ହୋଇଥିଲା । ଏହାର କାରଣ ନେଇ ବିମାନ ଚଳାଚଳ କ୍ଷେତ୍ରର ନିୟମ ସଂସ୍ଥା ଡିସିଜିଏ କମ୍ପାନୀକୁ ସ୍ପଷ୍ଟୀକରଣ ମାଗିଛି ।

ସୂତ୍ରରୁ ପ୍ରକାଶ ଯେ, ଶନିବାର ଟାଟା ଅଧିଗ୍ରହଣ ଏୟାର ଇଣ୍ଡିଆ କ୍ରୁ ସଦସ୍ୟ ନିଯୁକ୍ତି ପାଇଁ ଦ୍ବିତୀୟ ପର୍ଯ୍ୟାୟ ସାକ୍ଷାତକାର ଥିଲା । ସେଥିରେ ଅଂଶଗ୍ରହଣ କରିବା ଲାଗି ଇଣ୍ଡିଗୋର ଏକାଧିକ କ୍ରୁ ସଦସ୍ୟ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ରହିଥିଲେ । ଫଳରେ ଉଡ଼ାଣ ବିଳମ୍ବ ହୋଇଥିଲା । ଅନ୍ୟପଟେ ଏହି ଘଟଣାର ଯାଞ୍ଚ କରାଯାଉଥିବା ନେଇ ରବିବାର ଡିସିଜିଆଇ ମୁଖ୍ୟ କହିଛନ୍ତି । ଇଣ୍ଡିଗୋ ହେଉଛି ଦେଶର ବୃହତ୍ତମ ବିମାନ କମ୍ପାନୀ। ପ୍ରତିଦିନ ଦେଶ ଭିତରେ ଓ ଦେଶ ବାହାରେ 1600ରୁ ଉର୍ଦ୍ଧ୍ବ ବିମାନ ଚଳାଚଳ କରିଥାଏ ।

ଡିସିଜିଆଇ ୱେବସାଇଟ ଅନୁଯାୟୀ ଶନିବାର ଦିନ ଏୟାର ଇଣ୍ଡିଆର 77.1%, ସ୍ପାଇସଜେଟର 80.4 %, ଭିସ୍ତାରାର 86.3%, ଗୋ ଫାଷ୍ଟର 88% ଓ ଏୟାର ଏସିୟାର 92.3% ଏବଂ ଇଣ୍ଡିଗୋର ମାତ୍ର 45.2% ବିମାନ ଠିକ ସମୟରେ ଉଡ଼ାଣ ଆରମ୍ଭ କରିଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.