ଶ୍ରୀନଗର: ଜମ୍ମୁ କାଶ୍ମୀର ଜୋଜିଲା ପାସ୍ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Zojila Pass road accident) ଘଟିଛି । ଦୁର୍ଘଟଣାରେ 7ରୁ 8 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଲଦାଖ ଓ ଜମ୍ମୁକାଶ୍ମୀରକୁ ଏହି ପାସ୍ ସଂଯୋଗ କରିଥିବା ବେଳେ ଘଟଣା ସ୍ଥଳରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଲଦାଖ ଓ ଜମ୍ମୁ କାଶ୍ମୀର ରାସ୍ତାର ଜୋଜିଲା ପାସ୍ ଅଞ୍ଚଳରେ 7 ରୁ 8 ଜଣ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଏକ ଟ୍ୟାକ୍ସି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ୟାକ୍ସିଟି ପ୍ରାୟ 440 ଫୁଟ ଗଭୀର ଖାଇରେ ଖସିପଡିଛି । ଏହି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
@IANS