ETV Bharat / bharat

ମଦ ବ୍ୟାନ ରାଜ୍ୟରେ ପୁଣି ମଦ ମୃତ୍ୟୁ, ବିଷାକ୍ତ ମଦ ପିଇ ୭ ମୃତ !

author img

By

Published : Dec 14, 2022, 10:07 AM IST

Updated : Dec 14, 2022, 11:56 AM IST

ବିହାରରେ ଥମୁନି ମଦ ମୃତ୍ୟୁ । ବିଷାକ୍ତ ମଦ ପିଇ ବିହାରର ସାରଣ ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ଅଭିଯୋଗ । ଅଧିକ ପଢନ୍ତୁ

ବିଷାକ୍ତ ମଦ ପିଇ ବିହାରରେ ୫ ଜଣଙ୍କ ମୃତ୍ୟୁ ଅଭିଯୋଗ

ପାଟନା: ବିହାରରେ ଥମୁନି ମଦ ମୃତ୍ୟୁ । ବିଷାକ୍ତ ମଦ ପିଇ ଏଠାରେ ପୁଣି ୭ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଗୁରୁତର ଅସୁସ୍ଥ ଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିହାର ସାରଣ ଜିଲ୍ଲା ଅନ୍ତର୍ଗତ ଇସୁଆପୁର ଥାନା ଅଞ୍ଚଳରୁ(Isuapur police station) ଏହି ଅଭିଯୋଗ ଆସିଛି । ତେବେ ବିଷାକ୍ତ ମଦ୍ୟପାନ ଯୋଗୁଁ ସେମାନଙ୍କର ମୃତ୍ୟୁ ହେବା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ହେଲେ ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିଛନ୍ତି ।

ଯାହା ସୂଚନା ମିଳିଛି, ଇସୁଆପୁର ଥାନା ଅଞ୍ଚଳରେ ୭ ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ତେବେ ବିଷାକ୍ତ ମଦ ପିଇ ସେମାନେ ପ୍ରାଣ ହରାଇଥିଲେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ(Several Die After Allegedly Consuming Toxic Liquor) । ଡାକ୍ତର ମଧ୍ୟ ମଦ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ମୃତକମାନଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କଥା ଜଣାପଡିବ ବୋଲି କୁହାଯାଇଛି । ବିଗତ ଦିନରେ ବିହାରରୁ ଅନେକ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ସାରଣ ଜିଲ୍ଲାରେ ମଧ୍ୟ ଏକାଧିକ ଲୋକେ ପ୍ରାଣ ହରାଇଛନ୍ତି । ବିହାରରେ ମଦ ବ୍ୟାନ ଥିବା ସତ୍ତ୍ବେ ଏଠାରେ ବିଷାକ୍ତ ମଦ ମୃତ୍ୟୁରେ ବ୍ରେକ ଲାଗୁନି ।

Last Updated : Dec 14, 2022, 11:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.