ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ଅଗ୍ନିକାଣ୍ଡ । ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବାରୁ 7ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ଗୋରଗାଁଓରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅଗ୍ନିକାଣ୍ଡରେ 39 ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ମୁମ୍ବାଇ ପୋଲିସ ସୂଚନା ଦେଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ-ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ମାଆ ଓ ଦୁଇ ଝିଅ ଜୀବନ୍ତ ଦଗ୍ଧ
ଗତ ରାତିରେ ଗୋରଗାଁଓରେ ଥିବା ଏକ 5 ତାଲା ବିଲ୍ଡିଂରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଜୀବନ ବଞ୍ଚାଇବାପାଇଁ ସେଠାରେ ରହୁଥିବା ଲେକେ ବାହାରକୁ ପଳାଇ ଆସିଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ବିଲ୍ଡିଂରେ ଅଗ୍ନିକାଣ୍ଡ ସମୟରେ କେତେ ଲୋକ ସେଠାରେ ଉପସ୍ଥିତ ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 6 ଜୀବନ୍ତ ଦଗ୍ଧ
ଗତ ଅଗଷ୍ଟ ମାସ 30 ତାରିଖରେ ମହାରାଷ୍ଟ୍ର ପୁନେର ପୁର୍ଣ୍ଣାନଗର ପିମପ୍ରିଚିନଚାୱାଡରେ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା । ଏକ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 4ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଲା । ଗତ 26 ତାରିଖରେ ଏକ ଟୁରିଷ୍ଟ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ତାମିଲନାଡ଼ୁର ମଦୁରାଇ ରେଳ ଷ୍ଟେସନ ନିକଟରେ ଏକ ପର୍ଯ୍ୟଟକ ଟ୍ରେନ୍ରେ ନିଆଁ ଲାଗି 9 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଗତ ଜୁଲାଇ ମାସରେ ଉତ୍ତରପ୍ରଦେଶ ଝାନ୍ସି ଅନ୍ତର୍ଗତ ସିପରି ବଜାରରେ ଥିବା ଏକ ତିନି ମହଲା ଇଲକେଟ୍ରୋନିକ୍ସ ଶୋ' ରୁମରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । 3 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା ।