ETV Bharat / bharat

ରାଜସ୍ଥାନରେ କ୍ରୁଜରକୁ ଧକ୍କା ଦେଲା ଟ୍ରକ: 7 ମୃତ 10 ଆହତ - ରାଜସ୍ଥାନ ଦୁର୍ଘଟଣାରେ 7 ମୃତ

ରାଜସ୍ଥାନ ଡଙ୍ଗରପୁରରେ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ । 10 ଆହତ ହସ୍ପିଟାଲରେ ଭର୍ତ୍ତି । ଜାତୀୟ ରାଜପଥରେ କ୍ରୁଜରକୁ ଧକ୍କା ଦେଲା ଟ୍ରକ । ଅଧିକ ପଢନ୍ତୁ

Rajasthan: କ୍ରୁଜରକୁ ଧକ୍କା ଦେଲା ଟ୍ରକ, 7 ମୃତ 10 ଆହତ

author img

By ETV Bharat Odisha Team

Published : Oct 15, 2023, 4:27 PM IST

ଜୟପୁର: ରାଜସ୍ଥାନ ଡୁଙ୍ଗରପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହେବା ସହ 10 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ-48 ର ରତନପୁର ବର୍ଡର ନିକଟରେ ଏକ ଟ୍ରକ କ୍ରୁଜର (ଭ୍ୟାନ)କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ କ୍ରୁଜରରେ ଥିବା ଯାତ୍ରୀ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଉଦ୍ଧାର ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ଏବେ ସୁଦ୍ଧା 7 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ 10 ଜଣ ଆହତ ଯାତ୍ରୀ ସ୍ଥାନୀୟ ଡୁଙ୍ଗରପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ବିଛିଓ୍ବାଡା ଥାନା କ୍ଷେତ୍ରରେ ଘଟିଛି । ରତନପୁର ବର୍ଡର ନିକଟରେ ଏକ କ୍ରୁଜରକୁ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଫଳରେ କ୍ରୁଜରଟି ଓଲଟି ପଡିଥିଲା । କ୍ରୁଜରରେ ଥିବା ଯାତ୍ରୀ ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ କରିଥିଲେ । ପୋଲିସ ଓ ମେଡିକାଲ ଟିମ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସୁଦ୍ଧା 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10 ଆହତ ଯାତ୍ରୀ ଚିକିତ୍ସାଧୀନ ରହିଛନ୍ତି । ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ପୋଲିସ ଦୁଇ ଦୁର୍ଘଟଣାଗ୍ରସ୍ତକୁ ଗାଡିକୁ ରାସ୍ତାରୁ ହଟାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଟ୍ରକଟି ମାତ୍ରାଧିକ ବେଗ ଯୋଗୁ କ୍ରୁଜରକୁ ଧକ୍କା ଦେଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Telangana Assembly polls: ଆଜି ଇସ୍ତାହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ କେସିଆର

ନିକଟରେ ରାଜସ୍ଥାନରେ ଏକାଧିକ ବଡ ଦୁର୍ଘଟଣା ଘଟିଛି । ଚଳିତମାସ 4 ତାରିଖରେ ଜୟପୁର-ଆଗ୍ରା ହାଇଓ୍ବେରେ ଏକ ଯାତ୍ରୀବାହୀ ବସ ରାସ୍ତାକଡରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଏଥିରେ ବସର ଡ୍ରାଇଭର, ହେଲପରଙ୍କ ସମେତ ଜଣେ ଯାତ୍ରୀଙ୍କୁ ମିଶାଇ ମୋଟ 3 ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ବସରେ ଥିବା 20ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହା ପୂର୍ବରୁ ସେପ୍ଟେମ୍ବର 24 ତାରିଖରେ ଦୌସା ଜିଲ୍ଲାର ମହୱା ପୋଲିସ ଷ୍ଟେସନ ଅଧୀନ ଜାତୀୟ ରାଜପଥ-21ର ମହୱା-ହିନ୍ଦନ ଗାଜିପୁର ନିକଟରେ ଟେମ୍ପୋକୁ ଏକ ବସ ଧକ୍କା ଦେବା ଫଳରେ 5 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପ୍ରାୟ 6 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.