ETV Bharat / bharat

ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଲିଭିଲା 6 ଜୀବନ ଦୀପ

author img

By

Published : Jul 11, 2023, 9:54 AM IST

ଗାଜିଆବାଦ ନିକଟ ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ଭୟାନକ ସଡକ ଦୁର୍ଘଟଣା ହୋଇଛି । ସ୍କୁଲ ବସ ଓ କାର ମଧ୍ୟରେ ଧକ୍କା ହେବାରୁ 6ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଦିଲ୍ଲୀ-ମେରଟ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା
accident in Delhi Meerut Expressway

ନୂଆଦିଲ୍ଲୀ: ଗାଜିଆବାଦ ନିକଟ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ ଓ କାର ମଧ୍ୟରେ ଧକ୍କା ହେବା ଫଳରେ ଏହି ଭୟାନକ ଦୁର୍ଘଟଣା ଘଟିଛି । ଏଥିରେ 6ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟାନକ ଯେ କାର ଭାଙ୍ଗିରୁଜି ଗୁଣ୍ଡଗୁଣ୍ଡ ହୋଇଛି । ଆଜି(ମଙ୍ଗଳବାର) ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ 8 ବର୍ଷର ଶିଶୁ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳକୁ ସିଲ କରି ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...କେନାଲକୁ ଖସିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍; ୭ ମୃତ

ଗାଜିଆବାଦର ବିଜୟନଗର ଅଞ୍ଚଳ ତିଗରି ଗୋଲ ନିକଟ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଏକ କାର ଓ ସ୍କୁଲ ବସ ମଧ୍ୟରେ ଦୁର୍ଘଟଣା ଘଟିଛି । ଏକ୍ସପ୍ରେସୱେରେ ଗାଡିଗୁଡିକ ଦ୍ରୁତ ଗତିରେ ଚଳାଚଳ କରିଥାଏ । ଏକ ସ୍କୁଲ ବସ ଓ କାର ମଧ୍ୟ ଧକ୍କା ହୋଇଥିଲା । କାରର ସ୍ପିଡ ଅଧିକ ଥିଲା । ସୌଭାଗ୍ୟବସତଃ ସ୍କୁଲ ବସ୍‌ ଖାଲିଥିଲା । ବସଟି ଭୁଲ ଦିଗରେ ଆସୁଥିବା ବେଳେ କାର ବସ ମଧ୍ୟରେ ଧକ୍କା ହୋଇଥିଲା । କାରଟି ମିରଟରୁ ଗୁରୁଗ୍ରାମ ଯାଉଥିଲା । ଦୁର୍ଘଟଣା ଘଟିବା ଫଳରେ 6ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ମୃତକଙ୍କ ମଧ୍ୟ ଜଣେ ଶିଶୁ ଓ ମହିଳା ଥିବା ଜଣାପଡିଛି ।

ସମସ୍ତ ଭୁଲ ବସ୍‌ର ବୋଲି ପୋଲିସ କହିଛି । ଭୁଲ ଦିଗରୁ ଆସୁଥିବାରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଏଡିସିପି ଟ୍ରାଫିକ ପୋଲିସ ରମାନନ୍ଦ ଖୁସୱା । ଦୁର୍ଘଟଣାର କାରଣ କଣ ସେନେଇ ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳକୁ ସିଲ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କାରରେ ମୋଟ 8 ଜଣ ଥିଲେ । ଦୁର୍ଘଟଣା ଘଟାଇଥିବା ସ୍କୁଲ ବସଟି ଖାଲି ଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ

ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଗତକାଲି (ସୋମବାର) ଏକ ଭୟାନକ ସଡକୁ ଦୁର୍ଘଟଣା ଘଟିଛି । ଏଥିରେ 7ଜଣଙ୍କର ମୃତ୍ୟୁ ହୋଇଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ କେନାଲକୁ ଖସି ପଡିବାରୁ ୭ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ପ୍ରକାଶମ ଜିଲ୍ଲା ଦାର୍ଶି ଅଞ୍ଚଳରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.