ETV Bharat / bharat

କୋଚି ବୈଷୟିକ ବିଶ୍ବବିଦ୍ୟାଳୟରେ ଦଳାଚକଟା: 4 ଛାତ୍ର ମୃତ, 50ରୁ ଅଧିକ ଆହତ - କେରଳ ବିଶ୍ବବିଦ୍ୟାଳୟରେ ଦଳାଚକଟା

କୋଚି ସ୍ଥିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ (CUSAT)ରେ ଏକ କାର୍ଯ୍ୟକ୍ରମ ବେଳେ ଦଳଚକଟା । 4 ମୃତ, 50 ରୁ ଅଧିକ ଆହତ । ଅଧିକ ପଢନ୍ତୁ

କୋଚି ବୈଷୟିକ ବିଶ୍ବବିଦ୍ୟାଳୟରେ ଦଳାଚକଟା: 4 ମୃତ ଏକାଧିକ ଆହତ !

author img

By ETV Bharat Odisha Team

Published : Nov 25, 2023, 8:57 PM IST

Updated : Nov 25, 2023, 9:36 PM IST

ଥିରୁଅନନ୍ତପୁରମ: କୋଚି ସ୍ଥିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଶ୍ବବିଦ୍ୟାଳୟ (CUSAT)ରେ ଏକ କାର୍ଯ୍ୟକ୍ରମ ବେଳେ ଦଳଚକଟାରେ 4 ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅନେକ ଛାତ୍ର ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି । କ୍ୟାମ୍ପସରେ ଚାଲିଥିବା ଟେକ-ଫେଷ୍ଟ କାର୍ଯ୍ୟକ୍ରମର ଶେଷ ଦିବସରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଛନ୍ତି । ମୃତ 4 ଛାତ୍ରଙ୍କ ପରିଚୟ କିମ୍ବା ଆହତଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇନି । ପ୍ରାୟ 50 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

  • #WATCH | Kerala | Four students died and several were injured in a stampede at CUSAT University in Kochi. The accident took place during a music concert by Nikhita Gandhi that was held in the open-air auditorium on the campus. Arrangements have been made at the Kalamassery… pic.twitter.com/FNvHTtC8tX

    — ANI (@ANI) November 25, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଗତକାଲିଠାରୁ କ୍ୟାମ୍ପସରେ ଆୟୋଜିତ ଦୁଇଦିନିଆ ଟେକ-ଫେଷ୍ଟ କାର୍ଯ୍ୟକ୍ରମର ଆଜି ଅନ୍ତିମ ଦିବସ ଥିଲା । ଏଥରେ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା । ବଲିଉଡ କଣ୍ଠଶିଳ୍ପୀ ଧ୍ବନୀ ଭାନୁଶାଲି ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ଥିଲା । ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବହୁମାତ୍ରାରେ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ଏହି ସମୟରେ ହଠାତ ବର୍ଷା ହେବା କାରଣରୁ ବାହାରେ ଥିବା ଛାତ୍ରଛାତ୍ରୀ ଅଡିଟୋରିୟମରେ ପ୍ରବେଶ କରିଥିଲେ । ଫଳରେ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା । କିଛି ଛାତ୍ର ଚେତା ହରାଇ ମୂର୍ଚ୍ଛା ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ବଢିଲା ମହୁଆଙ୍କ ଅଡୁଆ: କ୍ୟାସ ଫର କ୍ବାରୀ ମାମଲାରେ CBI ତଦନ୍ତ ଆରମ୍ଭ

ଦଳାଚକଟା ଆରମ୍ଭ ହେବା ପରେ ଅଡିଟୋରିୟମ ଭିତରେ ଥିବା ଛାତ୍ରଛାତ୍ରୀ ଭୟଭୀତ ହୋଇ ଏକକାଳୀନ ବାହାରକୁ ଦୌଡିବାକୁ ଲାଗିଲେ । ଏଥିରେ ପ୍ରାୟ 50 ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ କଲାମାସେରି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ 4 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଆହତମାନେ ଚିକିତ୍ସାଧୀନ ଅଛନ୍ତି ।

ମୃତ ଛାତ୍ରଙ୍କ ପରିଚୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଆହତ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମିଳିନି । ସ୍ଥାନୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ କ୍ୟାମ୍ପସରେ ପହଞ୍ଚିଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ଆୟୋଜନ ବେଳେ ସୁରକ୍ଷା ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇଥିଲା କି ନାହିଁ, ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 25, 2023, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.