ETV Bharat / bharat

ଜମ୍ମୁ କାଶ୍ମୀର କିସ୍ତୱାରରେ ଭୂସ୍ଖଳନ, ପୋଲିସକର୍ମୀଙ୍କ ସମେତ ୪ ମୃତ - ଜମ୍ମୁ କାଶ୍ମୀର ଖବର

ଜମ୍ମୁ-କାଶ୍ମୀର କିସ୍ତୱାରରେ ଭୟଙ୍କର ଭୂସ୍ଖଳନ । ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଆହତ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀର କିସ୍ତୱାରରେ ଭୂସ୍ଖଳନ, ପୋଲିସ ସମେତ ୪ ମୃତ

author img

By

Published : Oct 30, 2022, 7:52 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର କିସ୍ତୱାରରେ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ଜଣେ ପୋଲିସ କର୍ମୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଜେସିବି ଡ୍ରାଇଭର ଓ ଶ୍ରମିକ ରହିଛନ୍ତି । ଗତକାଲି(ଶନିବାର) କିସ୍ତୱାରରେ ଏକ ନିର୍ମାଣଧୀନ ମେଗା ବିଦ୍ୟୁତ ପ୍ରକଳ୍ପ ନିକଟରେ ଏହି ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି ।

  • Deeply anguished by mishap at Drabshalla- Ratle hydroelectric project. My thoughts are with those who have lost their loved ones. Prayers for early recovery of injured. Army,SDRF & police are carrying out rescue operations. Dist Admin directed to provide all necessary assistance.

    — Office of LG J&K (@OfficeOfLGJandK) October 29, 2022 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଭୂସ୍ଖଳନ ଯୋଗୁଁ କିଛି ଲୋକ ମାଟି ଅତଡା ତଳେ ଦବି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଉଥିବା ସମୟରେ ପୁଣିଥରେ ଭୂସ୍ଖଳନ ହୋଇଥିଲା । ଯାହାଫଳରେ ଉଦ୍ଧାରରେ ସାମିଲ ହୋଇଥିବା ଲୋକେ ମଧ୍ୟ ଫସି ଯାଇଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ଜଣେ ପୋଲିସ କର୍ମୀ ଓ ଜେସିବି ଡ୍ରାଇଭରଙ୍କ ସମେତ ମୋଟ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ୬ ଜଣଙ୍କୁ ଆହତ ଅବସ୍ଥାରେ ବାହାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । କିସ୍ତୱାର ଡେପୁଟି କମିଶନର ଦେବାଂଶ ଯାଦବ ଏନେଇ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦକ୍ଷିଣ କୋରିଆରେ ହାଲୋୱିନ ଉତ୍ସବରେ ଦଳଚକଟା: ୧୪୯ ମୃତ, ୧୫୦ ଆହତ

ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଟ୍ବିଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସିହ୍ନା ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆର୍ମି, ଏସଡିଆରଏଫ ଏବଂ ପୋଲିସ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଉପରାଜ୍ୟପାଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.