ETV Bharat / bharat

ଉତ୍ତର ପ୍ରଦେଶରେ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୩ ଶିଶୁଙ୍କ ସମେତ ୭ ମୃତ - ବାହରାଇଚରେ ବିଦ୍ୟୁତ୍‌ ଅଘଟଣ

ଉତ୍ତର ପ୍ରଦେଶର ବାହରାଇଚରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୩ ଶିଶୁଙ୍କ ସମେତ ୭ ମୃତ(Seven die due to electrocution in up) । ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଘଟଣ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ଅଘଟଣ: ବିଦ୍ୟୁତ ସଂସ୍ପର୍ଷରେ ଆସି ୩ ଶିଶୁଙ୍କ ସମେତ ୭ ମୃତ

author img

By

Published : Oct 9, 2022, 2:05 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାହରାଇଚରେ ଏକ ବଡ ଅଘଟଣ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି (Seven die due to electrocution in up)। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଥିବା ସୂଚନା ମିଳିଛି । ବାହରାଇଚ ଜିଲ୍ଲାର କୋଟୱାଲୀ ନାନପାରା ଅଞ୍ଚଳର ମାସୁପୁର ଗ୍ରାମରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ସ୍ଥାନୀୟ ପୋଲିସ ଦେଇଥିବା ସୂଚନା ଅନୁସାରେ, ମାସୁପୁର ଗ୍ରାମରେ ଏକ ଧାର୍ମିକ ଶୋଭାଯାତ୍ରାରେ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । କାର୍ଯ୍ୟକ୍ରମରେ ଚାଲିଥିବା ବେଳେ କିଛି ବ୍ୟକ୍ତି ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ୩ ଶିଶୁଙ୍କ ସମେତ ମୋଟ ୭ ଜଣ ପ୍ରାଣ ହରାଇବା ସହ ଜଣେ ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଆହତ ବ୍ୟକ୍ତିଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ନିକଟସ୍ଥ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଘଟଣ କାରଣ ସମ୍ପର୍କରେ ସଠିକ ଭାବେ ସ୍ପଷ୍ଟ ହୋଇ ପାରିନାହିଁ । ସ୍ଥାନୀୟ ପ୍ରଶାସନର ଟିମ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଧାର୍ମିକ କାର୍ଯ୍ୟକ୍ରମ ବେଳେ ଏପରି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.