ETV Bharat / bharat

ଅଧାରେ ରହିଲା ଦେବୀ ଦର୍ଶନ: ନଦୀ ପାର୍ ହେଉଥିବାବେଳେ ଭାସିଗଲେ ୧୭ ଶ୍ରଦ୍ଧାଳୁ - ନଦୀ ଭାସିଗଲେ ଶ୍ରଦ୍ଧାଳୁ

ମଧ୍ୟପ୍ରଦେଶ ଓ ରାଜସ୍ଥାନ ସୀମାରେ ବଡ ଅଘଟଣ । କୈଲା ଦେବୀଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ନଦୀରେ ଭାସିଗଲେ ୧୭ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ନଦୀ ପାର୍ ହେଉଥିବାବେଳେ ଭାସିଗଲେ ୧୭ ଶ୍ରଦ୍ଧାଳୁ

author img

By

Published : Mar 18, 2023, 1:23 PM IST

ଜୟପୁର: ଅଧାରେ ରହିଲା ଦେବୀ ଦର୍ଶନ । କୈଲା ଦେବୀଙ୍କ ପୀଠକୁ ଯିବା ପାଇଁ ନଦୀ ପାର୍ ହେଉଥିବାବେଳେ ଭାସିଗଲେ ୧୭ ଜଣ ଶ୍ରଦ୍ଧାଳୁ । ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସୀମାରେ ଏଭଳି ବଡ ଅଘଟଣ ଘଟିଯାଇଛି । ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରୁ ପ୍ରାୟ ୧୭ ଜଣ ଶ୍ରଦ୍ଧାଳୁ ରାଜସ୍ଥାନ କରୌଲି ଜିଲ୍ଲାର ଅଧିଷ୍ଠାତ୍ରୀ କୈଲା ଦେବୀଙ୍କ ଦର୍ଶନ ପାଇଁ ଚାଲି ଚାଲି ଆସୁଥିଲେ । ବାଟରେ ଚମ୍ବଲ ନଦୀ ପାର୍ ହେଉଥିବାବେଳେ ହଠାତ୍ ପ୍ରଖର ସୁଅ ଆସିବାରୁ ସମସ୍ତେ ଭାସି ଯାଇଛନ୍ତି । ଏବେ ସୁଦ୍ଧା ୩ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଶ୍ରଦ୍ଧାଳୁ ନଦୀରେ ନିଖୋଜ ଅଛନ୍ତି । ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସୂଚନା ମୁତାବକ, ଶିବପୁରୀ ଜିଲ୍ଲାର କୁଶବାହ ସମାଜର ୧୭ ଜଣ ଲୋକ କୈଲା ଦେବୀଙ୍କ ଦର୍ଶନ ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ । ସେ ଶିବପୁରୀରୁ ଚାଲି ଚାଲି ମାଆଙ୍କ ମନ୍ଦିରକୁ ଆସୁଥିଲେ । କୈଲା ଦେବୀଙ୍କ ପୀଠକୁ ଯିବାବାଟରେ ଚମ୍ବଲ ନଦୀ ପଡେ । ତେଣୁ ସମସ୍ତ ଶ୍ରଦ୍ଧାଳୁ ରୋଧଇ ଘାଟ ଠାରେ ନଦୀ ଭିତରେ ପଶି ଆରପଟକୁ ଯିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ହଠାତ୍ ନଈରେ ପ୍ରଖର ସୁଅ ଆସିଥିଲା । ଯେଉଁ କାରଣରୁ ଶ୍ରଦ୍ଧାଳୁମାନେ ଭାସିଯାଇଥିଲେ ।

ଶ୍ରଦ୍ଧାଳୁମାନଙ୍କ ଚିତ୍କାର ଶୁଣି ଆଖପାଖ ଅଞ୍ଚଳର ଲୋକମାନେ ସେଠାକୁ ଧାଇଁ ଆସିଥିଲେ । ଯାହା ସୂଚନା ମିଳିଛି, ସ୍ଥାନୀୟ ଲୋକେ ପାଣି ଭିତରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଏବେ ବି ଅନେକ ଶ୍ରଦ୍ଧାଳୁଙ୍କ କୌଣସି ପତ୍ତା ମିଳୁନି । ଖବର ପାଇ ପୋଲିସ ପ୍ରଶାସନ ସହ ଏସଡିଆରଏଫ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ମିଳିଥିବା ଜିଲ୍ଲାପାଳ ଜଣାଇଛନ୍ତି ।

ଚୈତ୍ର ମାସରେ କରୌଲି ଜିଲ୍ଲାସ୍ଥିତ କୈଲା ଦେବୀଙ୍କ ପୀଠକୁ ଭାରତର ସବୁ ସ୍ଥାନରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ବିଶେଷକରି ପଡୋଶୀ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ଚୈତ୍ର ନବରାତ୍ର ପୂର୍ବରୁ ପୀଠରେ ପ୍ରସିଦ୍ଧ ଲକ୍ଷ୍ମୀ ମେଳା ଅନୁଷ୍ଠିତ ହୋଇଥାଏ । ମେଳାରେ ରାଜସ୍ଥାନ, ମଧ୍ୟପ୍ରଦେଶ ବ୍ୟତୀତ ଅନ୍ୟ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ଆସନ୍ତା ୧୯ ତାରିଖରେ ଏହି ମେଳା ଆରମ୍ଭ ହେବାକୁ ଥିବାରୁ ବିଭିନ୍ନ ଅଞ୍ଚଳରୁ ପଦଯାତ୍ରୀମାନେ କୈଲାଦେବୀ ପହଞ୍ଚିବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.